Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭାରତ-ଶ୍ରୀଲଙ୍କା ସିରିଜ୍‌ର କ୍ରୀଡାସୂଚୀ ଜାରି, ମୁଖ୍ୟ କୋଚ୍ ହେବେ ରାହୁଲ ଦ୍ରାବିଡ

7/06/2021 at 10:28 PM

ନୂଆଦିଲ୍ଲୀ ୭/୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସୀମିତ ଓଭର ସିରିଜ୍‌ର ଖେଳସୂଚୀ ସ୍ପଷ୍ଟ ହୋଇଛି। ଭାରତୀୟ ଟିମ୍‌ ଶ୍ରୀଲଙ୍କା ଗସ୍ତରେ ୩ ଦିନିକିଆ ଏବଂ ୩ ଟି-୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ। ଓ୍ବାର୍ଲଡ ଟେଷ୍ଟ ଚାମ୍ପିୟନସିପ୍‌ ଫାଇାନାଲ ଏବଂ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଖେଳାଳି ଏହି ସିରିଜ୍‌ରେ ଭାଗ ନେଇପାରିବେ ନାହିଁ। ଶ୍ରୀଲଙ୍କା ଗସ୍ତରେ ବିସିସିଆଇ ଭାରତର ବି-ଟିମ୍‌କୁ ପଠାଇବ।

ଏଥିରେ ଅନେକ ଯୁବକ ଖେଳାଳି ମଧ୍ୟ ସାମିଲ ହୋଇପାରନ୍ତି। ଦିନିକିଆ ସିରିଜ୍‌ରୁ ମ୍ୟାଚ୍‌ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୧୩ ଜୁଲାଇରେ ହେବ। ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍‌ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରହିବେ। ଏଏନଆଇ ଖବର ମୁତାବିକ ଭାରତ ଏବଂ ଶ୍ରୀଲଙ୍କା ସିରିଜ୍‌ର ହୋଷ୍ଟ ବ୍ରଡକାଷ୍ଟର ସୋନି ସ୍ପୋର୍ଟସ୍‌ ନେଟଓ୍ବାର୍କ ଏହି ଗସ୍ତ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛି।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ୧୩ ଜୁଲାଇରେ ଖେଳାଯିବ। ଦ୍ବିତୀୟ ୧୬ ଜୁଲାଇ ଏବଂ ତୃତୀୟ ମ୍ୟାଚ୍‌ ୧୮ ଜୁଲାଇରେ ଖେଳାଯିବାକୁ ଅଛି। ଏହା ପରେ ଭାରତୀୟ ଟିମ୍‌ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୨୧ ଜୁଲାଇରେ ଖେଳାଯିବ। ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ୨୩ ଜୁଲାଇ ଏବଂ ତୃତୀୟ ମ୍ୟାଚ୍‌ ୨୫ ଜୁଲାଇରେ ଖେଳାଯିବ। ସେପଟେ ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ୍‌ ନଜର ଆସିବେ। କାରଣ ରବି ଶାସ୍ତ୍ରୀ, ଭରତ ଅରୁଣ ଏବଂ ବିକ୍ରମ ରାଠୋର ଇଂଲଣ୍ଡ ଗସ୍ତରେ ଅଛନ୍ତି।

   Related Posts