'ମେଡ୍ ଇନ୍ ଇଣ୍ଡିଆ' ଧ୍ରୁବାସ୍ତ୍ର ମିସାଇଲ୍‌ର ସଫଳ ପରୀକ୍ଷଣ କଲା ଭାରତ : ଓଡିଶାରେ ଡାଇରେକ୍ଟ ଓ ଟପ୍ ଆଟାକ୍ ମୋଡ୍‌ରେ ସଫଳ ପରୀକ୍ଷଣ

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨/୦୭ : ଭାରତ-ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନାଙ୍କ ସାମର୍ଥ୍ୟରେ ଆଉ ଏକ ନାଁ ଯୋଡି ହୋଇଯାଇଛି | ଭାରତ ଧ୍ରୁବାସ୍ତ୍ର ମିସାଇଲର ସଫଳ ପରୀକ୍ଷଣ କରିଛି | ଏହି ମିସାଇଲ ସମ୍ପୂର୍ଣ ଭାବେ ମେଡ଼ ଇନ ଇଣ୍ଡିଆ | ଏହି ମିସାଇଲ ଆଟାକ ହେଲିକେପ୍ଟର ଧ୍ରୁବ ଉପରେ ନିୟୋଜିତ କରାଯିବ | କ୍ୱିକ ରେସ୍ପନ୍ସ ଏହି ମିସାଇଲ ଆଖି ପଲକ ପଡୁ ପଡୁ ଶତ୍ରୁ ଶିବିର ଧ୍ବଂସ କରିଦେବ | ଧ୍ରୁବାସ୍ତ୍ର ମିସାଇଲର ଓଡିଶାରେ ଡାଇରେକ୍ଟ ଓ ଟପ ଆଟାକ ମୋଡ଼ରେ ସଫଳ ପରୀକ୍ଷଣ କରାଯାଇଛି | ଏହି ମିସାଇଲ ରେଞ୍ଜ ୪ କିମି ରୁ ୭ କିମି ପର୍ଯ୍ୟନ୍ତ | ଏହି ପରୀକ୍ଷଣ ବର୍ତ୍ତମାନ ବିନା ହେଲିକେପ୍ଟରରେ କରାଯାଇଛି | ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଅର୍ଗାନାଇଜେସନ ଦ୍ୱାରା ତିଆରି ହୋଇଥିବା ଏହି ମିସାଇଲର ନାଁ ପୂର୍ବରୁ ନାଗ ଦିଆଯାଇଥିଲା ଯାହାକୁ ପରିବର୍ତ୍ତନ କରି ଧ୍ରୁବାସ୍ତ୍ର ରଖାଯାଇଛି |

{"id":303999,"width":566,"height":377,"sizeSlug":"large"}

ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଭାରତୀୟ ସେନାକୁ ବାସ୍ତବିକ ନିୟନ୍ତ୍ରଣ ରେଖା ସହିତ ଉଚ୍ଚ ଅଞ୍ଚଳ ଓ ପାହାଡିଆ ଅଞ୍ଚଳରେ ସଠିକ ତଦାରଖ ପାଇଁ ସ୍ବଦେଶୀ ଭାବେ ବିକଶିତ ଡ୍ରୋନ୍ ଭାରତ ଉପଲବ୍ଧ କରାଇଛି | ଭାରତ ନାମକ ଡ୍ରୋନ୍ ଡିଆରଡିଓ ଟର୍ମିନାଲ ବାଲିଷ୍ଟିକ ଅନୁସନ୍ଧାନ ପ୍ରୟୋଗଶାଳା, ଚଣ୍ଡୀଗଡ଼ ଦ୍ୱାରା ବିକଶିତ କରାଯାଇଛି | ଉଚ୍ଚତମ ସ୍ଥାନରେ ତଦାରଖ ପାଇଁ ଏହାକୁ ତିଆରି କରାଯାଇଛି | ଏହାକୁ ପୂର୍ବ ଲଦାଖରେ ନିୟୋଜିତ କରାଯାଇପାରେ ବୋଲି ସେ କହିଛନ୍ତି |

{"id":304000,"sizeSlug":"large"}

ନିକଟରେ ଭାରତୀୟ ନୌସେନାର ପୋଷାଇଡନ ୮-ଆଇ ରୋଧି ଯୁଦ୍ଧ ବିମାନକୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ତଦାରଖ ପାଇଁ ପୂର୍ବ ଲଦାଖରେ ନିୟୋଜିତ କରାଯାଇଥିଲା | ଆଗାମୀ ଦିନରେ ମିଗ-୨୯ ଯୁଦ୍ଧ ବିମାନ ଉତ୍ତର ସେକ୍ଟରରେ ମହତ୍ଵପୁର୍ଣ ଅଞ୍ଚଳରେ ରଖ ଯିବାର ସମ୍ଭାବନା ରହିଛି |

wp:core-embed/twitter {"url":"https://twitter.com/ANI/status/1285796901388906496","type":"rich","providerNameSlug":"twitter","className":""}
https://twitter.com/ANI/status/1285796901388906496
/wp:core-embed/twitter

ସୂତ୍ର ଅନୁଯାୟୀ, ସେନାର ଶୀର୍ଷ ଅଧିକାରୀ ଭାରତୀୟ ନୌସେନାର ମିଗ-୨୯ ଯୁଦ୍ଧ ବିମାନକୁ ରାଷ୍ଟ୍ରୀୟ ସୁରକ୍ଷାକୁ ଚ୍ୟାଲେଞ୍ଜ ଦେଇ ୩ ବିଭାଗର ସେନାରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରି ଉତ୍ତରାଞ୍ଚଳରେ କିଛି ବାୟୁସେନା ଶିବିରରେ ନିୟୋଜିତ କରିବାକୁ ବିଚାର କରାଯାଉଛି | ସେ କହିଛନ୍ତି ଯେ ନୌସେନାର ଯୁଦ୍ଧ ବିମାନ ଶତ୍ରୁ ଅଞ୍ଚଳରେ ଭିତର ପର୍ଯ୍ୟନ୍ତ ଯାଇ ହମଲା କରିବାକୁ ବାୟୁସେନାକୁ ସହାୟକ ହେବ | ବର୍ତ୍ତମାନ ନୌସେନାର ପାଖାପାଖି ୪୦ ମିଗ-୨୯ ଯୁଦ୍ଧ ବିମାନ ରହିଛି | ସେଥିରୁ ପାଖାପାଖି ୧୮ ଦେଶର ବିମାନ ବାହକ ପୋତ ଆଇଏନଏସ ବିକ୍ରମାଦିତ୍ୟରେ ନିୟୋଜିତ କରାଯାଇଛି | ବାୟୁସେନା ସୁଖୋଇ ୩୦ ଏମକେଆଇ, ଜାଗୁଆର ଓ ମିରାଜ ୨୦୦୦ ଭଳି ଯୁଦ୍ଧ ବିମାନ ପୂର୍ବ ଲଦାଖ ଓ ଏଲଏସି ନିକଟସ୍ଥ ଅଞ୍ଚଳରେ ନିୟୋଜିତ କରିଛି | ଚୀନ ସହ ସୀମା ବିବାଦ ବଢିବା ପରେ ଏହିଭଳି ପଦକ୍ଷେପ ନିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.