ବାଲେଶ୍ଵର: ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Published By : Prameya-News7 Bureau | December 23, 2020 IST

ବାଲେଶ୍ଵର ୨୩।୧୨: ଭାରତ ବୁଧବାର ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରୁଥିବା କ୍ଷେପଣାସ୍ତ୍ର((MRSAM)ର ସଫଳ ପରୀକ୍ଷଣ କରିଛି। ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ଏକ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଅପରାହ୍ନ ୩ଟା ୫୫ ମିନିଟରେ ଏହାର ନିକ୍ଷେପ କରାଯାଇଛି। କ୍ଷେପଣାସ୍ତ୍ର ସଫଳତାର ସହ ନିଶାଣକୁ ଲକ୍ଷ୍ୟଭେଦ କରିଛି।

ବଂଶୀ ନାମରେ ନାମକରଣ ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ଏବଂ ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରୀର ମିଳିତ ପ୍ରୟାସରେ ବିକଶିତ କରାଯାଇଛି। ଏହାର ନିର୍ମାଣ ଭାରତ ଡାଏନେମିକ୍ସ ଲିମିଟେଡ୍ ଦ୍ଵାରା ହୋଇଛି। ଭାରତୀୟ ସେନାରେ ସାମିଲ ହେବା ପରେ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବଳର ଶକ୍ତିକୁ ଆହୁରି ମଜବୁତ କରିବ ବୋଲି କୁହାଯାଇଛି।

ସୂତ୍ର ଅନୁଯାୟୀ ପ୍ରକ୍ଷେପଣଠୁ ନେଇ ସମୁଦ୍ରରେ ବୁଡିବା ପର୍ଯ୍ୟନ୍ତ ପୂରା ମିଶନକୁ ବିଭିନ୍ନ ରାଡାର ଏବଂ ଇଲେକ୍ଟ୍ରୋ ଅପଟିକ୍ ଉପକରଣ ଦ୍ଵାରା ନୀରିକ୍ଷଣ କରାଯାଇଛି। ରାଜସ୍ଵ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପରୀକ୍ଷଣ ପୂର୍ବରୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଡିଆରଡିଓର ପରାମର୍ଶ କ୍ରମେ ଲଞ୍ଚ ପ୍ୟାଡର ଅଢେଇ କିମି ପରିଧିରେ ଥିବା ଗାଁର  ୮୧୦୦ ଲୋକଙ୍କୁ ବୁଧବାର ସକାଳେ ନିକଟତମ ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.