ଫ୍ରାନ୍ସ ସପକ୍ଷରେ ଦୁଇ ଦିନରେ ୪ ଥର ଯୁକ୍ତି ରଖିଛି ଭାରତ, କରିଛି ଜବରଦସ୍ତ ସମର୍ଥନ: କାହିଁକି ଓ କ’ଣ ପାଇଁ ?

Published By : Prameya-News7 Bureau | October 30, 2020 IST

ମୁମ୍ବାଇ ୩୦/୧୦: ତୁର୍କୀ, ପାକିସ୍ତାନ ଭଳି ଦେଶଗୁଡିକର ନକାରାତ୍ମକ ମନ୍ତବ୍ୟର ଫ୍ରାନ୍ସ  ରାଷ୍ଟ୍ରପତି ସମ୍ମୁଖୀନ ହେଉଥିବା ବେଳେ ନୂଆଦିଲ୍ଲୀ ଗତ ୨ ଦିନରେ ଚାରିଥର ପ୍ୟାରିସ୍‌କୁ ସମର୍ଥନ ଜଣାଇଛି । ଖୁଲମଖୋଲା  ଏମାନୁଏଲ୍‌ ମାକ୍ରୋନଙ୍କୁ ସମର୍ଥନ କରୁଥିବା ଭାରତ ହେଉଛି ପ୍ରଥମ 'ଅଣ-ପାଶ୍ଚାତ୍ୟ' ଦେଶ | ଏପର୍ଯ୍ୟନ୍ତ ଇଟାଲୀ, ଜର୍ମାନୀ, କାନାଡା, ନେଦରଲ୍ୟାଣ୍ଡ ଭଳି ଦେଶ  ଫ୍ରାନ୍ସର ନେତାଙ୍କ ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

ଫ୍ରାନ୍ସରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ନିନ୍ଦା କରିଥିଲେ। ଟ୍ବିଟ୍‌ କରି ମୋଦି ଲେଖିଥିଲେ, ‘ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି, ଆଜି ନାଇସ୍‌ର ଏକ ଚର୍ଚ୍ଚ ଭିତରେ ହୋଇଥିବା ଭୟଙ୍କର ଆକ୍ରମଣକୁ ବି ନିନ୍ଦା କରୁଛି । ପୀଡିତଙ୍କ ପରିବାର ଏବଂ ଫ୍ରାନ୍ସର ଲୋକଙ୍କ ପ୍ରତି ଆମର ଗଭୀର ତଥା ହୃଦୟରୁ ସମବେଦନା ।  ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଫ୍ରାନ୍ସ ସହିତ ଛିଡାହୋଇଛି।’

{"id":351171,"sizeSlug":"large"}

ଗୁରୁବାର ଫ୍ରାନ୍ସରେ ୨ଟି ଛୁରୀ ଆକ୍ରମଣ ହୋଇଥିବା ବେଳେ ନାଇସରେ ଏକ ଚର୍ଚ୍ଚରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ଆକ୍ରମଣ ଆଭିଗନ୍‌ରେ ହୋଇଥିବା ବେଳେ ଆକ୍ରମଣକାରୀର ମୃତ୍ୟୁ ହୋଇଛି । ସେହି ଦିନ ସାଉଦି ସହରର ଜେଦା ସହରରେ ଥିବା ଫ୍ରାନ୍ସ କନସୁଲେଟର ଜଣେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରାଯାଇଥିଲା। ତେବେ ଭାରତ  ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଜଣାଇଥିଲେ, ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲା ଏକ ସପ୍ତାହ ବ୍ୟାପୀ  ୟୁରୋପୀୟ ଗସ୍ତରେ ଅଛନ୍ତି ଏବଂ ତାଙ୍କର ଏହି ଗସ୍ତ ପ୍ୟାରିସରୁ ଆରମ୍ଭ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ କୂଟନୈତିକ ପରାମର୍ଶଦାତା ଇମାନୁଏଲ ବୋନେଙ୍କ  ସହିତ ସାକ୍ଷାତ ସମୟରେ ଭାରତର ବୈଦେଶିକ ସଚିବ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ  ଆକ୍ରମଣକୁ ନେଇ ଭାରତ ସରକାର ସମବେଦନା ଜଣାଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଫ୍ରାନ୍ସର ଲଢ଼େଇରେ ଭାରତ ଫ୍ରାନ୍ସ ସହିତ ଛିଡା ହୋଇଛି ବୋଲି ମୋଦିଙ୍କ ବାର୍ତ୍ତା ଦେବେ ।

