ଜୈଟଲୀଙ୍କ ବିୟୋଗରେ ଟିମ୍ ଇଣ୍ଡିଆର ଶୋକ, ଜାଣନ୍ତୁ କିପରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଖେଳାଳି

Published By : Prameya-News7 Bureau | August 24, 2019 IST

ନର୍ଥ ସାଉଣ୍ଡ : ଅଭିଜ୍ଞ କ୍ରିକେଟ ପ୍ରଶାସକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜୈଟଲୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛି ଟିମ୍ ଇଣ୍ଡିଆ। ଦେଶବାହାରେ ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟମ୍ୟାଚ୍ ରେ ଖେଳାଳିମାନେ ପ୍ରୀୟ ନେତାଙ୍କ ବିୟୋଗରେ ଶୋକ ପ୍ରକଟ କରି ହାତରେ କଳାପଟି ବାନ୍ଧି ଶନିବାର ଷ୍ଟାଡିୟମକୁ ଓହ୍ଲାଇଛନ୍ତି।

{"id":148434}

ଶୁକ୍ରବାର ଭାରତର ପ୍ରଥମ ଇନିଂସ ଶେଷ ହୋଇଥିଲା। ୧୦ ୱିକେଟ୍ ହରାଇ ଟିମ୍ ୨୯୭ ରନ କରିଥିଲା। ଶନିବାର ୱେଷ୍ଟଇଣ୍ଡିଜ୍ ର ଇନିଂସ ଆରମ୍ଭ ହୋଇଥିବା ବେଳେ ଖେଳାଳିମାନେ କଳାପଟି ବାନ୍ଧି ଷ୍ଟାଡିୟମରେ ଖେଳୁ ଥିବା ଦେଖାଯାଇଛି। ଜୈଟଲୀ ଅତୀତରେ ବିସିସିଆଇର ଉପାଧ୍ୟକ୍ଷ ଥିଲେ। ଏହା ବ୍ୟତୀତ ସେ ଆଇପିଏଲ ସଞ୍ଚଳନ ପରିଷଦର ମଧ୍ୟ ସଦସ୍ୟ ଥିଲେ। ଏଣୁ ବିସିସିଆଇ ପକ୍ଷରୁ ଜୈଟଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି। ଏଥିଲାଗି ବିସିସିଆଇର କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ଖେଳାଳି ଶନିବାରର ମ୍ୟାଚ୍ ହାତରେ କଳାପଟି ବାନ୍ଧି ଖେଳିବାକୁ ପ୍ରସ୍ତାବ ଦେଇଥିବା ବେଳେ ବିସିସିଆଇ ପ୍ରଶାସକ ସମିତିର ସିଇଓ ଏହାକୁ ମଞ୍ଜୁରି ଦେଇଥିଲେ।

wp:html /wp:html

ତେବେ ପୂର୍ବରୁ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ବିରାଟ କୋହଲୀ ଡିଡିସିଏର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ଜୈଟଲୀଙ୍କ ବିୟୋଗରେ ଶୋକ ପ୍ରକଟ କରିଥିଲେ। ଏ ନେଇ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଦେଇଥିବା ବେଳେ ନିଜ ପିତାଙ୍କ ବିୟୋଗ ବେଳେ ତାଙ୍କ ପ୍ରତି ଜୈଟଲୀଙ୍କ ସାନ୍ତ୍ୱନାକୁ ମନେ ପକାଇ ଭାବୁକ ହୋଇଛନ୍ତି। ୨୦୦୬ ମସିହାରେ ବିରାଟଙ୍କ ପିତାଙ୍କ ପରଲୋକ ହୋଇଥିଲା। ସେତେବେଳେ ଜୈଟଲୀ ଡିଡିସିଏର ଅଧ୍ୟକ୍ଷ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.