Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ

23/07/2021 at 11:33 AM

କଲୋମ୍ବୋ,୨୩/୦୭:  ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍‌ର ଅନ୍ତିମ ମୁକାବିଲା ଶୁକ୍ରବାର ଖେଳାଯିବ ।ପ୍ରଥମ ୨ଟି ମ୍ୟାଚ୍‌ ଜିତି ସାରିଥିବା ଭାରତ ଶୁକ୍ରବାର ବିଜୟ ସହ ସିରିଜ ମୂଳପୋଛ କରିବାକୁ ପ୍ରୟାସ କରିବ । ଅନ୍ୟ ପଟରେ ଘରୋଇ ଦଳ ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବ ।

ଭାରତୀୟ ଦଳରେ ଷ୍ଟାର୍‌ ଖେଳାଳି ନଥିଲେ ହେଁ ଶୁକ୍ରବାର ବିଜୟ ସମ୍ଭାବନା ଅଧିକ ରହିଛି । କାରଣ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳ ବେଶ୍‌ ସନ୍ତୁଳିତ । ଶୁକ୍ରବାର ମଧ୍ୟ ଆଉ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ପୃଥ୍ୱୀ ଶ’ଙ୍କ ସ୍ଥାନରେ ଅନ୍ୟତମ ଯୁବ ଓପନର ଦେବଦତ୍ତ ପାଡ଼ିକଲଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ ।

ସେହିପରି ମଧ୍ୟଭାଗରେ ଇଶାନ କିଷନଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିପାରନ୍ତି । ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ଆଶା କରାଯାଉଛି । କୁଲଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳବା ସମ୍ଭାବନା ରହିଛି । ଭାରତକୁ ହରାଇବାକୁ ହେଲେ ଘରୋଇ ଦଳକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ପ୍ରେମଦାସା ଷ୍ଟାଡିୟମ୍‌ର ପିଚ୍‌ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ତେଣୁ ଶୁକ୍ରବାର ବଡ ସ୍କୋର ହେବା ଆଶା କରାଯାଉଛି । ଦିବା-ରାତ୍ର ମ୍ୟାଚ୍‌ ହୋଇଥିବାରୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଦୀପକ ଚହରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଦ୍ୱିତୀୟ ଦିନିକିଆରେ ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରି ସେ ଦଳକୁ ବିଜୟୀ କରାଇଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ଶୁକ୍ରବାର ମଧ୍ୟ ଦର୍ଶକ ତାଙ୍କଠାରୁ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଆଶା ରଖିବେ ।

   Related Posts