Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ମାଲାୟଲମ ଫିଲ୍ମ ‘ଜଲିକଟ୍ଟୁ’ ସହ Oscar 2021ରେ ଭାରତର ପ୍ରବେଶ

25/11/2020 at 10:54 PM

ନୂଆଦିଲ୍ଲୀ ୨୫।୧୧:  ମାଲାୟଲମ ଫିଲ୍ମ ‘ଜଲିକଟ୍ଟୁ’ ସହିତ ଭାରତକୁ ଓସ୍କାର-୨୦୨୧ରେ ଅଫିସିଆଲ ଏଣ୍ଟ୍ରି  ମିଳିଛି।  ଏହା ପୂର୍ବରୁ ୨୦୨୦ ମସିହାରେ ଫରହାନ ଅଖତାର ଓ ଜୋୟା ଅଖତାରଙ୍କ ଫିଲ୍ମ ‘ଗଲିବୟ’କୁ ଓସ୍କାର ଲାଗି ଭାରତ ନୋମିନେଟ କରିଥିଲା। ଏହି ଫିଲ୍ମ ଓସ୍କାର ଜିତି ପାରିନାହିଁ। ହେଲେ ସ୍କ୍ରିନିଂ ଲାଗି ଫିଲ୍ମ ମନୋନୀତ ହେବା ଗୌରବର କଥା ଥିଲା।

ଜଲିକଟ୍ଟୁ  ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ କ୍ୟାଟେଗରୀରେ ୯୩ତମ ଆକାଡେମୀ ଆୱାର୍ଡ ହାସଲ କରିଛି।  ଏଣୁ ଓସ୍କାରରେ ନିଜ ଲାଗି ସ୍ଥାନ ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି। ୨୭ଟି ଫିଲ୍ମରୁ ଜଲିକଟ୍ଟୁ କୁ ମନୋନୀତ କରାଯାଇଛି। ଏହି ଫିଲ୍ମକୁ ଲିଜୋ ଜୋସେ ପିଲିସେରୀ ନିର୍ଦ୍ଦେଶନା ଦେଇଥିବା ବେଳେ ଆଣ୍ଟୋନୀ ଭର୍ଗିଜ, ଚେମ୍ବାନ ବିନୋଦ ଜୋସେ, ସବୁମନ ଅବଡୁସମାଡ ଓ ଶାନ୍ତି ବାଲଚନ୍ଦ୍ରନ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

ଟୋରେଣ୍ଟ ଫିଲ୍ମ ଫେଷ୍ଟିଭାଲ ଅବସରରେ ୬ ସେପ୍ଟେମ୍ବର ୨୦୧୯ରେ ଫିଲ୍ମର ପ୍ରଥମ ସ୍କ୍ରିନିଂ ହୋଇଥିଲା। ଫିଲ୍ମଟି ଏକ ନିର୍ବାକ ପଶୁ ଉପରେ ନିର୍ମିତ ହୋଇଥିବା ବେଳେ କଂସେଇ ଖାନାରୁ ଖସି ପଳାଇଥିବା ମଇଁଷି କିପରି ନିଜ ଜୀବନ ବଞ୍ଚାଉଛି ତାହା ହିଁ ଫିଲ୍ମର ମୁଖ୍ୟ ବିଷୟବସ୍ତୁ। ଆଗାମୀ ଓସ୍କାରରେ ଫିଲ୍ମଟି ନିଶ୍ଚିତ ଚର୍ଚ୍ଚିତ ହେବ ବୋଲି ଆଶା କରାଯାଉଛି।   

   Related Posts