ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଟି-୨୦: ରାତି ୮ଟାରେ ଏହି ୪ଟି ଭାରତୀୟ ଚ୍ୟାନେଲରେ ହେବ ସିଧାପ୍ରସାରଣ

Published By : Prameya-News7 Bureau | August 03, 2019 IST

ନୂଆଦିଲ୍ଲୀ୩|୮: ଆଜି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆମେରିକାର ଫ୍ଲୋରିଡାରେ ଖେଳାଯିବ। ଏହି ସିରିଜର ୨ଟି ମ୍ୟାଚ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ରିଜୋନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ଫ୍ଲୋରିଡାରୁ ସିଧାପ୍ରସାରଣ କରାଯିବ। ସୋନି ସିକ୍ସ, ସୋନି ଟେନ ୧,ସୋନି ଟେନ ୩ ଓ ସୋନି ଇଏସନପିଏନ ଚ୍ୟାନେଲରେ ଏହି ଖେଳ ସିଧାପ୍ରସାରଣ କରାଯିବ। ସୋନି ଆପ୍ ମାଧ୍ୟରେ ଅନଲାଇନରେ ମଧ୍ୟ ଦେଖିପାରିବେ।

ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଟିମ ଖେଳାଳି ହେଲେ

ରୋହିତ ଶାର୍ମା, ବିରାଟ କୋହଲି(ଅଧିନାକୟ), ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ଋଷଭ ପନ୍ତ, ମନିଷ୍ ପାଣ୍ଡେ, ରବିନ୍ଦ୍ର ଜାଡେଜା, ପାଣ୍ଡିୟା, ରାହୁଲ ଚାହର, ଭୁବନେଶ୍ବର କୁମାର ଓ ଖଲିଲ୍ ଅହମ୍ମଦ

ପ୍ରଥମ ଟି-୨୦ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଖେଳାଳି ହେଲେ

କ୍ରିସ ଗେଲ,ସାଇ ହୋପ, ନିକୋଲାସ ପୋରନ,ଶିମୋରାନ ହେଟମାୟାର, ଜସନ ହୋଲଡର, କାର୍ଲୋସ ବ୍ରେଥଓ୍ବେଥ୍, ଅଶଲେ ନର୍ସ, ଏଭିନ ଲୁଇସ, କେମାର ରୋଚ, ସେଲଡନ କୋଟ୍ରେଲ ଓ ଓ୍ବସନ ଥୋମାସ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.