Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଆମେରିକାରେ ଅଶୋଧିତ ତୈଳ ଗଚ୍ଛିତ କରି ରଖିବ ଭାରତ : ତୈଳ ଚାହିଦା ପୂରଣ ପାଇଁ ଦିଲ୍ଲୀର ଆଗୁଆ ପଦକ୍ଷେପ

19/07/2020 at 6:03 PM

ନୂଆଦିଲ୍ଲୀ ୧୯/୦୭ : ଭାରତ ଓ ଆମେରିକା ମଧ୍ୟରେ ଦୃଢ ସମ୍ପର୍କର ଏକ ଉଦାହରଣ ଶୁକ୍ରବାର ଦିନ ଦେଖିବାକୁ ମିଳିଛି | ଜୁଲାଇ ୧୭ ତାରିଖ, ଶୁକ୍ରବାର ଦିନ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଛି | ଉଭୟ ଦେଶ ମଧ୍ୟରେ ତୈଳ ଭଣ୍ଡାର ସ୍ଥାପନା ପ୍ରସ୍ତାବ ଉପରେ ଆଲୋଚନା ଆଗକୁ ବଢିଛି | ଭାରତ ନିଜ ଆବଶ୍ୟକ ମୁତାବକ ୮୪ ପ୍ରତିଶତ ଅଶୋଧିତ ତୈଳ ବିଦେଶୀ ବଜାରରୁ ଆମଦାନୀ କରିଥାଏ ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦରରେ ପରିବର୍ତ୍ତନ ଯୋଗୁଁ ଦେଶକୁ ଭାରି ଅନିଶ୍ଚିତତାର ସାମ୍ନା କରିବାକୁ ପଡିଥାଏ | ଆମେରିକା ପାଖରେ ବିଶାଳ ତୈଳ ଭଣ୍ଡାର ରହିଛି ଯେଉଁଠାରେ ଭାରତ ତୈଳ ଗଚ୍ଛିତ କରି ଅନିଶ୍ଚିତତା ପରିସ୍ଥିତିର ସାମ୍ନା କରିପାରିବ |

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆମେରିକା ଉର୍ଜା ମନ୍ତ୍ରୀ ଡେନ ବ୍ରାଉଲେଟଙ୍କ ନେତୃତ୍ୱରେ ଉଭୟ ଦେଶ ମଧ୍ୟରେ ଦ୍ୱିତୀୟ ବୈଠକ ଥିଲା | ଗତ ଆର୍ଥିକ ବର୍ଷରେ ଭାରତ ଆମେରିକା ଠାରୁ ୯୦୦ କୋଟି ଡଲାର ଅର୍ଥାତ ୬୩ ହଜାର କୋଟି ଟଙ୍କାର ତୈଳ କିଣିଥିଲେ | ଏହା ଆମେରିକାରୁ ଆମଦାନୀ ହେଉଥିବା ପାଖାପାଖି ୧୦ ପ୍ରତିଶତ |

ଭାରତ ୧୦ଟି ଦେଶରୁ ସବୁଠାରୁ ଅଧିକ ପେଟ୍ରୋଲିୟମ ଇନ୍ଧନ କିଣିଥାଏ | ଏହି ଦେଶମାନଙ୍କ ମଧ୍ୟରେ ଆମେରିକା ମଧ୍ୟ ସାମିଲ ଅଛି | ବର୍ତ୍ତମାନ ଆମେରିକା ପାଖରେ ଦୁନିଆର ସବୁଠାରୁ ବଡ ଭଣ୍ଡାର ଅଛି ଯାହା ସେ ଶୀତଳ ଯୁଦ୍ଧ ସମୟରେ ତିଆରି କରିଥିଲା | ଏହାର କ୍ଷମତା ପାଖାପାଖି ୮୦ କୋଟି ବ୍ୟାରେଲ | ଆମେରିକା ନିଜର ରାଷ୍ଟ୍ରୀୟ ବ୍ୟବହାର ଯୁକ୍ତ ଗୋଟିଏ ମାସର କ୍ଷମତା ଏହି ଭଣ୍ଡାରରେ ସଞ୍ଚିତ କରେ | କିନ୍ତୁ କେବେ ବି ଏହାର ପୁରା ବ୍ୟବହାର ହୋଇପାରିନାହିଁ | ଏହିଭଳି ପରିସ୍ଥିତିରେ ଭାରତ ଏହି ଭଣ୍ଡାର ବ୍ୟବହାର କରିପାରିବ |

ବର୍ତ୍ତମାନ କରୋନା ସମୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି | ଭାରତ ତୈଳ କିଣି ଆମେରିକା ତୈଳ ଭଣ୍ଡାରରେ କ୍ଷମତା ଅନୁସାରେ ସଞ୍ଚିତ କରି ରଖିପାରେ |

   Related Posts