Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

୨୦୨୧ରେ ଭାରତର ଇଂଲଣ୍ଡ ଗସ୍ତ, ଖେଳାଯିବ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା, କାର୍ଯ୍ୟସୂଚୀ ଜାରି

18/11/2020 at 5:39 PM

ନୂଆଦିଲ୍ଲୀ ୧୮।୧୧: କରୋନା କାରଣରୁ ୨୦୨୦ରେ କ୍ରିକେଟ୍ ସିଜିନ ସଂପୂର୍ଣ୍ଣ ବରବାଦ ହୋଇ ଯାଇଛି। ଅନେକ ଟୂର୍ଣ୍ଣାମେଣ୍ଟ ଓ ଶୃଙ୍ଖଳା ସ୍ଥଗିତ କରାଯାଇଛି। କିନ୍ତୁ ଆସନ୍ତା ବର୍ଷ ଭାରତ କ୍ରମାଗତ କ୍ରିକେଟ୍ ଖେଳିବାକୁ ଯାଉଛି। ଏହି କ୍ରମରେ ଅଗଷ୍ଟ ମାସରେ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ବୁଧବାର ଶୃଙ୍ଖଳାର କାର୍ଯ୍ୟସୂଚୀ ଘୋଷଣା କରିଛି। ପ୍ରଥମ ଟେଷ୍ଟ ଅଗଷ୍ଟ ୪ରେ ଟ୍ରେଣ୍ଟବିଜ୍‌ରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଐତିହାସିକ ଲର୍ଡସ୍‌ ପଡିଆରେ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍‌ ଖେଳାଯିବ।

ହେଣ୍ଡିଗ୍ଲେରେ ଦୁଇ ଦଳ ମଧ୍ୟରେ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ଅଗଷ୍ଟ ୨୫ରୁ ୨୯ ମଧ୍ୟରେ ଖେଳାଯିବ। ସେହିପରି ସେପ୍ଟେମ୍ବର ୨ରୁ ୬ ତାରିଖ ମଧ୍ୟରେ ଚତୁର୍ଥ ଟେଷ୍ଟ ଓଭାଲରେ ଖେଳାଯିବ। ପଞ୍ଚମ ତଥା ଶେଷ ଟେଷ୍ଟ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ପଡିଆରେ ଖେଳାଯିବ।

ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଗସ୍ତ ସାରି ସ୍ଵଦେଶ ଫେରିବ। ଏହା ପରେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ତିନୋଟି ଫର୍ମାଟରେ ମ୍ୟାଚ୍ ଖେଳିବ। ଏହି ଗସ୍ତରେ ୪ ଟେଷ୍ଟ, ୪  ଦିନିକିଆ ଓ ୪ ଟି-୨୦ ମ୍ୟାଚ୍ ଖେଳାଯିବ। ଇଂଲଣ୍ଡ ଗସ୍ତ ସମାପ୍ତ ପରେ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଆଇପିଏଲ ଖେଳାଯିବ। ଆଇପିଏଲ ଶେଷ ହେବା ପରେ ଜୁନରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇ ୩ ଦିନିକିଆ ଓ ୫ ଟି-୨୦ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଏହା ବ୍ୟତୀତ ଜୁନ-ଜୁଲାଇରେ ଏସିଆ କପ୍‌ ଆୟୋଜନ ହେବାର ଅଛି।

ଭାରତର ୨୦୨୧ ଇଂଲଣ୍ଡ ଗସ୍ତର କାର୍ଯ୍ୟସୂଚୀ

ଅଗଷ୍ଟ ୪ରୁ ୮- ପ୍ରଥମ ଟେଷ୍ଟ, ଟ୍ରେଣ୍ଟ ବ୍ରିଜ୍

ଅଗଷ୍ଟ ୧୨ରୁ ୧୬- ଦ୍ଵିତୀୟ ଟେଷ୍ଟ, ଲର୍ଡ୍ସ

ଅଗଷ୍ଟ ୨୫ ରୁ ୨୯- ତୃତୀୟ ଟେଷ୍ଟ, ହେଣ୍ଡିଗ୍ଲେ

ସେପ୍ଟେମ୍ବର ୨ରୁ ୬- ଚତୁର୍ଥ ଟେଷ୍ଟ, ଓଭାଲ

ସେପ୍ଟେମ୍ବର ୧୦ରୁ ୧୪- ପଞ୍ଚମ ଟେଷ୍ଟ, ଓଲ୍ଡ ଟ୍ରାଫର୍ଡ

   Related Posts