Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ସଫଳଭାବେ ପରୀକ୍ଷା କଲା ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌

ହାଇଦ୍ରାବାଦ – ଭାରତ ସଫଳତାର ସହ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌କୁ ପରୀକ୍ଷା କରିଛି । ଏହାକୁ ଜଣେ ସୈନିକ ଉଠାଇ କରି ନେଇ ପାରିବା ସହ ଟ୍ୟାଙ୍କକୁ ଲକ୍ଷ୍ୟ କରି ପାରିବେ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହାକୁ ନିର୍ମାଣ କରାଯାଇଛି । ଡିଆର୍‌ଡିଓ ଏହି ମ୍ୟାନ ପୋର୍ଟେବଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ ସିଷ୍ଟମକୁ ତିଆରି କରିଛି । ଏଥିରେ ଅନେକ ଉନ୍ନତ ମାନର ସିଷ୍ଟମ ରହିଛି । ଅଲଟ୍ରା ମଡର୍ଣ୍ଣ ଇନଫ୍ରାରେ ଇମେଜିଂ ସିଷ୍ଟମ ସହ ଆଭିଓନିକର ସମିଶ୍ରଣ କରାଯାଇଛି ।

ଭାରତର ପଦାତିକ ବାହିନୀ ପାଇଁ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ ବେଶ୍‌ ସହାୟକ ହେବ । ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ତୃତୀୟ ଥର ପାଇଁ ଏହାର ସଫଳ ପରୀକ୍ଷଣ କରାଯାଇଛି ।ସେନାପାଇଁ ବିକଶିତ କରାଯାଉଥିବା ଏହା ତୃତୀୟ ଜେନେରେସନ ଆଣ୍ଟି ଟ୍ୟାଙ୍କ ମିସାଇଲ୍‌ ।

ଏକ ଟ୍ରାଇପଡ୍‌ରୁ ଏହି ମିସାଇଲ୍‌କୁ ଉତ୍‌କ୍ଷେପଣ କରାଯାଇଥିଲା । ସଫଳ ଭାବେ ଏହା ନିଜର ଲକ୍ଷ୍ୟ ଭେଦ କରିଥିଲା । ୨ୟ୫ କିଲୋମିଟର ମଧ୍ୟରେ ଥିବା ଟ୍ୟାଙ୍କ ସହ ଅନ୍ୟ କୌଣସି ଲକ୍ଷ୍ୟକୁ ଏହା ଭେଦ କରି ପାରିବ

239 Views

   ସମ୍ବନ୍ଧିତ ଖବର