Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟି୨୦ : ସିରିଜ୍ ଜିତିବା ଲକ୍ଷ୍ୟରେ ଉଭୟ ଦଳ, ଟିମ୍ ଇଣ୍ଡିଆ ପାଇଁ ଟେନସନ୍ କରୋନା

29/07/2021 at 11:15 AM

କଲୋମ୍ବୋ ୨୯/୦୭:  ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ଟି୨୦ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଆଜିର ମ୍ୟାଚ୍ ଯିଏ ଜିତିବ ସେ ଚାମ୍ପିଅନ ହେବ । ଭାରତୀୟ ଦଳ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହେଉଛି କରୋନା । ଦଳର ୮ ଅଭିଜ୍ଞ ଖେଳାଳି ଆଇସୋଲେସନରେ ରହିଛନ୍ତି ।

ପ୍ରଥମ ଟି୨୦କୁ ଅତି ସହଜରେ ଜିତିଥିଲା ଟିମ୍ ଇଣ୍ଡିଆ । ଶିଖର ଧାଓ୍ୱାନ, ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟିଂ ଓ ଭୁବନେଶ୍ୱର କୁମାର ଦମଦାର ବୋଲିଂ କରିଥିଲେ । ଦଳ ସହଜ ବିଜୟ ହାସଲ କରିଥିଲା । କିନ୍ତୁ ଦ୍ୱିତୀୟ ଦିନିକିଆରେ ସବୁ ବିଗିଡି ଗଲା । ଦଳ ଖେଳାଳି କୃଣାଲ ପାଣ୍ଡ୍ୟା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ସହ ମିଶିଥିଲା ଆଉ ୮ ଖେଳାଳି ମଧ୍ୟ ଆଇସୋଲେସନରେ ରହିଛନ୍ତି ।

ଅଭିଜ୍ଞ ଖେଳାଳି ଆଇସୋଲେସନରେ ଥିବାରୁ ଦ୍ୱିତୀୟ ଟି୨୦ରେ ଶିଖରଙ୍କ ଟିମ୍ ଅନଭିଜ୍ଞ ଖେଳାଳିଙ୍କୁ ଧରି ପଡିଆକୁ ଓହ୍ଲାଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୧୩୨ ରନ୍ କରିପାରିଥିଲା । ଜବାବରେ ଶ୍ରୀଲଙ୍କା ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।

ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟି୨୦ ରୋମାଞ୍ଚକର ରହିବ । କାରଣ ମ୍ୟାଚ୍ ଜିତିବା ଦଳ ସିରିଜ ଜିତିବ । ଅନଭିଜ୍ଞ ଭାରତ ଦଳ ପରାଜୟକୁ ଭୁଲି ସିରିଜ ବିଜୟ ଲକ୍ଷ୍ୟରେ ରହିବ । ନବାଗତ ଖେଳାଳିମାନଙ୍କ ପାଇଁ ସୁଯୋଗ ରହିଛି । ଯାହାର ସତବ୍ୟବହାର ପାଇଁ ସେମାନେ ଉଦ୍ୟମ କରିବେ । ସେହିପରି ଶ୍ରୀଲଙ୍କା ମଧ୍ୟ ଭାରତର ଦୁର୍ବଳତାର ଫାଇଦା ଉଠାଇ ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ ।

   Related Posts