ଓମ୍ରିକନ ସଂକଟ ମଧ୍ୟରେ ସାଉଥ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ: ଟେଷ୍ଟ ଓ ଦିନିକିଆ ଖେଳାଯିବ, ଟଳିଲା T_20

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪/୧୨: ଟିମ ଇଣ୍ଡିଆ ସାଉଥ ଆଫ୍ରିକା ଗସ୍ତ ନିଶ୍ଚିତ । ବିସିସିଆଇ ସେକ୍ରଟାରୀ ଜୟ ଶାହ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଭାରତୀୟ ଟିମ୍ ସାଉଥ ଆଫିକ୍ରା ଗସ୍ତରେ ଯାଇ ୩ ଟେଷ୍ଟ ସହ ୩ଟି ଦିନିକିଆ ଖେଲିବ । ପରେ ୪ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବ । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପରେ ଏହି ଯାତ୍ରା ସ୍ଥଗିତ ଥିବା ପରି ମନେ ହେଉଥିଲା ।

କିନ୍ତୁ ବର୍ତ୍ତମାନ ବିସିସିଆଇ ଏହାକୁ ନିଶ୍ଚିତ କରିଛି । ହେଲେ ତାରିଖ ଘୋଷଣା ହେଇନି । ଅଫିସିଆଲ୍ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ଡିସେମ୍ବର ୧୭ ରୁ ଆରମ୍ଭ ହେବାର ଥିଲା । ଯେଉଁଠାରେ ତିନୋଟି ଟେଷ୍ଟ, ତିନୋଟି ODI ଏବଂ ଚାରି ଟି -20 ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ଓମିକ୍ରନ ପାଇଁ ଏସବୁରେ ପରିବର୍ତ୍ତନ ହୋଇଛି । ବିସିସିଆଇର ଅଧିକାରୀ ଅରୁଣ ଧୁମଲ ସୂଚନା ଦେଇଛନ୍ତି ଯେ ଭାରତ ଗସ୍ତ କେବଳ ଟେଷ୍ଟ ଏବଂ ODI ସିରିଜ୍ ପାଇଁ ହେବ ।

ଏ ବିଷୟରେ ବିସିସିଆଇ ଦକ୍ଷିଣ ଆଫ୍ରିକା ବୋର୍ଡକୁ ସୂଚନା ଦେଇଛି। ଏହି ଭ୍ରମଣରେ ଖେଳାଯିବାକୁ ଥିବା ଚାରୋଟି ଟି -20 ମ୍ୟାଚ୍ ସ୍ଥଗିତ ରଖାଯାଇଛି । ସୂଚନା ଥାଉକି, ଏହି ଯାତ୍ରା ବର୍ତ୍ତମାନ ଏକ ସପ୍ତାହ ବିଳମ୍ବରେ ଆରମ୍ଭ ହୋଇପାରେ । ପ୍ରଥମ ମ୍ୟାଚ୍ ୨୬ ଡିସେମ୍ବରରେ ଖେଳାଯିବାର ସମ୍ଭାବନା ରହିଛି । ଖୁବ୍ ଶୀଘ୍ର ବିସିସିଆଇ ଦ୍ୱାରା ତାରିଖ ଘୋଷଣା କରାଯିବ । …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.