ଆଗାମୀ ୧୦ବର୍ଷ ମଧ୍ୟରେ ଭାରତରେ ନିର୍ମାଣ ହେବ ୧୦୦ଟି ବିମାନବନ୍ଦର

Published By : Prameya-News7 Bureau | September 04, 2018 IST

ନୂଆଦିଲ୍ଲୀ ୪|୯: ଆଗାମୀ ୧୦ବର୍ଷ ମଧ୍ୟରେ ଦେଶରେ ୧୦୦ଟି ବିମାନବନ୍ଦର ନିର୍ମାଣ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ପ୍ରାୟ ୪.୨ ଲକ୍ଷ କୋଟି ଟଂକା ବ୍ୟୟରେ ଏହି ବିମାନବନ୍ଦର ନିର୍ମାଣ କରିବା ପାଇଁ ଭାରତ ଯୋଜନା କରୁଛି ବୋଲି କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି । ସେ କହିଛନ୍ତି ଯେ ଭାରତରେ ବିମାନ ସେବା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ୫୦ ମାସରେ ବିମାନରେ ଯାତାୟତ ଦୁଇ ଗୁଣ ବଢିଛି । ପ୍ରଭୁ କହିଛନ୍ତି ଏହି ୧୦୦ଟି ବିମାନ ବନ୍ଦରଗୁଡିକ ପବ୍ଲିକ୍ ପ୍ରାଇଭେଟ୍ ପାଟନରସିପରେ ନିର୍ମାଣ କରାଯିବ । ସେ କହିଛନ୍ତି ସରକାର ପରିବହନ ନୀତି ଉପରେ ମଧ୍ୟ କାମ କରୁଛନ୍ତି ।ଗ୍ଲୋବାଲ ଏୟାରଲାଇନ୍ସ ଗ୍ରୁପ୍ ଆଇଏଟିଏ ମତରେ ଭାରତ ଆଗାମୀ ୧୦ବର୍ଷ ମଧ୍ୟରେ ଜର୍ମାନ, ଜାପାନ, ସ୍ପେନ ଏବଂ ବ୍ରିଟେନଠାରୁ ଆଗକୁ ଯିବାର ଆଶା ରହିଛି । ତେବେ ଯାଇ ଭାରତ ବିଶ୍ବର ତୃତୀୟ ବୃହତ ବିମାନ ଯାତ୍ରୀ ମାର୍କେଟ୍ ତିଆରି କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.