Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଲଦାଖ ଗତିରୋଧ ମଧ୍ୟରେ ଫିଙ୍ଗର-୪ରେ ଉଚ୍ଚ ଶିଖର କବ୍‌ଜା କଲା ଭାରତ, ଏବେ ଚୀନର ପ୍ରତିଟି ଗତିବିଧି ଉପରେ ରହିବ ତୀକ୍ଷ୍ଣ ନଜର

10/09/2020 at 8:14 PM

ନୂଆଦିଲ୍ଲୀ ୧୦।୦୯: ଭାରତ-ଚୀନ ମଧ୍ୟରେ ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚାରି ମାସରୁ ଅଧିକ ସମୟ ଧରି ଗତିରୋଧ ଜାରି ରହିଛି। ବିଭିନ୍ନ ଅଞ୍ଚଳରେ ଦୁଇ ପକ୍ଷର ସେନା ମଧ୍ୟରେ ଅନେକ ଥର ସଂଘର୍ଷଜନକ ସ୍ଥିତି ଉପୁଜିଛି। ଏହା ମଧ୍ୟରେ ଭାରତ ପାଙ୍ଗଙ୍ଗ୍ ସୋ ହ୍ରଦରେ ଚୀନଠୁ ଗୋଟିଏ ପାଦ ଅଗ୍ରଣୀ ହାସଲ କରିଛି।

ସୂତ୍ର ଅନୁଯାୟୀ ଭାରତୀୟ ସେନା ପାଙ୍ଗଙ୍ଗ ସୋ ହ୍ରଦ କୂଳରେ ଫିଙ୍ଗର-୪ ଅଞ୍ଚଳର ଉଚ୍ଚ ଶିଖରକୁ କବ୍‌ଜା କରି ନେଇଛନ୍ତି। ଏଥିରେ ସେନାକୁ ଚୀନ ଯବାନଙ୍କ ଉପରେ ନଜର ରଖିବା ପାଇଁ ସହଜ ହେବ। ଅଗଷ୍ଟ ମାସର ଶେଷ ଆଡକୁ ପାଙ୍ଗଙ୍ଗ  ହ୍ରଦର ଦକ୍ଷିଣ କୂଳ ନିକଟ  ଶିଖରକୁ କବ୍‌ଜା କରିବା ପାଇଁ ଏହି ଅପରେସନ ଚଳାଯାଇଥିଲା।

ଭାରତ ଓ ଚୀନ ମଧ୍ୟରେ ମେ ମାସରୁ ଉତ୍ତେଜନା ବଢିବାରେ ଲାଗିଛି। ହେଲେ ଜୁନ ୧୫ ରାତିରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ଏବଂ ଚୀନର ୪୦ରୁ ଉର୍ଦ୍ଧ୍ଵ ଯବାନ ନିହତ ହେବା ପରେ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ରହିଛି। ହିଂସାତ୍ମକ ସଂଘର୍ଷ ପରଠୁ ଦୁଇ ଦେଶ କୂଟନୈତିକ ଓ ସାମରିକସ୍ତରୀୟ ଆଲୋଚନା ଜାରି ରଖିଛନ୍ତି ହେଲେ ସ୍ଥିତିରେ କୌଣସି ସୁଧାର ଆସିନାହିଁ। କାରଣ ଚୀନର ଭାଷା ଏବଂ କାର୍ଯ୍ୟରେ ତାଳମେଳ ନାହିଁ। ଏହା ମଧ୍ୟରେ ଅଗଷ୍ଟର ଶେଷ ଆଡକୁ ପୁଣି ଥରେ ଚୀନ ସୁଚୁଲ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରିଥିଲା, ଯାହାକୁ ଭାରତୀୟ ଯବାନ ପଣ୍ଡ କରିଥିଲେ।

ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ନେଇ ରୁଷର ରାଜଧାନୀ ମସ୍କୋରେ ଗୁରୁବାର ସନ୍ଧ୍ୟାରେ ବୈଦେଶିକ ମନ୍ତ୍ରୀ ଏସ  ଜୟଶଙ୍କର ଓ ଚୀନ  ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କ ମଧ୍ୟରେ ସାକ୍ଷାତ ହେବାକୁ ଯାଉଛି। ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନର ସେନା ମଧ୍ୟରେ ସଂଘର୍ଷ ପରେ ପୂର୍ବ ଲଦାଖରେ ସୀମାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ।

୧୯୭୫ ପରେ ସୀମାରେ ଚାଲିଲା ଗୁଳି

ଲଦାଖରେ ଉତ୍ତେଜନା ଏମିତି ସ୍ତରକୁ ବଢି ଯାଇଛି ଯେ ୧୯୭୫ ପରଠୁ ପ୍ରଥମ ଥର ଗତ ସୋମବାର ସୀମାରେ ଗୁଳି ଚାଳିଛି। ପିଏଲଏ ସୋମବାର ରାତିରେ ମିଥ୍ୟା ଅଭିଯୋଗ କରି କହିଥିଲା ଯେ, ଭାରତୀୟ ସେନା ଏଲଏସି ପାର ଓ ପୂର୍ବ ଲଦାଖର ପାଙ୍ଗଙ୍ଗ ହ୍ରଦ ନିକଟରେ ଚୀନ ସେନାକୁ ଚେତାବନୀ ପୂର୍ବକ ଗୁଳି ଚଳାଇଥିଲେ। ମାତ୍ର ଚୀନର ଏହି ଦାବିକୁ ଭାରତ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି।

   Related Posts