ମାଳଦ୍ଵୀପରୁ ଚୀନକୁ ଘଉଡାଇବା ପ୍ରସ୍ତୁତିରେ ଭାରତ, ନିବେଶ କରିବ ୫୦ କୋଟି ଡଲାର

Published By : Prameya-News7 Bureau | August 13, 2020 IST

ମାଲେ ୧୩।୦୮: ଭାରତ ପଡୋଶୀ ଦେଶ ମାଳଦ୍ଵୀପରୁ ଚୀନକୁ ବାହାର କରିବା ପାଇଁ ରଣନୈତିକ ଭାବେ ଗୁତୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହାରି ଆଧାରରେ ମାଳଦ୍ଵୀପରେ ଗୁରୁତ୍ଵପୂର୍ଣ୍ଣ ସଂପର୍କ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଭାରତ ୪୦ କୋଟି ଡଲାରର ଋଣ ଏବଂ ୧୦  କୋଟି ଡଲାରର ଅନୁଦାନ ଦେବ। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ମାଳଦ୍ଵୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ମଧ୍ୟରେ ବୈଠକ ପରେ ଦୁଇ ଦେଶ ମଧ୍ୟରେ ଏ ନେଇ ସହମତି ପ୍ରକାଶ ପାଇଛି।

ଅଧିକାରୀ କହିଛନ୍ତି ୬.୭ କିଲୋମିଟରର ସେତୁ ବା ଗ୍ରେଟର ମାଲେ କନେକ୍ଟିଭିଟି ପ୍ରକଳ୍ପ(ଜିଏସପିସି) ମାଳଦ୍ଵୀପରେ ସବୁଠୁ ବଡ ଆନୁସଙ୍ଗିକ ପ୍ରକଳ୍ପ ହେବ ଯାହା ତିନି ପଡୋଶୀ ଦ୍ଵୀପ ଓ୍ଵଲିଙ୍ଗିଲି, ଗୁଲଫିଫାହୁ ଓ ଥିଲାଫୁସିକୁ ସଂଯୋଗ କରିବ। ଜିଏମସିପିର ସୂଚନା ରଖୁଥିବା ଲୋକଙ୍କ କହିବା ଅନୁଯାୟୀ ଏହା କ୍ଷମତାଧାରୀ ଏମଡିପି ପାର୍ଟି ମୁଖ୍ୟ ନିର୍ବାଚନୀ ପ୍ରତିଶ୍ରୁତି ଥିଲା ଯେଉଁଥିପାଇଁ ମାଳଦ୍ଵୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଗତ ବର୍ଷ ସେପ୍ଟେମ୍ବରରେ ଜୟଶଙ୍କରଙ୍କ ସହ ବୈଠକ  ସମୟରେ ଭାରତର ସହାୟତା ଲୋଡିଥିଲେ।

ଜୟଶଙ୍କର ଟ୍ଵିଟ୍ କରି କହିଛନ୍ତି ଭାରତ ଗ୍ରେଟର ମାଲେ କନେକ୍ଟିଭିଟି ପ୍ରକଳ୍ପର କ୍ରିୟାନ୍ଵୟନ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବ। ଏଥିରେ ୪୦ କୋଟି ଡଲାରର ଋଣ ସୁବିଧା ଏବଂ ୧୦ କୋଟି ଡଲାରର ଅନୁଦାନ ସାମିଲ। ଏହା ୬.୭ କିଲୋମିଟର ସେତୁ ପ୍ରକଳ୍ପ, ଯାହା ମାଲେକୁ ଗୁଲହିଫାହୁ ବନ୍ଦର ଓ ଥିଲାକୁସି ଶିଳ୍ପାଞ୍ଚଳକୁ ସଂଯୋଗ କରିବ। ଏଥିରେ ମାଳଦ୍ଵୀପର ଅର୍ଥବ୍ୟବସ୍ଥାକୁ ନୂତନ ଉର୍ଜା ପ୍ରଦାନ କରିବା ସହିତ ପରିବର୍ତ୍ତନ ଆଣିବ।

ମାଳଦ୍ଵୀପ ସହିତ କାର୍ଗୋ ସୁବିଧା ମଧ୍ୟ ଆରମ୍ଭ କରିବ ଭାରତ

ଜୟଶଙ୍କର ଭାରତ  ଓ ମାଳଦ୍ଵୀପ ମଧ୍ୟରେ ନିୟମିତ କାର୍ଗୋ ସେବା ଆରମ୍ଭ କରିବାର ଘୋଷଣା କରିଛନ୍ତି ଯାହା ଦୁଇ ଦେଶ ମଧ୍ୟରେ କାରବାର ଓ ବାଣିଜ୍ୟକୁ ଗତି ପ୍ରଦାନ କରିବ। ଜୟଶଙ୍କର କହିଛନ୍ତି ଆମେ ମାଳଦ୍ଵୀପ ସହିତ ଏୟାର ବବଲ(ବିମାନ ଯାତ୍ରା) ଆରମ୍ଭ କରିବାକୁ ଯାଉଛୁ। ଏହା ଦ୍ଵାରା ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ଆହୁରି ଜମବୁତ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.