Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଏସିଆ କପ୍ : ଦୁର୍ବଳ ହଂକଂକୁ ହରାଇବା ପାଇଁ ପାଣି ପିଇଲା ଭାରତ, ଆଜି ପାକିସ୍ତାନ ସହ ମୁକାବିଲା

19/09/2018 at 9:49 AM

ଦୁବାଇ ୧୯|୯: ଏସିଆ କପ୍ ର ଚତୁର୍ଥ ମ୍ୟାଚ୍ ରେ ହଂକଂକୁ ୨୬ ରନ୍ ରେ ହରାଇ ଭାରତ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଆଜି ଅପରାହ୍ନ ୫ଟା ବେଳେ ଭାରତ ତାର ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ପୁଲ୍-ଏ ରେ ଭାରତ ଓ ପାକିସ୍ତାନ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସାରିଛନ୍ତି । ମଙ୍ଗଳବାର ଦିନ ହଂକଂଠାରୁ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଭାରତକୁ ଯେଉଁଭଳି ପାଣି ପିଇବାକୁ ପଡିଥିଲା ତାହା କ୍ରିକେଟ୍ ପ୍ରେମୀ ଓ ସମୀକ୍ଷକଙ୍କୁ ଉତ୍ସାହିତ କରିପାରିନାହିଁ । ହଂକଂ ବିପକ୍ଷରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା କହିଲେ ଭୁଲ୍ ହେବନାହିଁ । ଏହି ମ୍ୟାଚରେ ୫୦ଓଭରରେ ୮ ଓ୍ବିକେଟ୍ ହରାଇ ଭାରତ ମୋଟ୍ ୨୮୫ରନ୍ ସଂଗ୍ରହ କରିଥିଲା । ବ୍ୟାଟିଂ ବିଭାଗରେ ଶିଖର ଧାଓ୍ବନ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଧାଓ୍ବନ ୧୨୦ଟି ବଲ୍ ରୁ ୧୨୭ରନ୍ ସଂଗ୍ରହ କରିଥିଲେ । ଏଥିରେ ୧୫ଟି ଚୌକା ଓ ୨ଟି ଛକା ରହିଥିଲା । ଶିଖରଙ୍କ ଏହି ୧୪ତମ ଏକଦୀବସୀୟ ଶତକ ବଳରେ ଭାରତ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା । ଶିଖରଙ୍କ ସହ ମ୍ୟାଚ୍ ଓପନ୍ କରିବାକୁ ଆସିଥିବା ଅଧିନାୟକ ରୋହିତ ଶର୍ମା କିନ୍ତୁ ବହୁତ ସମୟ ପିଚ୍ ରେ ତିଷ୍ଠିପାରିନଥିଲେ । ମାତ୍ର ୨୨ଟି ବଲ୍ ଖେଳି ୨୩ରନ୍ ସଂଗ୍ରହ କରି ସେ ଏହସାନ୍ ଖାନ୍ ଙ୍କ ବଲ୍ ରେ ନିଜାକତ୍ ଖାନ୍ ଙ୍କ ଦ୍ବାରା କଟ୍ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଯାଇଥିଲେ । ତେବେ ପରବର୍ତ୍ତି ବ୍ୟାଟସ ମ୍ୟାନ୍ ଭାବେ ଅମ୍ବାତି ରାୟିଡୁ ଶିଖରଙ୍କୁ ଭଲ ସହଯୋଗ ଦେଇଥିଲେ । ରାୟିଡୁ ୭୦ଟି ବଲ୍ ରୁ ୬୦ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚ୍ ରେ ଭାରତର ମଧ୍ୟମ ଅର୍ଡର ବିଶେଷ ଭଲ ପ୍ରଦର୍ଶନ କରିପାରିନଥିଲା । ସିଖର ଧାଓ୍ବନ ଏବଂ ରାୟିଡୁ ପିଚ୍ ରେ ଥିବାବେଳେ ଲାଗୁଥିଲା ଭାରତର ସ୍କୋର ୩୩୦ଟପିବ । କିନ୍ତୁ ମଧ୍ୟମ ଅର୍ଡର ଫେଲ୍ ମାରିବା ଯୋଗୁଁ ୨୮୫ ସ୍କୋରରେ ଭାରତକୁ ସନ୍ତୁଷ୍ଟ ହେବାକୁ ପଡିଥିଲା । କିଞ୍ଚିତ୍ ଶାହାଙ୍କ ବଲ୍ ରେ ତନବୀର ଅଫଜଲଙ୍କ ଦ୍ବାରା ଶିଖର କଟ୍ ଆଉଟ୍ ହୋଇଥିଲେ । ଏହାପରେ ଦୀନେଶ କାର୍ତ୍ତିକ ୩୮ବଲ୍ ରୁ ୩୩ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମାତ୍ର ୩ଟି ବଲ୍ ଖେଳି କୌଣସି ରନ୍ ସଂଗ୍ରହ ନକରି ଆଉଟ୍ ହୋଇଥିଲେ । ପରବର୍ତ୍ତି ଖେଳାଳୀମାନଙ୍କ ମଧ୍ୟରେ କେଦାର ଯାଦବ ୨୭ଟି ବଲ୍ ରୁ ୨୮ ରନ୍, ଭୁବନେଶ୍ବର କୁମାର ୧୮ଟି ବଲ୍ ରୁ ୯ରନ୍, ସାର୍ଡୁଳ ଠାକୁର ୩ଟି ବଲ୍ ଖେଳି କୌଣସି ରନ୍ କରିପାରିନଥିଲେ । ଅନ୍ୟପକ୍ଷରେ ଭାରତର ବାଲିଂ ମଧ୍ୟ ବିଶେଷ ପ୍ରଭାବଶାଳୀ ହୋଇପାରିନଥିଲା । ହଂକଂର ଓପନିଂ ଯୋଡି ଭାଙ୍ଗିବା ପାଇଁ ଭାରତକୁ ବେଶ୍ କସରତ କରିବାକୁ ପଡିଥିଲା । ହଂକଂର ଓପନିଂ ଯୋଡି ଅଂଶୁମାନ ରଥ ଏବଂ ନଜାକତ୍ ଖାନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ୯୭ଟି ବଲ୍ ରୁ ଅଂଶୁମାନ ରଥ ୭୩ରନ୍ ସଂଗ୍ରହ କରିଥିବାବେଳେ ୧୧୫ଟି ବଲ୍ ଖେଳି ନଜାକତ୍ ଖାନ୍ ୯୨ରନ୍ କରିଥିଲେ । ଫଳରେ ହଂକଂର ସ୍ଥିତି ଗୋଟିଏ ସମୟରେ ମଜଭୁତ୍ ଥିଲା ଓ ଭାରତକୁ ମାତ୍ ଦେବା ଆଶଙ୍କା ସୃଷ୍ଟି ହୋଇଥିଲା । ଭାରତର ନବାଗତ ବୋଲର୍ କୁଲଦୀପ୍ ଯାଦବ ଅଂଶୁମାନଙ୍କୁ ଆଉଟ୍ କରିବା ପରେ ଭାରତ ପାଇଁ ସାମାନ୍ୟ ଆଶା ସୃଷ୍ଟି ହୋଇଥିଲା ।ଅଂଶୁମାନଙ୍କୁ ଆଉଟ୍ କରି କୁଲଦୀପ ଯାଦବ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ଏକଦୀବସୀୟ ଓ୍ବିକେଟ୍ ହାସଲ କରିଥିଲେ । ହଂକଂ ଦଳର ବାବର ହୟାତ ୨୦ବଲ୍ ରୁ ୧୮ରନ୍, ଖ୍ରୀଷ୍ଟୋଫର କାଟର ୧୧ଟି ବଲରୁ ୩ରନ୍, କିଞ୍ଚିତ୍ ଶାହା ୧୫ବଲ୍ ରୁ ୧୭ରନ୍, ଏହସାନ୍ ଖାନ୍ ୨୫ ବଲ୍ ରୁ ୨୨ରନ୍,ସ୍କଟ୍ ୬ବଲ ରୁ ୭ରନ୍, ତନବୀର ଅଫଜଲ ୧୦ବଲ ରୁ ୧୨ରନ୍ ଏବଂ ଏହସାନ୍ ନଓ୍ବାଜ୍ ୩ଟି ବଲ୍ ରୁ ୨ରନ୍ ସଂଗ୍ରହ କରି ଦଳର ସ୍କୋରକୁ ୨୫୯ପର୍ଯ୍ୟନ୍ତ ଟାଣି ନେଇଥିଲେ ।

