Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଆସନ୍ତାକାଲିଠୁ ଭାରତ-ୟୁଏସ-ଜାପାନ-ଅଷ୍ଟ୍ରେଲିଆ ଦ୍ଵିତୀୟ ମାଲାବାର ସମରାଭ୍ୟାସ ଆରମ୍ଭ

16/11/2020 at 9:34 PM

ନୂଆଦିଲ୍ଲୀ ୧୬।୧୧: ଉତ୍ତର-ଦକ୍ଷିଣ ଆରବ ସାଗରରେ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୭ରୁ ଦ୍ଵିତୀୟ ପର୍ଯ୍ୟାୟ ମାଲାବାର ସମରାଭ୍ୟାସ୍‌ ଆରମ୍ଭ ହେବାକୁ ଯାଉଛି। ମାଲବାରର ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସ୍ ବେଶ ଫଳପ୍ରଦ ରହିବା ପରେ କାଲିଠ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବା କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି। ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଚତୁଃରାଷ୍ଟ୍ରୀୟ ବଙ୍ଗୋପସାଗରରେ ନଭେମ୍ଵର ୩ରୁ ୬ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମାଲବାର ସମରାଭ୍ୟାସ୍‌ରେ ଅଂଶ ଗ୍ରହଣ କରିଥିଲେ।

ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଦ୍ଵିତୀୟ ପର୍ଯ୍ୟାୟ ଯୁଦ୍ଧାଭ୍ୟାସ୍‌ରେ ଭାରତ ପକ୍ଷରୁ ଯୁଦ୍ଧ ବିମାନ ବାହକ ଯୁଦ୍ଧପୋତ ବିକ୍ରମାଦିତ୍ୟ ଏବଂ ୟୁଏସ ନେଭିରୁ ନିମିତଜ ସାମିଲ ହେଉଛି। ଏହି ଦୁଇ ବିମାନ ବାହକ ଯୁଦ୍ଧଜାହାଜ ସହିତ ଜାହାଜ, ବୁଡାଜାହାଜ ଓ ଏୟାରକ୍ରାଫ୍ଟ ଯୁଦ୍ଧାଭ୍ୟାସରେ ସାମିଲ ହେବେ।

ଏହି ଅଭ୍ୟାସ୍‌ରେ କ୍ରସ୍ ଡେକ ଫାୟରିଂ ଅପରେସନ କରାଯିବ। ଏଥି ସହ ମିଗ ୨୯କେ ଲଢୁଆ ବିମାନ ବିକ୍ରମାଦିତ୍ୟରୁ  ଏବଂ ଏଫ-୧୮ ଲଢୁଆ ବିମାନ ନିମିତଜରୁ ଉଡାଣ ଭରିବେ। ଏଥିରେ ଓ୍ଵାରଫେୟାର ଅଭ୍ୟାସ ମଧ୍ୟ ସାମିଲ। ବୁଡାଜାହାଜରୁ ଭୂପୃଷ୍ଠରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ।

ବିକ୍ରମାଦିତ୍ୟ ଏବଂ ଏହାର ଲଢୁଆ ବିମାନ ଓ ହେଲିକପ୍ଟରର କୋଲକାତା ଓ ଚେନ୍ନାଇ ଓ୍ଵିଙ୍ଗ, ଫ୍ଲିଟ୍ ସପର୍ଟ ଜାହାଜ ଦୀପକ ଓ ଇଣ୍ଟିଗ୍ରାଲ  ହେଲିକପ୍ଟର ମଧ୍ୟ ଏହି ସମରାଭ୍ୟାସରେ ଅଂଶ ଗ୍ରହଣ କରିବେ। ଏହାର ନେତୃତ୍ଵ ପଶ୍ଚିମି ଆଡମିରାଲର ଫ୍ଲାଗ୍ ଅଫିସର କମାଣ୍ଡିଙ୍ଗ ରିୟର ଆଡମିରଲ କୃଷ୍ଣ ସ୍ଵାମୀନାଥନ କରିବେ। ଭାରତୀୟ ନୌସେନାର ସ୍ଵଦେଶୀ ନିର୍ମିତ ବୁଡାଜାହାଜ ଖୋଣ୍ଡେରୀ ଓ ପି8ଆଇ ସମୁଦ୍ରୀ ଟୋହି ବିମାନ ମଧ୍ୟ ଅଭ୍ୟାସ ସମୟରେ ନିଜର କ୍ଷମତା ପ୍ରଦର୍ଶନ କରିବେ।

   Related Posts