ସେପଟେ  ଏକ ଫ୍ରେଞ୍ଚ ଥିଙ୍କ ଟ୍ୟାଙ୍କ - ଇନଷ୍ଟିଚ୍ୟୁଟ୍ ଫ୍ରାଞ୍ଚାଇସ୍ ଡେସ୍ ରିଲେସନ୍ସ ଇଣ୍ଟରନ୍ୟାସନାଲ୍ (IFRI) ରେ   ଶ୍ରୀଙ୍ଗଲା ମୋଦିଙ୍କ ବାର୍ତ୍ତା ସମ୍ପର୍କରେ  କହିଛନ୍ତି | ଶ୍ରୀଙ୍ଗଲା କହିଛନ୍ତି, "ଫ୍ରାନ୍ସରେ ଘଟିଥିବା ଦୁଇଟି ଆତଙ୍କବାଦୀ ଘଟଣା ବିଷୟରେ ଶୁଣିବା ଅତ୍ୟନ୍ତ ଭୟାନକ ଥିଲା। ସେଥିମଧ୍ୟରୁ ଗୋଟିଏ ଘଟଣା ଆମର ପଡ଼ୋଶୀ - ପାକିସ୍ଥାନରୁ ଉତ୍ପନ୍ନ ହୋଇଥିଲା। ଗତ ତିନି ଦଶନ୍ଧି ଧରି ଆମେ ଏହା ଅନୁଭବ କରିଛୁ।’

ବୁଧବାର ସନ୍ଧ୍ୟାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରଥମେ ପ୍ୟାରିସ୍‌କୁ ସମର୍ଥନ କରିଥିଲା।  ପ୍ୟାରିସକୁ ଦିଲ୍ଲୀର ସମର୍ଥନକୁ ନେଇ  ଏକ ସ୍ପଷ୍ଟ ବିବୃତ୍ତିରେ ଏମଇଏ କହିଛନ୍ତି ଯେ ମୌଳିକ ମାନ୍ୟତାକୁ ଉଲ୍ଲଂଘନ କରି ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଉପରେ କଟୁ ଭାଷାରେ ବ୍ୟକ୍ତିଗତ ଆକ୍ରମଣକୁ ଆମେ ଦୃଢ଼ ଭାବେ ବିରୋଧ କରୁଛୁ। ଏହାସହ ତୁର୍କୀ ରାଷ୍ଟ୍ରପତି ମାକ୍ରୋନଙ୍କ ଉପରେ ବ୍ୟକ୍ତିଗତ ମନ୍ତବ୍ୟ ଦେଉଛନ୍ତି, ଯେଉଁଥି ପାଇଁ ସେ "ମାନସିକ ଚିକିତ୍ସା" ଆବଶ୍ୟକ କରନ୍ତି ବୋଳି ଏମଇଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି  |

 ଫ୍ରାନ୍ସ ଶିକ୍ଷକଙ୍କ ହତ୍ୟାକୁ ଭାରତ ମଧ୍ୟ ନିନ୍ଦା କରିଛି। ଅତି ନିଷ୍ଠୁର ଭାବେ ଫରାସୀ ଶିକ୍ଷକଙ୍କ ଜୀବନ ନେଇଛନ୍ତି  ଯାହା ବିଶ୍ବକୁ ଚକିତ କରିଛି। ଆମେ ତାଙ୍କ ପରିବାର ତଥା ଫ୍ରାନ୍ସବାସୀଙ୍କୁ ସମବେଦନା ଜଣାଉଛୁ। କୌଣସି କାରଣ କିମ୍ବା ପରିସ୍ଥିତିରେ ଆତଙ୍କବାଦକୁ ପ୍ରୋତ୍ସାହିତ କରାଯିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି। ତେବେ ୪୭ ବର୍ଷୀୟ ଫ୍ରେଞ୍ଚ ଶିକ୍ଷକ ସାମୁଏଲ ପାଟୀ ଛୁରୀ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ଉଗ୍ରବାଦ ଉପରେ ନଜର ଦେବା ଆରମ୍ଭ କରିଛି ଫ୍ରାନ୍ସ।  ଏହି ଘଟଣା ପରେ ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ଦେଶ ଧର୍ମନିରପେକ୍ଷ ମୂଲ୍ୟବୋଧରେ ସମର୍ଥନ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.