ପ୍ରଥମ ଥର ପାଇଁ ଭାରତରେ ଚାଷ ହେବ ହେଙ୍ଗୁ, ଜାଣନ୍ତୁ କେଉଁଠି ହେବ ଚାଷ

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ ୨୦/୧୦: ଖାଦ୍ୟ ପ୍ରସ୍ତୁତିରେ ହେଙ୍ଗୁ ବ୍ୟବହାର କରାଯାଏ। ଏହା ସହ ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ନିତିଦିନ ରୋଷେଇ ଘରେ ବ୍ୟବହୃତ ହେଉଥିବା ହେଙ୍ଗୁ କିନ୍ତୁ ଭାରତରେ ଚାଷ ହୋଇ ନ ଥାଏ। ଭାରତରେ ଏହା ବ୍ୟବହାର ହେଉଥିବା ବେଳେ ଆମଦାନି କିନ୍ତୁ ବିଦେଶରୁ ହୋଇଥାଏ। ମାତ୍ର ଏବେ ଏଥିରେ ଆସିବାକୁ ଯାଉଛି ପରିବର୍ତନ। ଅର୍ଥାତ ପ୍ରଥମଥର ପାଇଁ ଦେଶରେ ହେଙ୍ଗୁ ଚାଷ ହେବ।

ପାଳମପୁରର ସିଏସଆଇଆର ଓ ଇନଷ୍ଟିଚ୍ୟୁଟ୍ ଅଫ ହିମାଳୟନ ବାୟୋରିସର୍ଚ ଟେକ୍ନୋଲଜି ପ୍ରଥମ ଥର ପାଇଁ ଦେଶରେ ହେଙ୍ଗୁ ଚାଷ କରିବା କାମ ଆରମ୍ଭ କରିଛି। ସିଏସଆଇଆର ନିର୍ଦେଶକ ଜେନେରାଲ ଡାକ୍ତର ଶେଖର ମଣ୍ଡେ କହିଛନ୍ତି ‘ହେଙ୍ଗୁ ଚାଷ ପାଇଁ ୨୦୧୬ରୁ ରିସର୍ଚ ହୋଇ ଆସୁଛି। ଏବେ ସୁଦ୍ଧା ବିଦେଶ ଉପରେ ହିଁ ହେଙ୍ଗୁ ଉପରେ ନିର୍ଭରଶୀଳ ରହିଛେ। ଆଫଗାନିସ୍ତାନ, ଇରାନ ଓ ଉଜବେକିସ୍ତାନରେ ପ୍ରାୟ ୬୦୦ କୋଟି ଟଙ୍କାର ୧୨୦୦ ମେଟ୍ରିକ ଟନ ହେଙ୍ଗୁ ଆମଦାନୀ କରାଯାଇଛି।’

{"id":347651,"sizeSlug":"large"}

ହେଙ୍ଗୁ କେବଳ ଲଦାଖ ଓ ଲା​ହୌଲ ସ୍ପିତି ଭଳି ଥଣ୍ଡା ସ୍ଥାନରେ ଚାଷ କରାଯାଏ। ଏହା ସହ ଅନ୍ୟ କିଛି ଭୌଗୋଳିକ ପରିସ୍ଥିତି ଉପରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଭାରତରେ ହେଙ୍ଗୁ ବ୍ୟବହାର ଅ୍ରଧକ। ଏଣୁ ଏବେ ଲା​ହୌଲ ଓ ସ୍ପିତିରେ ଥିବା କ୍ବାରିଙ୍ଗ ଗାଁରେ ଏବେ ଚାଷ କରାଯିବ। ଯାହା ହେଉଛି ହିମାଳଚପ୍ରଦେଶର ଥଣ୍ଡା ଓ ଶୁଷ୍କ ଜିଲ୍ଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.