Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମ୍ୟାଚ ପୂର୍ବରୁ ପାଣ୍ଡ୍ୟା ଗାଇଲେ ଶ୍ରୀଲଙ୍କାର ଜାତୀୟ ସଂଗୀତ, ସୋସିଆଲ ମିଡିଆରେ ମିଳିଲା ବାହାବା

26/07/2021 at 10:47 AM

କଲମ୍ୱୋ ୨୬/୭: ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି -20 ଜିତିନେଇଛି ଶିଖର ବାହିନୀ । ରବିବାର ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୩୮ ରନରେ ବିଜୟ ହାସଲ କରିଛି । ଏହି ଦଳ ଖେଳ ସହିତ ଭାରତୀୟ କ୍ରୀଡା ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଛନ୍ତି । ଖାସି କରି ଅଲରାଣ୍ଡରଙ୍କ ଏପରି କାମକୁ ନେଇ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳୁଛି ।

କାରଣ ଥିଲା ମ୍ୟାଚ୍ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପରି କିଛି କରିଥିଲେ ଯାହା ଶ୍ରୀଲଙ୍କା ପ୍ରଶଂସକଙ୍କୁ ମଧ୍ୟ ଖୁସି କରିଦେଇଥିଲା । ମ୍ୟାଚ୍ ଆରମ୍ଭ ପୂର୍ବରୁ ଗ୍ରାଉଣ୍ଡରେ ଉଭୟ ଦଳର ଜାତୀୟ ସଂଗୀତ ଗାନ କରାଯାଇଥିଲା । ପଡ଼ିଆରେ ସବୁ ଖେଳାଳି ନିଜ ନିଜ ଦେଶର ଜାତୀୟ ସଂଗୀତ ଗାନ କରିଥିଲେ । ହେଲେ କେବଳ ପାଣ୍ଡ୍ୟା ଜଣେ ଖେଳାଳି ଯିଏ କି, ଭାରତର ଜାତୀୟ ସଂଗୀତ ଗାଇବା ପରେ ଶ୍ରୀଲଙ୍କାର ଜାତୀୟ ସଂଗୀତ ବି ଗାନ କରିଥିଲେ ।

ଆଉ ଏହି ଦୃଶ୍ୟଟି କ୍ୟାମେରରାରେ କଏଦ ହୋଇଯାଇଥିଲା । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଉ ପାଣ୍ଡ୍ୟାଙ୍କ ଏମିତି କାର୍ଯ୍ୟ ପାଇଁ ବହୁତ ପ୍ରଶଂସା ବି ମିଳୁଛି । ପାଣ୍ଡ୍ୟାଙ୍କ ଏହି ଉଦ୍ୟମକୁ ଉଭୟ ଦେଶର ଲୋକେ ଖୁବ୍ ତାରିଫ କରିଛନ୍ତି ।

   Related Posts