Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

୨୦ବର୍ଷ ମଧ୍ୟରେ ବିଶ୍ବର ୩ୟ ବୃହତ ଅର୍ଥନୀତି ହେବ ଭାରତ, ଫେସବୁକ୍ ଏବଂ ଜିଓ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଅବସରରେ କହିଲେ ଅମ୍ବାନୀ

15/12/2020 at 3:00 PM

ନୂଆଦିଲ୍ଲୀ ୧୫/୧୨ : ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତ ବିଶ୍ବର ଶୀର୍ଷ ୩ ଇକୋନୋମୀରେ ସାମିଲ ହେବ । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ସହିତ ଏକ ଭିଡିଓ ସମ୍ମୀଳନୀରେ ଏପରି ବଡ ମନ୍ତବ୍ୟ ଦେଇଛନ୍ତି ମୁକେଶ ଅମ୍ବାନୀ । ଭାରତରେ ଦୃତ ଗତିରେ ବୃଦ୍ଧି ପାଉଥିବା ଡିଜିଟାଲ କାରବାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେଇଛନ୍ତି ଜୁକରବର୍ଗ ଏବଂ ଅମ୍ବାନୀ ।

ମୁକେଶ ଅମ୍ବାନୀ କହିଛନ୍ତି ଜିଓ ଏବଂ ଫେସବୁକ୍ ଉଭୟ ମିଶି ଭାଲ୍ୟୁ ଆଡେଡ୍ କ୍ରିଏଟର୍ ହୋଇପାରନ୍ତି । ହାଟ୍ସଆପ ଏବଂ ଜିଓରେ ଅନେକ ସଂଖ୍ୟକ ସବସ୍କାଇବର୍ ଯୋଡି ହୋଇଛନ୍ତି ଏବଂ ଏହି ପ୍ରକ୍ରିୟା ଦିନକୁ ଦିନ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମୁକେଶ ଅମ୍ବାନୀ ଆହୁରି ମଧ୍ୟ କହିଛନ୍ତି ଯେ, ଜିଓ ମାର୍ଟ ଦେଶର କୋଣ ଅନୁକୋଣରେ ପହଞ୍ଚିବ । ଏଡା ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାରର ମାଧ୍ୟମ ମଧ୍ୟ ବହାରି ପାରିବ । ଦେଶର ସମସ୍ତ ସ୍କୁଲ, କଲେଜ, ହସ୍ପିଟାଲ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ଉନ୍ନତଧରଣର ଟେକନୋଲୋଜି ବ୍ୟବହାର କରିବାରେ ଜିଓ ସହାୟକ ହେବ ବୋଲି ଅମ୍ବାନି କହିଛନ୍ତି ।

ଫେସବୁକ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, ଭାରତର ଭବିଷ୍ୟତ ଆହୁରି ସୁଦୃଢ ହେବାକୁ ଯାଉଛି । ସେଥିପାଇଁ ସେ ଭାରତରେ ପୁଞ୍ଜି ନିବେଶ କରିଛନ୍ତି । ଜୁକରବର୍ଗ କହିଛନ୍ତି ଭାରତରେ ଜିଓ କୋଟି କୋଟି ଲୋକଙ୍କୁ ଇଣ୍ଟରନେଟ୍‌ ସେବା ଯୋଗାଇବାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର    ​‌ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଭିଜନ୍ ସଫଳତାର ସହିତ ବୃଦ୍ଧି ପାଇବାରେ ଲାଗିଛି ।

ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ଫେସବୁକ୍ ପ୍ରାୟ ୯.୯୯ ପ୍ରତିଶତ ଅର୍ଥାତ ୪୩ ହଜାର ୫୭୪ କୋଟି ଟଙ୍କା ନିବେଶ କରିଛି । ତେବେ ଫେସବୁକ୍ ପ୍ରଥମ ଥର ପାଇଁ  ଭାରତରେ କୌଣସି ବଡ କମ୍ପାନୀରେ ନିବେଶ କରିଛି । ତେବେ ରିଲାଏନ୍ସ୍ ଜିଓ ପକ୍ଷରୁ ମଧ୍ୟ ଭାରତରେ ପ୍ରାୟ ୬ କୋଟି ଛୋଟ ବଡ ଦୋକାନରେ ଫେସବୁକ୍ ଏବଂ ହ୍ବାଟସଆପ୍ ପହଞ୍ଚଇବାକୁ ଚୁକ୍ତି ହୋଇଛି । ଗତ ୫ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୫୬ କୋଟି ଲୋକଙ୍କ ନିକଟରେ ଇଣ୍ଟରନେଟ ସେବା ପହଞ୍ଚିଛି ଏବଂ ଜିଓର ନିଜସ୍ବ ନେଟଓ୍ବର୍କରେ ୩୮.୮ କୋଟି ଉପଭୋକ୍ତା ଅଛନ୍ତି ।

   Related Posts