ୱେଲିଂଟନ ଟେଷ୍ଟର ଦ୍ବିତୀୟ ଦିନ : ୧୬୫ ରନ୍ କରି ଅଲ୍ଆଉଟ୍ ଭାରତ, ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି

Published By : Prameya-News7 Bureau | February 22, 2020 IST

ଓ୍ବେଲିଟଂନ ୨୨।୦୨:   ଭାରତ- ନ୍ୟୁଜିଲାଣ୍ଡ ୱେଲିଂଟନ୍ ଟେଷ୍ଟର ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ଭାରତ ୧୬୫ ରନ୍ କରି ଅଲଆଉଟ୍ ହୋଇଯାଇଛି । ଦ୍ବିତୀୟ ଦିନ ଖେଳରେ ଭାରତ ମାତ୍ର ୪୩ରନ କରି ୫ ଟି ୱିକେଟ୍ ହରାଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସର ବ୍ୟାଟିଂ ଜାରି ରଖିଛି । ନ୍ୟୁଜିଲାଣ୍ଡ ୩୧ ଓଭର ସୁଦ୍ଧାର ୨ଓ୍ବିକେଟ୍‌ ହରାଇ ୯୦ରନ୍‌ କରିପାରିଛି । ଭାରତର ପ୍ରଥମ ଇଂନିସ ରନ୍ ଠାରୁ ୭୫ରନ୍‌ ପଛରେ ରହିଛି କିଓ୍ବି ଟିମ୍‌ ।

{"id":227444,"sizeSlug":"large"}

ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଭାରତ ୫ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା । ଅପରାହ୍ନ ଟି ବ୍ରେକ୍ ପରେ ବର୍ଷା ଯୋଗୁଁ ଆଉ ଖେଳ ହୋଇପାରିନଥିଲା । ୱେଲିଂଟନର ବେସିନ୍ ରିଜର୍ଭ ଗ୍ରାଉଣ୍ଡ ଆରମ୍ଭ ହୋଇଥିବା ଏହି ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା । ଘରୋଇ ଦଳର ବୋଲିଂ ଆଗରେ ଭାରତୟୀ ବ୍ୟାଟସମ୍ୟାନ୍ ତିଷ୍ଠିବା କଷ୍ଟକର ହୋଇଥିଲା ।ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଓ୍ବିକେଟ ପତନର ଶୀକାର ହୋଇଥିଲା। ଦଳ ପକ୍ଷରୁ ଯୁବ ମୟଙ୍କ ଅଗ୍ରଓ୍ବାଲ ଓ ପୃଥୀ ସ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଥିଲେ। ତେବେ ମ୍ୟାଚର ୪ଓଭରରେ ଦଳୀୟ ସ୍କୋର ୧୬ରନ ହୋଇଥିବା ବେଳେ ପୃଥୀ ସଙ୍କ ରୂପରେ ପ୍ରଥମ ଓ୍ବିକେଟ ପଡିଥିଲା। ସେ ବ୍ୟକ୍ତିଗତ ଭାବେ ୧୬ରନ କରି ଆଉଟ ହୋଇଯାଇଥିଲେ । ପରେ ବ୍ୟାଟସମ୍ୟାନ ମାନେ ନ୍ୟୁଜିଲାଣ୍ଡ ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ ୩୪,ଚେତେଶ୍ବର ପୂଜାର ୧୧,ଅଧିନାୟକ ବିରାଟ କୋହଲି ୨,ହନୁମା ବିହାରୀ ୭ରନ୍‌, ରିଷଭ ପନ୍ଥ ୧୯, ମହମ୍ମଦ ସାମି ୨୧ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ଦଳ ପକ୍ଷରୁ ସର୍ବାଧିକ ୪୬ରନ୍‌ କରିଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ ଓ ସାଉଦି ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ  ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଓ୍ବିକେଟ୍ ନେଇଛନ୍ତି । ଭାରତ ୬୮.୧ ଓଭର ଖେଳି ୧୬୫ରନ୍‌ କରିବାକୁ ସକ୍ଷମ ହୋଇଛି ।

{"id":227445,"sizeSlug":"large"}

 ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଟିମ୍‌ ୩୧ଓଭର ସୁଦ୍ଧା ୨ଓ୍ବିକେଟ ହରାଇ ୯୦ରନ୍‌ ସଂଗ୍ରହ କରିଛି । ଭାରତର ସ୍କୋର ଠାରୁ ୭୫ରନ୍‌ ପଛରେ ରହିଛି । ତେବେ ଭାରତ ପକ୍ଷରୁ ଇଶାନ୍ତ ୨ଟି ଯାକ ଓ୍ବିକେଟ ଅକ୍ତିଆର କରିଛନ୍ତି । ବର୍ତ୍ତମାନ କ୍ରିଜରେ ଅଧିନାୟକ ଓ୍ବିଲିୟମସନ ଓ ଦଳର ସବୁଠାରୁ ଅଭିଜ୍ଞ ତଥା ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ରସ୍‌ ଟେଲ୍‌ ଉପସ୍ଥିତ ଅଛନ୍ତି । ଉଭୟ ୩୩ ଓ ୧୬ରନ୍‌ କରି ଅପରାଜିତ ରହିଛନ୍ତି ।

{"id":227446,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.