ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଆଜି ହେବ ଟିମ୍‌ର ଘୋଷଣା, ନଜର ରହିବ ଧୋନୀଙ୍କ ଉପରେ

Published By : Prameya-News7 Bureau | January 12, 2020 IST

ମୁମ୍ବାଇ ୧୨।୦୧: ଭାରତୀୟ ଦଳ କିଛି ଦିନ ପରେ ନିଜର ପ୍ରଥମ ବିଦେଶୀ ଗସ୍ତ କରିବ । ସେଥିଲାଗି ଆଜି ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ କରାଯିବ  । ଜାନୁଆରୀ ୨୪ରେ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ଗସ୍ତରେ ପାଞ୍ଚଟି ଟି-ଟ୍ବେଣ୍ଟି, ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍‌ ଇଣ୍ଡିଆ । ଦଳରେ ଅଧିକ ପରିବର୍ତ୍ତନ ହେବାର ଆଶା କମ୍‌ ରହିଛି । ତେବେ ଦଳ ଚୟନ ପରେ ସବୁଠୁ ଅଧିକ ନଜର ରହିବ ମହେନ୍ଦ୍ର ସିଂ ଧୋନଙ୍କ ଉପରେ , କାରଣ ବିଶ୍ବକପ୍‌ ସେମିଫାଇନାଲ ପରଠୁ ଧୋନି କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଧୋନି ଖୁବଶୀଘ୍ର ଦିନିକିଆ କ୍ରିକେଟ୍‌ରୁ ଅବସର ନେବେ ବୋଲି ଗତ କିଛି ଦିନ ତଳେ ଦଳର କୋଚ ରବି ଶାସ୍ତ୍ରୀ ସଙ୍କେତ ଦେଇଥିଲେ । କିନ୍ତୁ କେବେ ଓ କେଉଁ ସମୟରେ ଅବସର ନେବେ ସେ କଥା ରବି ଶାସ୍ତ୍ରୀ ଜାଣିଛନ୍ତି ଓ ଅନ୍ୟ କୌଣସି ବ୍ୟକ୍ତି ଜାଣିଛନ୍ତି ।

ତେବେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ହେବାକୁ ଥିବା ଦଳ ଚୟନ ଏକ ମାତ୍ର ପରିବର୍ତ୍ତନ ସ୍ଵରୂପ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇପାରେ । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ୧୫ ପରିବର୍ତ୍ତେ ୧୬ କିମ୍ବା ୧୭ ଜଣିଆ ଦଳ ଚୟନ କରିପାରନ୍ତି ଚୟନକର୍ତ୍ତା ।  ଭାରତୀୟ ଏ ଦଳର ଗସ୍ତ ଜାତୀୟ ଦଳ ସହିତ ମଧ୍ୟ ହେଉଛି । ତେଣୁ ଚୟନକର୍ତ୍ତାଙ୍କ ପାଖରେ ଆବଶ୍ୟକ ପଡ଼ିଲେ ଖେଳାଳିଙ୍କୁ ତୁରନ୍ତ ଜାତୀୟ ଦଳରେ ସାମିଲ କରିବା ପାଇଁ ବିକଳ୍ପ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.