Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଘୋଷଣା: ରୋହିତଙ୍କୁ ବିଶ୍ରାମ, ପ୍ରଥମ ଟେଷ୍ଟରେ ରାହାଣେ ଅଧିନାୟକ, ଦ୍ୱିତୀୟ ଟେଷ୍ଟରେ ଫେରିବେ ବିରାଟ

12/11/2021 at 1:25 PM

ନୂଆଦିଲ୍ଲୀ ୧୨/୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ରାହାଣେ, ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ କୋହଲି । ତେବେ ଏଥର ରୋହିତ ଶର୍ମାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି । କୋହଲି ପ୍ରଥମ ମ୍ୟାଚ୍ ପରେ ଟିମ୍ ସହ ସାମିଲ ହେବେ । ପ୍ରଥମ ଟେଷ୍ଟ ପାଇଁ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ହେଲେ ତାଙ୍କ ସ୍ଥାନରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା କେ.ଏସ ଭରତଙ୍କୁ ସୁଯୋଗ ମିଳିଛି । ଘୋଷଣା ହୋଇଥିବା ଟିମରେ ୪ ସ୍ପିନରକୁ ସ୍ଥାନ ମିଳିଥିବା ବେଳେ ୪ ଦ୍ରୁତ ବୋଲରଙ୍କୁ ବି ଚାନ୍ସ ମିଳିଛି । ତେବେ ସାର୍ଦ୍ଦୁଳ ଠାକୁରଙ୍କୁ ଟିମରେ ଏଥିର ବାଦ୍ ଦିଆଯାଇଛି । ସେହିଭଳି ଯଶପ୍ରୀତ ବୁମରା, ମହମ୍ମଦ ସାମିଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଛି ।

ରୋହିତଙ୍କ ଅନୁପସ୍ଥିତିରେ ଓପନିଂ ଭାର ସମ୍ଭାଳିବେ ରାହୁଲ ଓ ମୟଙ୍କ ଅଗ୍ରୱାଲ । ସେହିଭଳି ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର ମଧ୍ୟକ୍ରମ ସମ୍ଭାଳିବେ । ଆସନ୍ତା ୨୫ ନଭେମ୍ବରରେ କାନୁପରରେ ପ୍ରଥମ ଟେଷ୍ଟ ଖେଳାଯିବ । ସେହିଭଳି ୩ ଡିସେମ୍ବରରେ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

   Related Posts