Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଜାଇଲର ସଫଳ ପରୀକ୍ଷଣ କଲା ଭାରତ, ୪୦୦ କି.ମି. ପର୍ଯ୍ୟନ୍ତ ଶତ୍ରୁ ହେବ ଧ୍ଵଂସ

30/09/2020 at 5:04 PM

ନୂଆଦିଲ୍ଲୀ ୩୦।୦୯: ଚୀନ ସହିତ ଜାରି ଉତ୍ତେଜନା ମଧ୍ୟରେ  ଭାରତ ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି କ୍ରମରେ ଦେଶକୁ  ବୁଧବାର ବଡ ସଫଳତା ମିଳିଛି। ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ(ଡିଆରଡିଓ) ବୁଧବାର ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଜାଇଲର ସଫଳ ପରୀକ୍ଷଣ କରିଛି। ଏହି ମିଜାଇଲର ଏହା ଅପଗ୍ରେଡେଡ୍ ଭର୍ଜନର ପରୀକ୍ଷଣ ଥିଲା। ଏହାର ମାରକ କ୍ଷମତା ବଢାଯାଇ ୪୦୦ କିଲୋମିଟର କରାଯାଇଛି।

ଡିଆଡିଓ ଅନୁଯାୟୀ ଏହି ପରୀକ୍ଷଣ ସଂସ୍ଥାର ପିଜେ-୧୦ ପ୍ରକଳ୍ପ ଅନ୍ତର୍ଗତରେ କରାଯାଇଛି। ବୁଧବାର କ୍ଷେପଣାସ୍ତ୍ରର ପରୀକ୍ଷଣ ଭଦ୍ରକର ଚାନ୍ଦିପୁର ସମନ୍ଵୟ ଘାଟିରୁ କରାଯାଇଛି। ଏହି ମିଜାଇଲ ଭାରତର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବ। ଏହି କ୍ଷେପଣାସ୍ତ୍ରରେ ବ୍ୟବହୃତ ଏୟାରଫ୍ରେମ ଓ ବୁଷ୍ଟର ସ୍ଵଦେଶ ନିର୍ମିତ।

ବ୍ରହ୍ମୋସର ଅପଗ୍ରେଡେଡ୍ ଭର୍ସନକୁ ଭାରତର ଡିଆରଡିଓ ଓ ରୁଷର ଏନପିଓଏମ ମିଳିତ ଭାବେ ତିଆରି କରିଛନ୍ତି। ଏହି କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ, ବୁଡାଜାହାଜ, ଲଢୁଆ ବିମାନ ଓ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ଵିଟ୍ କରି ଡିଆରଡିଓର ଏହି ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ ମିଜାଇଲ। ଏହା ସଂପ୍ରତି ଭାରତୀୟ ସେନାର ସେବାରେ ନିୟୋଜିତ ରହିଛି। ୨୦୦୫ରେ ଆଇଏନଏସ ରାଜପୁତରେ  ଭାରତୀୟ ନୌସେନା ଏହି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ମୁତୟନ କରାଯାଇଥିଲା। ଭବିଷ୍ୟତରେ ସମସ୍ତ ଯୁଦ୍ଧ ଜାହାଜରେ କ୍ଷେପଣାସ୍ତ୍ରର ନୂତନ ଅପଗ୍ରେଡେସନର ସୁବିଧା  ସହିତ ସାମିଲ କରାଯିବ।

ଏହା ପୂର୍ବରୁ ଭାରତୀୟ ସେନା ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ନିଜର ତିନି ରେଜିମେଣ୍ଟରେ ସାମିଲ କରିଥିଲା। ଭାରତ କ୍ରମାଗତ ସ୍ଵଦେଶୀ ଓ ବିଦେଶ ଯୁ୍ଦ୍ଧାସ୍ତ୍ର ସହିତ ସେନାକୁ ମଜବୁତ କରିବାରେ ଜୁଟି ଯାଇଛି। ଲଦାଖରେ ଗତ କିଛି ମାସ ହେବ ଯେଉଁ ଭଳି ଉତ୍ତେଜନା ସ୍ଥିତି ଲାଗି ରହିଛି, ଏମିତି ସମୟରେ ଭାରତକୁ ନୂତନ ହତିଆର ମିଳିବା ସେନାର ମନୋବଳକୁ ଆହୁରି ବୃଦ୍ଧି କରିବା ସହିତ ଶତ୍ରୁକୁ ଚିନ୍ତାରେ ନିଶ୍ଚୟ ପକାଇବ।

   Related Posts