ଇସ୍ରୋ ପକ୍ଷରୁ ଯୋଗାଯୋଗ ସାଟେଲାଇଟ୍ ଜିସାଟ୍-୩୧ର ସଫଳ ଉତ୍‌କ୍ଷେପଣ

Published By : Prameya-News7 Bureau | February 06, 2019 IST

ବେଙ୍ଗାଲୁରୁ ୬|୨: ଇସ୍ରୋ ପକ୍ଷରୁ ଯୋଗାଯୋଗ ସାଟେଲାଇଟ୍ ଜିସାଟ୍-୩୧ ଲଞ୍ଚ ହୋଇଛି । ଫ୍ରେଞ୍ଚ ଗୁଏନାର ୟୁରୋପିଆନ୍ ସ୍ପେସ୍ ପୋର୍ଟ ରକେଟ୍ ଦ୍ବାରା ଭାରତୀୟ ସମୟ ରାତି ୨ଟା ୩୧ ରେ ଏହାକୁ ଉତକ୍ଷେପଣ କରାଯାଇଥିଲା । ଉତକ୍ଷେପଣର ୪୨ ମିନିଟ୍ ପରେ ଏହା ଏହା ତ୍ରୁଟିହୀନ ଭାବେ କକ୍ଷପଥରେ ଅବସ୍ଥାପିତ ହୋଇଥିଲା । ୨ହଜାର ୪୩୬ କିଲୋଗ୍ରାମ ବିଶିଷ୍ଟ ଏହି କମ୍ୟୁନିକେସନ୍ ସାଟେଲାଇଟ୍ ୧୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଇନସାଟ୍ ୪ସିଆର ଉପଗ୍ରହର ଏହା ରିପ୍ଲେସମେଣ୍ଟ । ଏହା ହେଉଛି ଦେଶର ୪୦ତମ ଯୋଗାଯୋଗ କୃତ୍ରିମ ଉପଗ୍ରହ । ଜିସାଟ୍-୩୧ର ଉତକ୍ଷେପଣ ଅବସରରେ ସତିଶ ଧୱନ୍ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଏସ୍.ପାଣ୍ଡିଆନ୍ ଉପସ୍ଥିତ ଥିଲେ । ଆସନ୍ତା ଜୁନ୍ କିମ୍ବା ଜୁଲାଇ ବେଳକୁ ଇସ୍ରୋର ଆଉ ଏକ ସାଟେଲାଇଟ୍ ଜିସାଟ୍-୩୦ ଉତକ୍ଷେପଣ ହେବ । ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.