ଡାକ୍ତରଙ୍କ କମାଲ : ଏବେ ପୁଣି ଥରେ ଚାଲିପାରିବେ ଭାରତର ସବୁଠୁ ଡେଙ୍ଗା ବ୍ୟକ୍ତି

Published By : Prameya-News7 Bureau | September 26, 2019 IST

ଅହମଦାବାଦ ୨୬/୯: ଭାରତର ସବୁଠୁ ଡେଙ୍ଗା ବ୍ୟକ୍ତି ଧର୍ମେନ୍ଦ୍ର ପ୍ରତାପ ସିଂହ(୮ଫୁଟ ୧ଇଞ୍ଚ) ଦୀର୍ଘ ୬ବର୍ଷ ହେବ ଯନ୍ତ୍ରଣାରେ ଅତିଷ୍ଠ ଥିଲେ। ସେ ତାଙ୍କ ଚିକିତ୍ସା ଅନେକ ସ୍ଥାନରୁ କରି ସାରିଥିଲେ, କିନ୍ତୁ ତାଙ୍କୁ କୌଣସି ସୁଫଳ ମିଳୁନଥିଲା। ଫଳରେ ତାଙ୍କ ହାଡ଼ ଧୀରେ ଧୀରେ ଦୁର୍ବଳ ହୋଇଯାଇଥିଲା ଏବଂ ତାଙ୍କୁ ଚାଲିବାକୁ କଷ୍ଟ ହେଉଥିଲା।

{"id":162958}

କିନ୍ତୁ ଅହମଦାବାଦ ହସ୍ପିଟାଲର ଡାକ୍ତରମାନେ ଧର୍ମେନ୍ଦ୍ରଙ୍କ ମାଗଣାରେ ସଫଳ ଚିକିତ୍ସା କରିଛନ୍ତି ଯାହା ପରେ ତାଙ୍କୁ ଯନ୍ତ୍ରଣାରୁ ଉପଶମ ମିଳିଛି। ଧର୍ମେନ୍ଦ୍ର କହିଛନ୍ତି ଯେ ଏହି ଡାକ୍ତରମାନେ ତାଙ୍କ ପାଇଁ କୌଣସି ଭଗବାନଙ୍କଠୁ କମ୍ ନୁହଁନ୍ତି। ତାଙ୍କ ପାଖରେ ଚିକିତ୍ସା ପାଇଁ ଏତେ ଟଙ୍କା ନଥିଲା।

{"id":162959}

ସୋଶିଆଲ ମିଡିଆରେ ଧର୍ମେନ୍ଦ୍ର ପୂରା ଛାଇ ଯାଇଛନ୍ତି ଏବଂ ତାଙ୍କ ଯନ୍ତ୍ରଣା ବିଷୟରେ ଲୋକେ ଖୁବ୍ ଟ୍ବିଟ୍ କରୁଥିଲେ। ଏହି ସୋଶିଆଲ ମିଡିଆ ମାଧ୍ୟମରେ ଅହମଦାବାଦର ଡାକ୍ତରମାନେ ତାଙ୍କ ଯନ୍ତ୍ରଣା ବିଷୟରେ ଜାଣି ପାରିଥିଲେ ଏବଂ ଅପରେସନ କରି ଧର୍ମେନ୍ଦ୍ରଙ୍କୁ ଯନ୍ତ୍ରଣାମୁକ୍ତ କରାଇଥିଲେ। ଏବେ ଧର୍ମେନ୍ଦ୍ର ଆରାମରେ ଚଲାବୁଲା କରି ପାରୁଛନ୍ତି।

{"id":162960}

ଧର୍ମେନ୍ଦ୍ର ପ୍ରତାପ ସିଂହ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ରୁହନ୍ତି। ଧର୍ମେନ୍ଦ୍ର ୨୦୧୩ମସିହାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ତାଙ୍କ ଅଣ୍ଟାର ତଳ ଭାଗ ଠିକଭାବେ ମୁଭମେଣ୍ଟ କରି ପାରୁନଥିଲା। ଏଥିପାଇଁ ତାଙ୍କର ଅପରେସନ ମଧ୍ୟ କରାଯାଇଥିଲା। ତଥାପି ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥିଲେ। ସେ ଯନ୍ତ୍ରଣା ଯୋଗୁଁ ସବୁବେଳେ ଚିନ୍ତାରେ ରହୁଥିଲେ। ସେ ସେହି ସମୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଅଖିଳେଶ ଯାଦବଙ୍କ ସହିତ ସାକ୍ଷାତ କରିଥିଲେ। ସେହି ସମୟରେ ସେ ଅଖିଳେଶଙ୍କୁ କହିଥିଲେ ଯେ ସେ ତାଙ୍କର ଉଚ୍ଚତା ଯୋଗୁଁ ଚିନ୍ତିତ ।

{"id":162961,"width":571,"height":427}

ଏବେ ତାଙ୍କର ଅଣ୍ଟା ପ୍ରତିରୋପଣ କରାଯାଇଛି। ପାଖାପାଖି ମାସେ ଯାଏଁ ଚିକିତ୍ସା ଏବଂ ଲଗାତାର ଫିଜିଓଥେରାପି ପରେ ବିନା ସାହାଯ୍ୟରେ ଏବଂ ଯନ୍ତ୍ରଣା ଯୋଗୁଁ ସେ ଏବେ ଚାଲି ପାରୁଛନ୍ତି।

{"id":162962}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.