ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଇଣ୍ଡିଆ ଟୁଡେ ପତ୍ରିକା ସର୍ଭେରେ ନବୀନ ପୁଣି ୧ ନମ୍ବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା ରାଜନୈତିକ ବୟାନବାଜି

29/09/2018 at 5:57 PM

ଭୁବନେଶ୍ବର୨୯|୯: ୧୮ ବର୍ଷ କ୍ଷମତାରେ ଥାଇ ବି ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କମିନି । ଏବେ ବି ସେ ଏକ ନମ୍ବର୍ । ରାଜ୍ୟର ୫୯ ପ୍ରତିଶତ ଲୋକ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଇଣ୍ଡିଆ ଟୁଡେ ପତ୍ରିକାର ସର୍ଭେ ରିପୋର୍ଟରେ ଏମିତି ପ୍ରକାଶ ପାଇଛି । ନବୀନଙ୍କ ପଛକୁ ରାଜ୍ୟରେ ପ୍ରଭାବୀ ନେତା ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଲେ ତାଙ୍କୁ ୨୧ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା, ୨୦୧୪ ଅପେକ୍ଷା ବର୍ତ୍ତମାନ ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା ବଢ଼ିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏମିତି ରିପୋର୍ଟକୁ ନେଇ ଜୋରଦାର୍ ଚର୍ଚ୍ଚା ଆରମ୍ଭ ହୋଇଛି ।
ନବୀନ ଏବେ ବି ଓଡ଼ିଶାର ଏକ ନମ୍ବର ନେତା । ଇଣ୍ଡିଆ ଟୁଡେ ପତ୍ରିକା ସର୍ଭେ ରିପୋର୍ଟରେ ଏଭଳି ପ୍ରକାଶ ପାଇଛି । ରାଜ୍ୟର ୫୯ ପ୍ରତିଶତ ଲୋକ ନବୀନଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଚାହୁଁଥିବା ପତ୍ରିକା ପ୍ରକାଶ କରିଛି । ୪୪ ପ୍ରତିଶତ ଲୋକ ନବୀନଙ୍କ କାମରେ ସନ୍ତୁଷ୍ଟ ବୋଲି ଦର୍ଶାଯାଇଛି । ୧୮ ବର୍ଷ ଶାସନ ପରେ ବି ନବୀନ ତାଙ୍କ ପପୁଲାରିଟି ବଜାୟ ରଖିଛନ୍ତି । ତେବେ ୧୯ ପ୍ରତିଶତ ଲୋକ ନବୀନଙ୍କ କାମରେ ଅସନ୍ତୁଷ୍ଟ । ନବୀନଙ୍କ ପଛକୁ ଦ୍ବିତୀୟ ପ୍ରଭାବୀ ନେତା ତାଲିକାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୧ ପ୍ରତିଶତ ଲୋକ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଇଣ୍ଡିଆ ଟୁଡେ ଓ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇଛି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ରିପୋର୍ଟକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ବୟାନବାଜି ।
୨୦୧୪ରେ ମୋଦିଙ୍କୁ ଓଡ଼ିଶାବାସୀ ଗ୍ରହଣ କରି ନଥିଲେ । ସାରା ଦେଶରେ ମୋଦି ହାୱା ଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ଗୋଟେ ଲୋକସଭାସିଟ୍ । ତେବେ ବର୍ତ୍ତମାନର ସର୍ଭେ ଅନୁଯାୟୀ ଓଡ଼ିଶାର ୫୪ ପ୍ରତିଶତ ଲୋକ ମୋଦିଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଅର୍ଥାତ ନବୀନଙ୍କ ପାଖାପାଖି ରହିଛି ମୋଦିଙ୍କ ପପୁଲାରିଟି । ତେବେ ଓଡ଼ିସାର ୨୧ ପ୍ରତିଶତ ଲୋକ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ଚାହାନ୍ତି । ତେବେ ୨୦୧୯ରେ ଓଡ଼ିଶାରେ କଣ ନବୀନ ବନାମ ମୋଦି ଲଢେଇ ହେବ କି ? ଯଦି ହୁଏ ତେବେ କାହା ସପକ୍ଷରେ ଆସନରେ କନଭର୍ଟ ହେବ ? ଇଣ୍ଡିଆ ଟୁଡେର ସର୍ଭେକୁ ନେଇ ବିଜେଡିର ବହିଷ୍କୃତ ନେତା ଦାମୋଦର ରାଉତ କିନ୍ତୁ ଅନେକ ପ୍ରଶ୍ନ ଉଠାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ବି ଏଭଳି ସର୍ଭେ ଉପରେ ପ୍ରଶ୍ନ କରିଛନ୍ତି ।
ଅନେକ ସମୟରେ ସର୍ଭେ ରିପୋର୍ଟ ଭୁଲ ପ୍ରମାଣିତ ହୋଇଛି । ସର୍ଭେ ସତ ହେବାର ନଜିର ବି କିଛି କମ୍ ନାହିଁ । କିନ୍ତୁ ଏବେ ରାଜ୍ୟ ରାଜନୀତିର ହାଲଚାଲ ଯାହା, ତାକୁ ନେଇ ସଠିକ୍ ଆକଳନ କରିବା ମୁସ୍କିଲ ।

   Related Posts