Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ସବ୍-ସୋନିକ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ

16/04/2019 at 3:54 PM

ବାଲେଶ୍ବର ୧୬|୪: ପ୍ରତିରକ୍ଷା ଗବେଷଣା  ଓ  ବିକାଶ  ପ୍ରତିଷ୍ଠାନ  (ଡିଆରଡିଓ)  ଆଜି  ଓଡିଶାର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ  ଦୂରଗାମୀ  ସବ୍-ସୋନିକ ଲକ୍ଷ୍ୟଭେଦୀ  କ୍ଷେପଣାସ୍ତ୍ର  ‘ନିର୍ଭୟ’ ର  ସଫଳ ପରୀକ୍ଷଣ କରିଛି । ଲକ୍ଷ୍ୟଭେଦ କ୍ଷମତା ପରୀକ୍ଷଣ କରିବା ପାଇଁ କମ୍ ଉଚ୍ଚତାରୁ ଷଷ୍ଠ ଥର ପାଇଁ ଏହାର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପ୍ରଥମେ ଉପରକୁ  ଉଠିବା  ପରେ  ସମାନ୍ତରାଳ  ପଥ  ଦେଇ  ନିର୍ଦ୍ଧିଷ୍ଟ  ଦିଗରେ  ଗତି  କରି ଲକ୍ଷ୍ୟଭେଦ କରିଥିଲା । ଏହି କ୍ଷେପଣାସ୍ତ୍ର ସମୁଦ୍ର ପଥ ଦେଇ ଖୁବ୍ କମ୍ ଉଚ୍ଚତାରେ ଲକ୍ଷ୍ୟଭେଦ କରିବାକୁ ସମର୍ଥ ବୋଲି ଏହି ପରୀକ୍ଷାରୁ ପ୍ରମାଣିତ ହୋଇଥିଲା । ଏହି ସମଗ୍ର ପରୀକ୍ଷଣକୁ ସମୁଦ୍ର ତଟରେ ଲଗାଯାଇଥିବା ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ, ରାଡାର ଓ ଗ୍ରାଉଣ୍ଡ ଟେଲିମେଟ୍ରି ସିଷ୍ଟମ ଦ୍ବାରା ଟ୍ରାକ୍ କରାଯାଇଥିଲା ।

   Related Posts