Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

17/10/2021 at 8:27 AM

ନୂଆଦିଲ୍ଲୀ୧୭/୧୦: ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ବରରେ ବୈଠକ । ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ । ନଭେମ୍ବରରେ ଆଫଗାନିସ୍ତାନ ସ୍ଥିତି ଉପରେ ଦିଲ୍ଲୀରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୈଠକ ହେବ । ଭାରତ ଏହାର ଆୟୋଜନ କରିବ । ବୈଠକରେ ଯୋଗଦେବା ପାଇଁ ଋଷିଆ ଓ ପାକିସ୍ତାନ ସମେତ ଅନ୍ୟ କିଛି ଦେଶକୁ ନିମନ୍ତ୍ରଣ କରାଯାଇଛି। ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ବୈଠକରେ ଅଧ୍ୟକ୍ଷତା କରିବେ।

ଚୀନ, ଇରାନ, ତାଜିକସ୍ତାନ ଓ ଉଜବେକିସ୍ତାନକୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏଥିରେ ଆଫଗାନିସ୍ତାନରେ ମାନବୀୟ ସଂକଟ ପ୍ରସଙ୍ଗରେ ଆଲୋଚନା ହେବ। ଏଥି ସହିତ ସୁରକ୍ଷା ସଂପର୍କିତ ପ୍ରସଙ୍ଗରେ ଚର୍ଚ୍ଚା କରାଯିବ। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ତାଲିବାନକୁ ନିମନ୍ତ୍ରଣ ଦିଆଯାଇ ନାହିଁ। ବୈଠକ ନଭେମ୍ବର ୨ୟ ସପ୍ତାହରେ ଆୟୋଜନ ହୋଇପାରେ। ଋଷିଆ ମଧ୍ୟ ଅକ୍ଟୋବର ୨୦ରେ ମସ୍କୋରେ ଏହି ପ୍ରକାର ବୈଠକର ଆୟୋଜନ କରିବାକୁ ଯାଉଛି।

   Related Posts