୧୩ ବର୍ଷ ପରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆର ନୌସେନା ସହିତ ସମୁଦ୍ରକୁ ଓହ୍ଲାଇଲା ଭାରତ, ବଢିବ ଚୀନର ଚିନ୍ତା

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୦୩।୧୧: ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ମାଲବାର ନୌସେନା ସମରାଭ୍ୟାସର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। ବଙ୍ଗୋପସାଗରରେ ଭାରତର ନୌସେନା ତିନି ଦେଶ ସହିତ ମିଳିତ ଯୁଦ୍ଧାଭ୍ୟାସ୍ ଆରମ୍ଭ କରିଛି। ୧୩ ବର୍ଷ ପରେ ପ୍ରଥମ ଥର ଏହି ଚାରି ଦେଶ ନୌସମରାଭ୍ୟାସ୍‌ରେ ସାମିଲ ହୋଇଛନ୍ତି। ଏହା ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବିସ୍ତାରବାଦୀ ଚୀନ ପାଇଁ ବଡ ସନ୍ଦେଶ କୁହାଯାଉଛି।

ଏହି ଯୁଦ୍ଧାଭ୍ୟାସ୍‌ରେ ଭାରତୀୟ ନୌସେନା, ଆମେରିକା ନୌସେନା, ଜାପାନ ମୋରିଟାଇମ ସେଲ୍‌ଫ ଡିଫେନ୍ସ ଫୋର୍ସ ଏବଂ ରୟାଲ ଅଷ୍ଟ୍ରେଲିୟନ ନେଭି ଭାଗ ନେଇଛନ୍ତି। ଏହି ସମରାଭ୍ୟାସ୍‌ରେ ଭାରତର ଯୁଦ୍ଧଜାହାଜ ରଣ ବିଜୟ, ଶିବାଲିକ, ଶକ୍ତି, ସୁକନ୍ୟା ଭାଗ ନେଇଥିବା ବେଳେ ବୁଡାଜାହାଜ ସିନ୍ଧୁରାଜ ମଧ୍ୟ ସମୁଦ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିଛି।

wp:html /wp:html

ଭାରତର ଯୁଦ୍ଧାଜାହାଜ ଓ ବୁଡାଜାହାଜ ସହିତ ୟୁଏସର ୟୁଏସଏସ ଜନ ଏସ ମ୍ୟାକେନ, ଅଷ୍ଟ୍ରେଲିଆର ଏଚଏଏମଏସ ବାଲାରତ ଓ ଜାପାନର ଯୁଦ୍ଧଜାହାଜ ଜେଏସ ଅନୈମୀ ସମୁଦ୍ରରେ ନିଜର ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ସମୁଦ୍ରରେ ଆଣ୍ଟି ସବମରିନ ଓ୍ଵାରଫେୟର ଅପରେସନ, କ୍ରସ ଡେକ ଲାଣ୍ଡିଂ ଏବଂ ଅନେକ ପ୍ରକାରର ମିଳିତ ଯୁଦ୍ଧାଭ୍ୟାସ ସାମିଲ।

{"id":355799,"sizeSlug":"large"}

ମାଲବାର ଅଭ୍ୟାସର ପ୍ରଥମ ପର୍ଯ୍ୟାୟ ବିଶାଖାପାଟଣା ନିକଟସ୍ଥ ବଙ୍ଗୋପସାଗର ଖାଡିରେ ଆରମ୍ଭ ହୋଇଛି। ଏହାର ସମାପନ ନଭେମ୍ଵର ୬ରେ ହେବ। ଦ୍ଵିତୀୟ ପର୍ଯ୍ୟାୟ ସମରାଭ୍ୟାସ ନଭେମ୍ଵର ୧୭-୨୦ରେ ଆରବ ସାଗରରେ ହେବ। ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ ଭାରତ-ପ୍ରଶାନ୍ତ ମହାସାଗରରେ ଏହି ଯୁଦ୍ଧାଭ୍ୟାସ୍‌କୁ ଚାରି ଦେଶ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଅବସର ବୋଲି କହିଛନ୍ତି। ଆମେରିକାର ଦୂତାବାସ ଏହାକୁ ଚାରି ଦେଶ ମଧ୍ୟରେ ମଜବୁତ ପ୍ରତିରକ୍ଷା ସହଯୋଗ ପ୍ରତି ପ୍ରତିବଦ୍ଧତା ଜାହିର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.