ଆଜି ସନ୍ଧ୍ୟା ୫ଟାରେ ଭାରତ ତାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ଏଥି ପୂର୍ବରୁ ଦୁଇ ଦଳ ମଧ୍ୟରେ ଗତ ବର୍ଷ ଜୁଲାଇ ମାସରେ ଚମ୍ପିଆନ୍ସ ଟ୍ରଫି ବେଳେ ମୁକାବିଲା ହୋଇଥିଲା । ଭାରତକୁ ଫାଇନାଲ୍ ମ୍ୟାଚ୍ ରେ ପରାସ୍ତ କରି ପାକିସ୍ତାନ ଟ୍ରଫି ହାତାଇଥିଲା । ଭାରତ ଚମ୍ପିଆନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବା ପାଇଁ ଆଜି ଉଦ୍ୟମ କରିବ । ଆଜି ଭାରତ ଦଳରେ ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ଅମ୍ବାତି ରାୟିଡୁ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ ଏବଂ ଯଶପ୍ରିତ ବୁମରା ଖେଳିବାର ସମ୍ଭାବନା ରହିଛି । ସେହିଭଳି ପାକିସ୍ତାନ ଦଳରେ ସରଫରାଜ ଅହମ୍ମଦ (ଅଧିନାୟକ), ଆସିଫ୍ ଅଲ୍ଲୀ, ବାବର ଆଜମ, ଥହୀମ ଅସରଫ, ଫଖର ଜମନ୍, ହାରିଶ ସୋହେଲ, ହସଲ ଅଲ୍ଲୀ, ଇମାମ ଉଲ୍ ହକ୍ , ମହମ୍ମଦ ଆମିର, ସଦାବ ଖାନ୍, ସୋୟେବ ମଲ୍ଲିକ, ଉସମାନ ଖାନ୍ ଓ ଜୁନୈଦ ଖାନ୍ ଖେଳିବାର ସମ୍ଭାବନା ରହିଛି ।

   Related Posts