Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆଇପିଏଲ ୨୦୨୧ ପାଇଁ ରଦ୍ଦ ହେଲା ବଡ ସିରିଜ୍ !

25/05/2021 at 10:03 PM

ନୂଆଦିଲ୍ଲୀ ୨୫।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ପାଇଁ ବିସିସିଆଇ ସବୁ କିଛି କରିବାକୁ ପ୍ରସ୍ତୁତ। କାରଣ ବାଜିରେ ଲାଗି ଯାଇଛି ବୋର୍ଡର ୨୫୦୦ କୋଟି ଟଙ୍କା। ଆଇପିଏଲର ବଳକା ମ୍ୟାଚ୍ ନହେଲେ ପୂରା  ଘାଟାରେ ପଡିଯିବ ବିସିସିଆଇ। ତେଣୁ ଯେମିତି ହେଉ ପଛେ ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ଅଣ୍ଟା ଭିଡିଛି। ଏବେ ଆଇପିଏଲ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ବଳି ଚଢିପାରେ।

ମିଡିଆ ରିପୋର୍ଟ ଅନୁଯାୟୀ ଆଇପିଏଲ ୨୦୨୧ର ବଳକା ମ୍ୟାଚ୍ ସେପ୍ଟେମ୍ବରରେ ଆୟୋଜନ ହୋଇପାରେ। ଏହି କାରଣରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟି-୨୦ ସିରିଜ୍ ଟି-୨୦ ବିଶ୍ଵ କପ ପୂର୍ବରୁ ଭାରତୀୟ ଦଳର ପ୍ରସ୍ତୁତି ପାଇଁ ରଖାଯାଇଥିଲା। କିନ୍ତୁ ଏବେ ଆଇପିଏଲର ବାକି ଥିବା ୩୧ ମ୍ୟାଚ୍ ସେପ୍ଟେମ୍ବରରେ ଖେଳାଯିବ। ଯାହା ବିସିସିଆଇ ଏବଂ ଖେଳାଳିଙ୍କ ବିଶ୍ଵ କପ୍ ପ୍ରସ୍ତୁତି ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ।

ବିସିସିଆଇ ସୂତ୍ର ଅନୁଯାୟୀ, ସେମିତିରେ ବି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ହେବାର ନଥିଲା। କିନ୍ତୁ ଟି-୨୦ ବିଶ୍ଵ କପ୍ର ପ୍ରସ୍ତୁତି ପାଇଁ ଆଇପିଏଲଠୁ ଭଲ ଆଉ କିଛି ହୋଇନପାରେ। ଖବର ଏହା ମଧ୍ୟ ରହିଛି ଯେ, ଆଇପିଏଲର ଆୟୋଜନ ୟୁଏଇରେ ହେବ। ଏହାର ଆରମ୍ଭ ସେପ୍ଟେମ୍ବର ୧୯ କିମ୍ବା ୨୦ ତାରିଖରେ ହୋଇପାରେ। ଫାଇନାଲ ମୁକାବିଲା ଅକ୍ଟୋବର ୧୦ରେ ଖେଳାଯାଇପାରେ। ଏହା ପରେ ପରେ ଅକ୍ଟୋବର ୧୮ରୁ ଟି-୨୦ ବିଶ୍ଵ କପ୍ ଆରମ୍ଭ ହେଉଛି। ଏମିତିରେ ଦକ୍ଷିଣ ଆଫ୍ରିକା ସିରିଜ୍ ଆୟୋଜନ ଅସମ୍ଭବ। କିନ୍ତୁ ବିସିସିଆଇ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଯଦି ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ୍ ରଦ୍ଦ ହୁଏ ତେବେ ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଧିକ ମ୍ୟାଚ୍ ଖେଳିବାକୁ ପଡିପାରେ।

   Related Posts