Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ବଡ଼ ଦିନର ଭେଟି ଦେଲେ ବିରାଟ ବାହିନୀ: ପୋଲିସକୁ ମିଲିଲା ପ୍ରଂଶସା ହେଲେ ଦର୍ଶକ ଅସନ୍ତୋଷ

23/12/2019 at 6:48 PM

କଟକ୨୩/୧୨: ବାରବାଟୀରେ ସିରିଜ ଜିତି ଦେଶବାସୀଙ୍କୁ ବଡଦିନର ଭେଟି ଦେଇଛି ଟିମ୍ ଇଣ୍ଡିଆ । ବିରାଟ ବାହୀନିର ଏହି ଦମଦାର ବିଜୟ। ରାଜ୍ୟବାସିଙ୍କ ପାଇଁ ମଧ୍ୟ ବେଶ୍ ସ୍ମରଣୀୟ ହୋଇ ରହିବ । ୱାନଡେ ଇଣ୍ଟରନ୍ୟାସନାଲ୍ ପାଇଁ ବାରବାଟୀ ଷ୍ଟାଡିୟମର ନବୀକରଣ କରାଯାଇଥିଲା । ତେବେ ମ୍ୟାଚ୍ ବେଳେ ପୁଲିସର ଭୁମିକାକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । କିନ୍ତୁ ଗ୍ୟାଲେରୀର ଅବ୍ୟବସ୍ଥାକୁ ନେଇ ଅନେକ  ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି । ତା ଭିତରେ ଅନେକ କ୍ରିକେଟ୍ ପ୍ରେମୀଙ୍କ ଦାବି ବାରବାଟୀକୁ ଟେଷ୍ଟ ଭେନ୍ୟୁ କରାଯାଉ । 

ବାରବାଟୀରେ କମାଲ କରିଛି ବିରାଟ ବାହିନୀ । ଇଣ୍ଡିଜକୁ ପରାସ୍ତ କରି ସରିଜ ହାତେଇବା ସହ ଦେଶବାସୀଙ୍କୁ ବଡ ଦିନର ଭେଟି ଦେଇଛି ଟିମ୍ ଇଣ୍ଡିଆ । କ୍ୟାପଟେନ କୋହଲିଙ୍କ ଦମ୍ଦାର ଇନିଂସ ଏବଂ ସ୍ଲଗ ଓଭରର ଜବରଦସ୍ତ ଟକ୍କର ଅଗଣିତ କ୍ରିକେଟ ପ୍ରେମୀଙ୍କ ମନକୁ ଜିଣି ନେଇଛି । ମ୍ୟାଚ ସରିବା ପରେ ଷ୍ଟାଡିୟମ ବାହାରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ ।

ସଫଳତାର ସହ ମ୍ୟାଚ ଆୟୋଜନ ଲାଗି ଦର୍ଶକମାନେ ପୁଲିସକୁ ଧନ୍ୟବାଦ ଦେଇଛନ୍ତି ।କିନ୍ତୁ ଗ୍ୟାଲେରୀ ଭିତରର ଅବସ୍ଥାକୁ ନେଇ ଅନେକଙ୍କର ମନ ଖଟ୍ଟା । ଖାଦ୍ୟପେୟର ଅହେତୁକ ଦର ସାଙ୍ଗକୁ ଅଭାବ । ଏପଟେ ଶୌଚାଳୟ ଅବ୍ୟବସ୍ଥା ଏବଂ ପାନୀୟ ଜଳ ସଙ୍କଟ କ୍ରିକେଟ ପ୍ରେମୀଙ୍କୁ କଷ୍ଟ ଦେଇଛି ।

ବାରବାଟୀରେ ଯେ, ସବୁକିଛି ଅବ୍ୟବସ୍ଥିତ ଥିଲା, ତା ନୁହେଁ । ଷ୍ଟାଡିୟମର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ, ଅନେକଙ୍କୁ ବିମୋହିତ କରିଛି । ପ୍ରଥମ ଥରଲାଗି ବାରବାଟୀରେ ଏଥର ଦେଖିବାକୁ ମିଳିଥିଲା ଆତସବାଜୀର ଜଲଓ୍ବା । କ୍ଲକ ଟାଓ୍ବାରର ନବୀକରଣ, ଏବଂ ଆଭ୍ୟନ୍ତରୀଣ ସାଜସଜ୍ଜା ଖୁବ ଆକର୍ଷଣୀୟ ଥିଲା । ତେବେ କେବଳ ୱାନଡେ କିମ୍ବା ଟି-ଟ୍ବେଣ୍ଟି କାହିଁକି, ଖୁବଶୀଘ୍ର ବାରବାଟୀରେ ଟେଷ୍ଟ ମ୍ୟାଚ୍ କରିବାକୁ ଦାବି କରିଛନ୍ତି କ୍ରିକେଟ ପ୍ରେମୀ ।

   Related Posts