Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭାରତକୁ WHOରେ ବଡ ପଦ, କରୋନା ଉପରେ ଚୀନ ଭୂମିକାର ହେବ ଯାଞ୍ଚ ?

17/05/2020 at 5:34 PM

ନୂଆଦିଲ୍ଲୀ ୧୭।୦୫: ଭାରତ ଆଗାମୀ ସପ୍ତାହରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO)ର କାର୍ଯ୍ୟକାରୀ ବୋର୍ଡର ସଭାପତି ହେବାକୁ ଯାଉଛି। ଏମିତିରେ ପୂରା ଦୁନିଆର ନଜର ଭାରତ ଉପରେ ରହିବ ଯେ, ଏହି ଦେଶ କରୋନ ପ୍ରସଙ୍ଗରେ ଚୀନ ବିରୋଧରେ ଉଠୁଥିବା ସ୍ଵର ସହ କେମିତି ମୁକାବିଲା କରିବ। ଅନେକ ଦେଶଙ୍କ ଅଭିଯୋଗ ଏହା ଯେ, ଚୀନ ଏହି ମହାମାରୀ ବିଷୟରେ ପୂରା ଦୁନିଆକୁ ଅନ୍ଧାରରେ ରଖିଲା। ଏହାର ଯାଞ୍ଚ କରିବାକୁ ଅନେକ ଦେଶ ଦାବି କରୁଛନ୍ତି।

ଭାରତ ଡବ୍ଲ୍ୟୁଏଚଓରେ ଜାପାନର ସ୍ଥାନ ନେବ। ଏହି ବୈଶ୍ଵିକ ସଂସ୍ଥାର ଦକ୍ଷିଣ-ପୂର୍ବ ଏସିଆ ଗ୍ରୁପ ସର୍ବସମ୍ମତି କ୍ରମେ ଏହି ପଦ ପାଇଁ ଭାରତର ନାମ ପ୍ରସ୍ତାବ ରଖିଥିଲେ। ଭାରତ କାର୍ଯ୍ୟକାରୀ ବୋର୍ଡର ପରବର୍ତ୍ତୀ ବୈଠକରେ ଏହି ପଦ ସମ୍ଭାଳିବ। ଏହି ବୈଠକରେ ଡବ୍ଲ୍ୟୁଏଚଓର ୧୯୪ ସଦସ୍ୟ ଦେଶ ଓ ପର୍ଯ୍ୟବେକ୍ଷକ ଭାଗ ନେବେ। ଭାରତ ଏମିତି ସମୟରେ ଏହି ମହତ୍ଵପୂର୍ଣ୍ଣ ପଦ ସମ୍ଭାଳିବାକୁ ଯାଉଛି ଯେବେ, ଚୀନ ଓ ଆମେରିକା ମଧ୍ୟରେ କରୋନ ପ୍ରସଙ୍ଗ ନେଇ ଉତ୍ତେଜନା ଜାରି ରହିଛି। ଅନେକ ଦେଶ ଚୀନର ଆଭିମୁଖ୍ୟକୁ ମଧ୍ୟ ବିରୋଧ କରୁଛନ୍ତି।

ଚୀନର ଉହାନ ସହରରୁ କରୋନା ବ୍ୟାପିଥିଲା। ଏବେ ଏହା ପୂରା ଦୁନିଆକୁ କବଳିତ କରି ସାରିଛି। ୪୫ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ତିନି ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଓ ଜର୍ମାନୀ ଚୀନ ବିରୋଧରେ ଯାଞ୍ଚ କରିବାକୁ ଦାବି କରୁଛନ୍ତି। ଏହା ସହିତ ଅନେକ ଦେଶ ମଧ୍ୟ ଏହାର ଯାଞ୍ଚ କରିବାକୁ ଦାବି କରୁଛନ୍ତି। ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ, ଏହି ଭୂତାଣୁ କେଉଁଠି ଉତ୍ପନ  ହୋଇଛି। କଣ ଚୀନ ଏହି ଭାଇରସ୍‌ ବିଷୟରେ ଦୁନିଆକୁ ଅନ୍ଧାରରେ ରଖିଥିଲା।

ଡବ୍ଲ୍ୟୁଏଚଓ ଉପରେ ଲାଗିଛି ଚୀନକୁ ବଞ୍ଚାଇବାର ଅଭିଯୋଗ

ନିକଟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ, କରୋନା ଭାଇରସ୍‌ ପ୍ରାକୃତିକ ନୁହେଁ। ଏହାକୁ ଲାବୋରାଟୋରୀରେ ପ୍ରସ୍ତୁତ କରାଯାଇଥିଲା। ଭାରତ ପକ୍ଷରୁ କରୋନା ପ୍ରସଙ୍ଗରେ ଏହା ପ୍ରଥମ ସରକାରୀ ବୟାନ ଥିଲା। ଭାରତ ଡବ୍ଲ୍ୟୁଏଚଓରେ କ୍ରମାଗତ ସୁଧାରର କଥା କହି ଆସିଛି।

କରୋନା ମାମଲାରେ ଡବ୍ଲ୍ୟୁଏଚଓର ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ଆରୋପ ଲାଗିଛି ଯେ, ଏହି ସଂସ୍ଥା କରୋନା ମାମଲାରେ ଚୀନର ଗୁଣଗାନ କରି ଚାଲିଥିବା ବେଳେ ଏହି ମାମଲାରେ ଉଠୁଥିବା ସ୍ଵରକୁ ଦବାଇଛି। ଏହି ବିଷୟରେ ଜରୁରୀ ସୂଚନା ଦୁନିଆକୁ ଦେଇ ନାହିଁ। ଡବ୍ଲ୍ୟୁଏଚଓର ପ୍ରମୁଖ ଡ. ଟେଡ୍ରୋସ୍ ଏଡହେନମଙ୍କ ଉପରେ ମଧ୍ୟ ଚୀନର ଦୋଷ ଲୁଚାଇବାର ଆରୋପ ଲାଗିଛି।

   Related Posts