ଯେଉଁ ଦେଶ କରୋନା ଭାକସିନ ଉଦ୍ଭାବନ କରନ୍ତୁ, କିନ୍ତୁ ତିଆରି କରିବ ଭାରତ: ଆମେରିକାରେ ବ୍ୟବହୃତ ୬୦% ଔଷଧର ରହିଛି ଭାରତୀୟ ଲିଙ୍କ୍

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫/୦୭-  ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା କୋଭିଡ-୧୯ ଭୂତାଣୁର ମୁକାବିଲା, ମୂଳୋତ୍ପାଟନ ଲାଗି ସବୁ ଦେଶ ତତ୍ପର । ସବୁ ଦେଶର ବୈଜ୍ଞାନିକ ମାନେ କୋଭିଡ-୧୯ ବା କରୋନା ଭ୍ୟାକସିନ,ଔଷଧ ପ୍ରସ୍ତୁତ କରିବାକୁ ଦିନରାତି ଗବେଷଣାରେ ଲାଗିଛନ୍ତି । ଭାରତ ଏବଂ ଭାରତୀୟ ପ୍ରତିଷ୍ଠାନ, ବୈଜ୍ଞାନିକମାନେ ମଧ୍ୟ ଏହି ଅଭିଯାନରେ ବେଶ୍‌ ଆଗରେ ଅଛନ୍ତି । ତେବେ ଏହି ଅଭିଯାନ ଚାଲୁ ରହିଥିବା ବେଳେ ବଡ଼ ଖବରଟି ହେଲା କରୋନା ମୁକାବିଲାରେ , କରୋନା ଔଷଧ ପ୍ରସ୍ତୁତିରେ ଭାରତ ଏବେ ଆଗଧାଡିରେ ଅଛି ଆଉ ଆଗକୁ ଅନନ୍ୟ ସ୍ଥାନରେ ରହିବ । କୌଣସି ଦେଶ ଭାରତର ସ୍ଥାନ ନେଇ ପାରିବେ ନାହିଁ । ଏହା କହିଛନ୍ତି ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ( ଆଇସିଏମଆର) ।

ସେହି ବଡ କଥାଟି ହେଲା, ଭାରତ ହାତରେ ରହିବ ଚାବିକାଠି । ଅର୍ଥାତ୍ ଯେଉଁ ଦେଶ କରୋନା ଔଷଧ ଭ୍ୟାକସିନ ପ୍ରସ୍ତୁତ କରୁନା କାହିଁକି ଭାରତର ଫାଇଦା ହି ଫାଇଦା । ଆଉ ସେହି ଫାଇଦା ହେଲା ଔଷଧ ବା ଭ୍ୟାକସିନ ଭାରତରେ ତିଆରି ହେବ । ମଙ୍ଗଳବାର ଦିନ ଆଇସିଏମଆର ମହାନିର୍ଦ୍ଦେଶକ ଡକ୍ଟର ବଲରାମ ଭାର୍ଗବ ଏହା କହିଛନ୍ତି । ସେ କହିଛନ୍ତି, କରୋନା ଭାକସିନ ଉଦ୍ଭାବନକାରୀଙ୍କୁ ସେହି ଭାକସିନର ଉତ୍ପାଦନ ଲାଗି ଭାରତ ଉପରେ ହିଁ ନିର୍ଭର କରିବାକୁ ପଡିବ ।

ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଥିବା ଡକ୍ଟର ଭାର୍ଗବଙ୍କ ଯୁକ୍ତି ହେଲା, ସାରା ବିଶ୍ବରେ କୋଭିଡ-୧୯ ଭ୍ୟାକସିନ ଯେ କେହି ଉଦ୍ଭାବନ କରିପାରନ୍ତି, କିନ୍ତୁ ତାହାକୁ ପ୍ରଚୁର ମାତ୍ରାରେ ତିଆରି କରିବାର ଭିତ୍ତିଭୂମୀ କେବଳ ଭାରତ ଏବଂ ଚୀନରେ ରହିଛି । ବର୍ତ୍ତମାନ ସାରା ପୃଥିବୀରେ ଚୀନ ବିରୋଧରେ ହାୱ୍ୱା ଥିବାରୁ ତାହା ଭାରତକୁ ସୁହାଇବ । ଚୀନ୍‌ରୁ କରୋନାର ଉତ୍ପତ୍ତି  ହୋଇଥିବାରୁ ଚୀନ ଲାବୋରେଟୋରୀ ଏବଂ ଚୀନର ଔଷଧ ନିର୍ମାତା ତଥା ଔଷଧ ପ୍ରସ୍ତୁତିର ଭିତ୍ତିଭୂମୀ ଉପରେ ବିଶ୍ବର ଭରସା କମ୍‌ । ବହୁ ପ୍ରମୂଖ କମ୍ପୀନୀ, ଶିଳ୍ପ ସଂସ୍ଥା ଏବେ ଭାରତ ମୁହାଁ । ଏହି ପରିପ୍ରେକ୍ଷୀରେ ଭାରତରେ ଥିବା ଔଷଧ ପ୍ରସ୍ତୁତିର ଭିତ୍ତିଭୂମୀକୁ ହିଁ ପସନ୍ଦ କରିବେ କୋଭିଡ-୧୯ ଭ୍ୟାକସିନ ଉଦ୍ଭାବକ ଦେଶ । ଏପରି ଯୁକ୍ତି ସହ ଆଶା ରଖିଛନ୍ତି ଆଇସିଏମଆର ମହା ନିର୍ଦ୍ଦେଶକ ଡକ୍ଟର ଭାର୍ଗବ ।

 ଡକ୍ଟର ଭାର୍ଗବଙ୍କ ଯୁକ୍ତିର କାରଣ ଟି ହେଲା , ଭାରତ ସାରା ବିଶ୍ବର ଔଷଧ ଘର  ବା ଫାର୍ମାସୀ ଅଫ ଦି ୱାର୍ଲଡ ଭାବେ ପରିଚିତ । ଆମେରିକାରେ ବ୍ୟବହୃତ ଔଷଧ ମଧ୍ୟରୁ ୬୦ ପ୍ରତିଶତ ହେଉଛି ଭାରତୀୟ  ଉତ୍ସରୁ ପ୍ରସ୍ତୁତ ବା ସେଥିରେ ମୌଳିକ ଭାବେ ରହିଛି ଭାରତର ଲିଙ୍କ । ତେଣୁ ଏଗୁଡିକ ଭାରତରେ ତିଆରି ଜେନେରିକ ଓଷଧ ଅଟେ । ଏହା ବ୍ୟତୀତ ସାରା ବିଶ୍ବରେ ବ୍ୟବହୃତ ଭ୍ୟାକସିନ ମଧ୍ୟରୁ ୬୦ ପ୍ରତିଶତ ଭାରତେ ତିଆରି । ରୁବେଲ୍ଲା, ମିଜିଲ୍ସ, ପୋଲିଓ ଆଦି ଭ୍ୟାକସିନ ଭାରତରେ ହିଁ ତିଆରି ହୋଇଥାଏ । ଏସବୁ ଦୃଷ୍ଟିରୁ ସାରା ବିଶ୍ବରେ ଔଷଧ ପ୍ରସ୍ତତିରେ୍ ଆଗରେ ଥିବା ଭାରତ ହି କରୋନା ଭ୍ୟାକସିନ ପ୍ରସ୍ତୁତିର ହବ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.