Asia Cup Hockey 2022: ଜାପାନକୁ ହରାଇ ମଧୁର ପ୍ରତିଶୋଧ ନେଲା ଭାରତ, ସୁପର ୪ରେ ୨-୧ରେ ହରାଇଲା

Published By : Prameya-News7 Bureau | May 28, 2022 IST

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ ଭାରତ ଏସିଆ କପ୍ ୨୦୨୨ର ସୁପର ୪ରେ ନିଜର ପ୍ରଥମ ମ୍ୟାଚ୍‌ରେ ଜାପାନଙ୍କୁ ୨-୧ ଗୋଲ୍‌ରେ ହରାଇଛି। ଏହି ବିଜୟ ସହିତ ଭାରତୀୟ ପୁରୁଷ ହକି ଦଳ ପୁଲ୍ ପର୍ଯ୍ୟାୟରେ ଜାପାନଠୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେଇ ପାରିଛି। ଭାରତ ପକ୍ଷରୁ ମଞ୍ଜିତ ଅଷ୍ଟମ ଏବଂ ପବନ ରାଜଭର ୩୪ମ ମିନିଟରେ ଗୋଲ୍ ଦେଇଛନ୍ତି। ଭାରତୀୟ ଦଳ ତିନି ପଏଣ୍ଟ ସହ ସୁପର ୪ରେ ଶୀର୍ଷକୁ ଉଠିଛି। ଗ୍ରୁପ ୪ର ମାଲେସିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମୁକାବିଲା ୨-୨ରେ ଶେଷ ହୋଇଛି। ସୁପର ୪ରେ ଜାପାନ ପରେ ଭାରତ ରବିବାର ମାଲେସିଆ ସହ ଏବଂ ମଙ୍ଗଳବାର ଦକ୍ଷିଣ କୋରିଆ ବିପକ୍ଷରେ ଶେଷ ମୁକାବିଲା ଖେଳିବ।

ଭାରତ ମୁକାବିଲାରେ ଦମଦାର ଆରମ୍ଭ କରିଥିଲା ଏବଂ ପ୍ରଥମ କ୍ଵାର୍ଟରରେ ମଞ୍ଜିତଙ୍କ ଗୋଲ୍‌ ବଳରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ମଞ୍ଜିତ ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ଗୋଲ୍ ଦେଇଥିଲେ। ଏହାର ପାଞ୍ଚ ମିନିଟ୍ ପରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ହେଲେ ଭାରତ ଏହାକୁ ଗୋଲ୍‌ରେ ପରିଣତ କରି ପାରିନଥିଲା।

wp:html /wp:html

ହେଲେ ଭାରତର ଏହି ଅଗ୍ରଣୀ ହାସଲ ଅଧିକ ସମୟ ରହିନଥିଲା। ଜାପାନ ୧୮ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ଜରିଆରେ ଗୋଲ୍ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା। ଜାପାନ ପକ୍ଷରୁ ଏହି ଗୋଲ୍ ନେଭା ଦେଇଥିଲେ। ଦ୍ଵିତୀୟ କ୍ଵାର୍ଟର ସରିବା ବେଳକୁ ମନିନ୍ଦର ସିଂହଙ୍କୁ ଗ୍ରୀନ କାର୍ଡ ଦେଖାଇଥିଲେ। ପୁଣି ଭାରତ ୧୦ ଜଣ ଖେଳାଳିଙ୍କୁ ନେଇ ମ୍ୟାଚ୍ ଖେଳିଥିଲା। ପ୍ରଥମ ହାଫ ସୁଦ୍ଧା ଦୁଇ ଦଳ ୧-୧ରେ ବରାବର ସ୍ଥିତିରେ ରହିଥିଲା।

ଏହା ପରେ ଭାରତୀୟ ଦଳ ତୃତୀୟ କ୍ଵାର୍ଟରରେ ଜବରଦସ୍ତ ପାଲଟା ଆକ୍ରମଣ କରିଥିଲା। ପବନ ରାଜଭର ୩୪ମ ମିନିଟରେ ଗୋଲ୍ ଦେଇ ଭାରତକୁ ୨-୧ରେ ଅଗ୍ରଣୀ ହାସଲ କରିଥିଲା। ଭାରତ ଏହି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲା। ଜାପାନ ଗୋଲ୍ ପରିଶୋଧ କରିବାକୁ ଶତ ଚେଷ୍ଟା କରିଥିଲେ ବି ଗୋଲ୍ ଦେଇ ପାରିନଥିଲା। ଭାରତ ଖେଳକୁ ନିଜ ନିୟନ୍ତ୍ରଣରେ ରଖି ଶେଷରେ ୨-୧ରେ ବିଜୟ ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.