Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ପବ୍‌ଜୀ ଖେଳାଳିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ : ଅପ୍ରେଲ୍ ୨୩ତାରିଖରୁ ଆରମ୍ଭ ହେଉଛି ସର୍ବଭାରତୀୟ ପବ୍‌ଜୀ ଲିଗ୍

21/04/2020 at 12:41 PM

ନୂଆଦିଲ୍ଲୀ ୨୧/୪: ଇଣ୍ଡିଆ ଟୁଡେ ଲିଗ୍ ଇନଭିଟେସନାଲ୍ ୨୦୨୦ଇ-ସ୍ପୋର୍ଟସ୍ ଟୁର୍ଣ୍ଣାମେଣ୍ଟର ଆରମ୍ଭ ଅପ୍ରେଲ୍ ୨୩ତାରିଖରୁ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଅପ୍ରେଲ୍ ୨୩ରୁ ୨୬ଅପ୍ରେଲ୍ ଯାଏଁ ଚାଲିବ। PUBG Mobile ର ଏହି ଟୁର୍ଣ୍ଣାମେଣ୍ଟ ସନ୍ଧ୍ୟା ୪ଟାବେଳେ ଆରମ୍ଭ ହେବ ଏବଂ ଆପଣ ଏହାର ଲାଇଭ ଷ୍ଟ୍ରିମିଂ ଏବଂ ଲାଇଭ ବ୍ଲଗ୍ ଆମ ଓ୍ବେବସାଇଟରେ ଦେଖିପାରିବେ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବେଷ୍ଟ୍ ପବଜୀ ଟିମର ଲୋକେ ଭାଗ ନେଉଛନ୍ତି। ସମସ୍ତ ପ୍ଲେୟାରଙ୍କ ପାଖରେ ନିଜର ସ୍କିଲ୍ ଟେଷ୍ଟ୍ କରିବା ଏବଂ ଚାମ୍ପିଅନଶିପ୍ ଦିଗକୁ ବଢ଼ିବାର ସୁଯୋଗ ମିଳିବ। ଚାରି ଦିନ ଚାଲିବାକୁ ଥିବା ଏହି ଇ-ସ୍ପୋର୍ଟସ୍ ଟୁର୍ଣ୍ଣାମେଣ୍ଟରେ ଟୋଟାଲ୍ ପ୍ରାଇଜ ୨ଲକ୍ଷ ୫୦ହଜାର ଟଙ୍କା  ।

ଇଣ୍ଡିଆ ଟୁଡେ ଲିଗ୍ ପବଜୀ ମୋବାଇଲ୍ ଇନଭିଟେସନାଲରେ ଆପଣ ଭାରତର ବେଷ୍ଟ ପ୍ରୋଫେସନାଲ୍ ଏବଂ ସେମି ପ୍ରୋଫେସନାଲ୍ ପ୍ଲେୟାରସଙ୍କୁ ଭାଗ ନେଉଥିବାର ଦେଖିପାରିବେ। ଏହି ଲୋକମାନେ ପରସ୍ପର ସହ ୨ଲକ୍ଷ ୫୦ହଜାର ଟଙ୍କା ଜିତିବା ପାଇଁ ପବଜୀ ବ୍ୟାଟଲରେ ରହିବେ।

ଏହି ପୂରା ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ମ୍ୟାଚ୍ ହେବ ଏବଂ ଏହା ଭିନ୍ନ ଭିନ୍ନ ମ୍ୟାପରେ ହେବ। ଏଥିରେ ଇରେଙ୍ଗଲ୍,ମୀରନମର,ସୈନହାକ ଏବଂ ବିକେଣ୍ଡି ସାମିଲ ରହିଛି।

ଏହି ଇଣ୍ଡିଆ ଟୁଡେ ପବଜୀ ଲିଗର ପ୍ରତି ଦିନ ୪ଟି ମ୍ୟାଚ୍ ହେବ। ଏଥିରେ ବେଷ୍ଟ ଟ୍ୟାଲେଣ୍ଟର କାଷ୍ଟିଂ ଇଣ୍ଡିଆ ଟୁଡେ ଲିଗ୍ ପବଜୀ ମୋବାଇଲ୍ ଇ ସ୍ପୋର୍ଟସ୍ ଅରିନାରୁ କରାଯିବ।

ଭାରତର ଜଣାଶୁଣା ପବଜୀ ଟିମ୍ ଯେପରିକି fnatic, TSM ENTTY, Orangerock, 8bit, SouL, Mayhem, SynerGE, VSG CRAWLERS, UME, Marcos Gaming, TeamIND, Megastars, Team Tamilas, Celtz, HYDRAOFFICIAL, GodLike, Element esports ଏବଂ Powerhous ପରସ୍ପର ସହ ମୋବାଇଲ୍ ଇନଭିଟେସନାଲ୍ ଟୁର୍ଣ୍ଣାମେଣ୍ଟରେ ସାମନା କରିବେ।

   Related Posts