କ୍ରିକେଟକୁ କରୋନା: ଖାଲି ଷ୍ଟାଡିୟମରେ ଖେଳାଯିବ ଆଗାମୀ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ !

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ, ୧୨|୦୩: କରୋନା ଭାଇରସକୁ ନଜରରେ ରଖି ବିନା ଦର୍ଶକରେ ଆଇପିଏଲର ଆୟୋଜନ ହେବା ନେଇ ଚର୍ଚ୍ଚା ଚାଲିଛି। ଏହା ମଧ୍ୟରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି।  ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ଦୁଇଟି ଦିନିକିଆ ମଧ୍ୟ ବିନା କୌଣସି ଦର୍ଶକେ ହେବ ବୋଲି କୁହାଯାଉଛି। ଅର୍ଥାତ ଖାଲି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ସିରିଜର ତିନୋଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଛି।  ଅନ୍ୟପଟେ ମାରାତ୍ମକ କରୋନାକୁ ନଜରରେ ରଖି ସିରିଜର ବାକି ୨ଟି ମ୍ୟାଚ ବିନା କୌଣସି ଦର୍ଶକରେ ଖେଳାଯାଇପାରେ।

{"id":237185,"width":748,"height":498,"sizeSlug":"large"}

ବିସିସିଆଇର ସୂତ୍ରାନୁସାରେ, କରୋନା ଭାଇରସକୁ ନଜରରେ ରଖି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାକିଥିବା ୨ଟି ମ୍ୟାଚ ଖାଲି ଷ୍ଟାଡିୟମରେ ଖେଳାଯାଇ ପାରେ। ୧୫ ମାର୍ଚ୍ଚରେ ଲକ୍ଷ୍ନୌ ଓ ୧୮ ମାର୍ଚ୍ଚରେ କୋଲକାତାରେ ଆଗାମୀ ମ୍ୟାଚ ଖେଳାଯିବ।

ସୂଚନାଯୋଗ୍ୟ, କ୍ରୀଡା ମନ୍ତ୍ରାଳୟ ବିସିସିଆଇ ସମେତ ଅନ୍ୟ ରାଷ୍ଟ୍ରୀୟ ମହାସଙ୍ଘକୁ କରୋନା ଭାଇରସର ବିପଦକୁ ଦେଖି କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଗଲେ ତାକୁ ବିନା କୌଣସି ଦର୍ଶକେ କରାଯାଉ ବୋଲି ସ୍ପଷ୍ଟ ଭାବେ କହିସାରିଛି।

{"id":237186,"width":745,"height":465,"sizeSlug":"large"}

ସରକାରଙ୍କ ଏହି ନିଷ୍ପତ୍ତି ପରେ ବିସିସିଆଇ ଆଇପିଏଲର ଆୟୋଜନ କଲେ ଏହାକୁ ଦର୍ଶକଙ୍କ ବିନା ଆୟୋଜନ କରିବ ବୋଲି ସ୍ପଷ୍ଟ ହୋଇଛି। ସେହିପରି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ମ୍ୟାଚ ମଧ୍ୟ ଏପରି ଖେଳାଯିବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.