ପୁଣି ଥରେ ନବୀନ ମୁଖ୍ୟମନ୍ତ୍ରୀ ହେବା ଚାହୁଁଛନ୍ତି ଲୋକେ

Published By : Prameya-News7 Bureau | September 29, 2018 IST

ଭୁବନେଶ୍ୱର ୨୯/୯ : ଇଣ୍ଡିଆ ଟୁଡେ କରିଥିବା ସର୍ଭେ ରିପୋର୍ଟ ଅନୁଯାୟୀ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ୫୯ ପ୍ରତିଶତ ଲୋକ | ଅନ୍ୟ ପକ୍ଷରେ ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି ଦେଶବାସୀ | ୪୪ ପ୍ରତିଶତ ଲୋକ ନବୀନ ସରକାରଙ୍କ ସଫଳତାକୁ ନେଇ ସନ୍ତୁଷ୍ଟ ଅଛନ୍ତି | ଏହି ସର୍ଭେ ରିପୋର୍ଟ ନେଇ ବିଜେଡି ଖୁସି ଜାହିର କରିଛି | ବିରୋଧୀ ଯେତେ ଯାହା କହିଲେ ବି କିଛି ଫରକ ପଡିବ ନାହିଁ ବୋଲି ବିଜେଡି କହିଛି | ମୋଦିଙ୍କ ପ୍ରଭାବ ଜାତୀୟ ସ୍ଥରରେ ବଢ଼ିଥିବେ ବି ଓଡିଶାରେ ତାହା ଫଳପ୍ରଦ ହେବ ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି | ସେପଟେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସର୍ଭେ ଫଳାଫଳ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି | ୨୦୧୯ ନିର୍ବାଚନରେ ସ୍ଥିତି ଭିନ୍ନ ହେବ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.