Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ବର : ୧୬ନଂ ଜାତୀୟ ରାଜପଥ କୁରୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଆଠମଲ୍ଲିକ : ଦେଉଳଝରି ନିକଟରେ ଓଲଟିଲା କୋଇଲା ବୋଝେଇ ଟ୍ରକ୍
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଗୁରୁତର
  • ||
  • ସମ୍ବଲପୁର : ଅପରେସନ ବେଳେ ଖାଦ୍ୟନଳୀ କାଟିଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ମହିଳା ବୁର୍ଲାରେ ଭର୍ତ୍ତି
  • ||
  • ସମ୍ବଲପୁର : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ
  • ||
  • ସୋନପୁର : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ସୋର : ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଭାରତ ୭ ଦିନରେ କଲା ୨ଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଚିନ୍ତାରେ ଚୀନ ଓ ପାକିସ୍ତାନ

24/01/2020 at 9:18 PM

ବିଶାଖାପାଟଣା ୨୪।୧:  ଭାରତ ବିଶାଖାପାଟଣା ଉପକୂଳରେ ବୁଡା ଜାହାଜରୁ ଗତ ୬ ଦିନରେ ଦ୍ୱିତୀୟବାର କେ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ୩ହଜାର ୫୦୦ କିଲୋମିଟର ଦୂରରେ ଲକ୍ଷଭେଦ କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଶୁକ୍ରବାର ସକାଳେ ପାଣି ତଳେ ନିର୍ମିତ ପ୍ଲାଟଫର୍ମରୁ ପରୀକ୍ଷା କରିଥିଲା। 

ଏହା ପୂର୍ବରୁ ଜାନୁୟାରୀ ୧୨ ତାରିଖ ଦିନ ନ୍ୟୁକ୍ଲିୟର କ୍ୟାପାବଲ କେ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହୋଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନୌସେନାର ଶକ୍ତିବୃଦ୍ଧିରେ ସହାୟକ ହେବା ସହ ଅରିହନ୍ତ ଶ୍ରେଣୀୟ ଆଣବିକ ଚାଳିତ ବୁଡାଜାହଜରେ ମୁତୟନ ହେବ। ତେବେ ଯୁଦ୍ଧପୋତରେ ମୁତୟନ ପୂର୍ବରୁ କ୍ଷପଣାସ୍ତ୍ରଗୁଡିକର ଆହୁରି ଅନେକ ପରୀକ୍ଷଣ  ହେବ ବୋଲି ଜଣାପଡିଛି। ବର୍ତ୍ତମାନ ନୌସେନାର ଗୋଟିଏ ମାତ୍ର ଅରିହନ୍ତ ବୁଡାଜାହଜ ରହିଛି। ତେବେ ଆସନ୍ତୁ ଜାଣିବା କେ-୪ର ବିଶେଷତା

ଏହି ଶ୍ରେଣୀୟ କ୍ଷେପଣାସ୍ତ୍ରଗୁଡିକ ସାଙ୍ଗରେ ୨୦୦ କେଜି ଓଜନର ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିନେଇପାରିବେ। କେବଳ ଏତିକି ନୁହେଁ ଶତ୍ରୁପକ୍ଷ ରାଡାରରେ ଏହି କ୍ଷପଣାସ୍ତ୍ର ଧରାପଡିବନି। ଏହା ଛଡା କ୍ଷେପଣାସ୍ତ୍ରକୁ ସବମେରିନରୁ ବି ଶତ୍ରୁ ଉପରକୁ ଆକ୍ରମଣ କରିହେବ। ଏଣୁ ଏହାର ସଫଳତା ଉପରେ ସମୁଦ୍ରରେ ଦେଶର ଶକ୍ତିବୃଦ୍ଧି ନିର୍ଭର କରୁଛି।

   Related Posts