ଭାରତ-ଶ୍ରୀଲଙ୍କା ୩ୟ ଦିନିକିଆ : ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ, ୫ ଖେଳାଳିଙ୍କ ଡେବ୍ୟୁ

Published By : Prameya-News7 Bureau | July 23, 2021 IST

କଲମ୍ବୋ ୨୩/୦୭ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶୁକ୍ରବାର ଶେଷ ମ୍ୟାଚ ରହିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ ଇଣ୍ଡିଆ । ତୃତୀୟ ତଥା ଶେଷ ମ୍ୟାଚ ଜିତି କ୍ଲିନ୍‌ ସ୍ବିପ୍‌ ଲକ୍ଷ୍ୟରେ ରହିଛି ଶିଖର ଧାଓ୍ବନଙ୍କ ନେତୃତ୍ବାଧୀନ ଭାରତ । ଭାରତୀୟ ଟିମରେ ୬ଟି ଅଦଳବଦଳ କରାଯାଇଛି । ତେବେ ଯେଉଁ ୬ ଜଣଙ୍କୁ ଟିମରେ ସାମିଲ କରାଯାଇଛି ସେମାନଙ୍କ ମଧ୍ୟରେ ୫ ଜଣ ଖେଳାଳି ଡେବ୍ୟୁ କରିଛନ୍ତି ।

ଭାରତ ପକ୍ଷରୁ ଡେବ୍ୟୁ କରିବାକୁ ଯାଉଥିବା ୫ ଖେଳାଳି ହେଉଛନ୍ତି ସଞ୍ଜୁ ସାମସନ୍‌, ନୀତିଶ ରାଣା, ଚେତନ ସକାରିୟା, କେ. ଗୌତମ ଏବଂ ରାହୁଲ ଚହର । ଏହା ଛଡା ଦୃତ ବୋଲର ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି ।

ଭାରତ : ଶିଖର ଧାୱନ (ଅଧିନାୟକ), ପୃଥ୍ବୀ ସ’, ସଞ୍ଜୁ ସାମସନ (ଓ୍ବିକେଟ୍‌ କିପର), ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, କେ ଗୌତମ, ରାହୁଲ ଚହର, ନବଦୀପ ସାଇନି ଏବଂ ଚେତନ ସକାରିୟା

wp:embed {"url":"https://twitter.com/BCCI/status/1418497231259267074","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1418497231259267074
/wp:embed

ଶ୍ରୀଲଙ୍କା : ଦସୁନ ସନାକା (ଅଧିନାୟକ), ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା, ଭାନୁକା ରାଜପକ୍ଷ, ଧନଞ୍ଜୟ ଡି ସିଲଭା, ଚରୀଥ ଆସାଲଙ୍କା, ରମେଶ ମେଣ୍ଡିସ୍, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଆକିଲା ଧନଞ୍ଜୟ ଏବଂ ପ୍ରବୀଣ ଜୟଓ୍ବିକରାମା  

wp:embed {"url":"https://twitter.com/OfficialSLC/status/1418499315257942016","type":"rich","providerNameSlug":"twitter","responsive":true,"className":""}
https://twitter.com/OfficialSLC/status/1418499315257942016
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.