6Gକୁ ନେଇ ଭାରତର ବଡ ପ୍ରସ୍ତୁତି, ଦୁନିଆର ଅନ୍ୟ ଦେଶଠୁ ରହିବ ଆଗରେ

Published By : Prameya-News7 Bureau | November 05, 2021 IST

ନୂଆଦିଲ୍ଲୀ ୦୫।୧୧: ଭାରତରେ ଏବେ ବି ୫ଜି ନେଟଓ୍ଵର୍କ ଆସିନାହିଁ। ଏ ପର୍ଯ୍ୟନ୍ତ କେବଳ ଏହାର ପରୀକ୍ଷା ନୀରିକ୍ଷା ଜାରି ରହିଛି। ହେଲେ ସରକାର ଏହା ପୂର୍ବରୁ ୬ଜି ନେଟ୍ଓ୍ଵର୍କ ଉପରେ ଫୋକସ୍ କରିବା ଆରମ୍ଭ କରି ଦେଇଛନ୍ତି। କେନ୍ଦ୍ର ସରକାର ୬ଜି ନେଟଓ୍ଵର୍କ ପ୍ରଯୁକ୍ତିବିଦ୍ୟା ପାଇଁ ବଡ ପ୍ରସ୍ତୁତି କରିଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ(DoT) ୬ଜି ଟେକ୍ନୋଲୋଜି ଉପରେ ଫୋକସ୍ କରିବା ପାଇଁ ଏକ ଟେକ୍ନୋଲୋଜି ଇନୋଭେସନ ଗ୍ରୁପ ଗଠନ କରିଛି।

ଟେଲିକମ ସେକ୍ରେଟାରୀ କେ ରାଜାରମନ ଚେୟାରମ୍ୟାନ ଭାବେ ଏହି ଟେକ୍ନୋଲୋଜି ଇନୋଭେସନ ଗ୍ରୁପର ନେତୃତ୍ଵ ନେବେ। ରିପୋର୍ଟ ମୁତାବକ, ଏହି ଗ୍ରୁପ ଟେକ୍ନୋଲୋଜି ପାଇଁ ଭିଜନ ଉପରେ କାମ କରିବେ। ଏଥିସହ ୬ଜି ଟେକ୍ନୋଲୋଜିର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ(R&D)ର ରୋଡମ୍ୟାପ୍ ବିକଶିତ କରିବେ। ଏହା ବ୍ୟତୀତ ୬ଜି ପାଇଁ ପ୍ରି-ଷ୍ଟାଣ୍ଡାଡାଇଜେସନ, ଆପ୍ଲିକେସନ ଓ ପ୍ରଡକ୍ଟ ଡେଭଲପମେଣ୍ଟର ରୂପ ରେଖା ମଧ୍ୟ ପ୍ରସ୍ତୁତ କରିବେ।

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଡଟ୍ କହିଛି ଯେ, ଭାରତକୁ ୬ଜି ସ୍ପେସରେ ଆଗୁଆ ରହିବା ଦରକାର। ଏଥିପାଇଁ ସରକାର ଇଣ୍ଡଷ୍ଟ୍ରୀ ଏବଂ ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର୍ସଙ୍କ ପକ୍ଷରୁ ସହଯୋଗ ନିତାନ୍ତ ଆବଶ୍ୟକ। ୬ଜି ପାଇଁ ଗଠିତ କମିଟିରେ ୨୨ ସଦସ୍ୟ ସାମିଲ୍। ଆବଶ୍ୟକ ପଡିଲେ ସଦସ୍ୟ ସଂଖ୍ୟା ବଢାଇବାକୁ ବିଭାଗ ଟେଲିକମ ସଚିବଙ୍କୁ ଏହି ଅଧିକାର ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.