Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମସ୍କୋରେ ଭାରତ-ତାଲିବାନ ଆଲୋଚନା : ଆଫଗାନିସ୍ତାନ ପ୍ରସଙ୍ଗରେ ଋଷ ଡାକିଛି ବୈଠକ

21/10/2021 at 9:38 AM

ନୂଆଦିଲ୍ଲୀ ୨୧/୧୦: ଆଫଗାନିସ୍ତାନ ପ୍ରସଙ୍ଗରେ ମସ୍କୋରେ ଭାରତ ଓ ତାଲିବାନ ମଧ୍ୟରେ ଆଲୋଚନା ହୋଇଛି । ଆଫଗାନିସ୍ତାନ ସରକାରର ଉପ ପ୍ରଧାନମନ୍ତ୍ରୀ ଅବ୍ଦୁଲ ସଲାମ ହନଫିଙ୍କ ନେତୃତ୍ୱରେ ତାଲିବାନୀ ପ୍ରତିନିଧିମଣ୍ଡଳ ଭାରତର ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି । ତାଲିବାନର ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦ ଏକ ବୟାନ ଜାରି କରି ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ଭାରତ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ତାଲିବାନ ସହ ଭାରତର ପ୍ରଥମ ଔପଚାରିକ କଥାବାର୍ତ୍ତା ଅଗଷ୍ଟ ୩୧ ତାରିଖରେ ଦୋହାରେ ହୋଇଥିଲା । ଆଫଗାନର ଅନ୍ତରୀଣ କ୍ୟାବିନେଟ ଘୋଷଣା ପରେ ମସ୍କୋରେ ଏହା ପ୍ରଥମ ଆଲୋଚନା  ଅଟେ । ତେବେ ବୈଠକରେ ତାଲିବାନ ମାନବ ଅଧିକାର ଉପରେ ଗୁରୁତ୍ୱ ଦେବ କହିଥିବା ସୂଚନା ମିଳିଛି ।

ମସ୍କୋ ବୈଠକରେ ଅବ୍ଦୁଲ ସଲାମ ହନଫ ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କୁ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ସେ ଆମେରିକାକୁ ମଧ୍ୟ ଆର୍ଥିକ ସହାୟତା ମାଗିଛନ୍ତି ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଅଗଷ୍ଟ ୧୫ ତାରିଖରେ କବଜା କରିନେଇଥିଲା । ଅଗଷ୍ଟରେ ଆଫଗାନ କବଜା ପରେ ତାଲିବାନ ପ୍ରସଙ୍ଗରେ ମସ୍କୋରେ ପ୍ରଥମ ଥର ପାଇଁ ବିଶ୍ୱ ସମୁଦାୟ ବୈଠକ କରିଛନ୍ତି । ଏହି ବୈଠକ ଋଷର ପ୍ରତ୍ୟକ୍ଷ ହସ୍ତକ୍ଷେପରେ ହୋଇଛି ।

   Related Posts