ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ ; ବିଜୟଠାରୁ ୨ ୱିକେଟ୍ ଦୂରରେ ଭାରତ

Published By : Prameya-News7 Bureau | December 29, 2018 IST

ମେଲବୋର୍ଣ୍ଣ ୨୯|୧୨:  ଅଷ୍ଟ୍ରେଲିଆରେ ଭାରତ ଇତିହାସ ରଚିବା ଦ୍ବାରଦେଶରେ । ମେଲବର୍ଣ୍ଣ ଟେଷ୍ଟରେ ବିଜୟ ଲାଗି ଭାରତ ଆଉ ମାତ୍ର ୨ୱିକେଟ୍ ଦୂରରେ । କଙ୍ଗାରୁବାହିନୀ ଆଗରେ ଟିମ୍ ଇଣ୍ଡିଆ ୩୯୯ରନ୍ ର ବିଶାଳ ସ୍କୋର ଛିଡା କରିଥିବା ବେଳେ ଆଜି ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୮ୱିକେଟ୍ ହରାଇ ୨୫୮ ରନ୍ କରିଛି । ଆସନ୍ତାକାଲି ଶେଷ ଦିନରେ ଭାରତୀୟ ବୋଲର ଆଉ ୨ୱିକେଟ୍ ନେଲେ ଅଷ୍ଟ୍ରେଲିଆ ମାଟିରେ ବକ୍ସିଂ ଡେ' ଟେଷ୍ଟ ଜିତି ବିରାଟ ବାହିନୀ ରଚିବ ଇତିହାସ । ଏଥିସହ ୪ଟିକିଆ ଟେଷ୍ଟ ଶୃଂଖଳାରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିବ ।

ତେବେ କ୍ରିଜରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଆପ୍ରାଣ ଉଦ୍ୟମ କରୁଛନ୍ତି । ପେଟ୍ କୁମିନ୍ସ ଏବଂ ନାଥନ୍ ଲିୟନ ଦୃଢ ଭାଗରେ ଖେଳୁଛନ୍ତି । କିନ୍ତୁ ଭାରତ ସପକ୍ଷରେ ରହିଛି ମ୍ୟାଚ । ଟେଷ୍ଟ ଡ୍ର କରିବା ବା ଜିତିବା ଅଷ୍ଟ୍ରେଲିଆ ପାଇଁ ଅସମ୍ଭବ ପ୍ରାୟ । କାରଣ ପ୍ରଥମ ଇନିଂସରେ ଭାରତ ୮ୱିକେଟ୍ ହରାଇ ୪୪୩ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୧୫୧ ରନ୍ରେ ଅଲଆଉଟ ହୋଇ ଯାଇଥିଲା । ବୁମ୍ରାଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଠିଆ ହୋଇ ପାରିନଥିଲେ । ବୁମ୍ରାଙ୍କୁ ମିଲିଥିଲା ୬ୱିକେଟ୍ । ଏହାପରେ ଦ୍ବିତୀୟ ଇନିଂସ ଖେଳି ଭାରତ ୧୦୬ରନ୍ କରି ପାଳି ଘୋଷଣା କରିଛି । ଆଉ ତାସହ ଅଷ୍ଟ୍ରେଲିଆ ଆଗରେ ୩୯୯ ରନ୍ ର ବିଜୟ ଲକ୍ଷ୍ୟ ରଖିଛି । ତେବେ ବୁମ୍ରା, ସାମି ଏବଂ ଜାଡେଜାଙ୍କ ବୋଲିଂ ଆଗରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.