Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି : ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ

ମୋହାଲି ୧୮।୯: ଆଜି ମୋହାଲିରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ । ରବିବାର ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ବର୍ଷା ଧୋଇନେଇଥିଲା । ୩ ମ୍ୟାଚ୍ ଶୃଙ୍ଖଳା ୨କୁ ଖସି ଆସିଥିବାରୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ।

ମୋହାଲିର ପାଗ ଶୁଖିଲା ରହିବ ଏବଂ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ ରୁ ଭାରତୀୟ ଦଳର ୨୦୧୯-୨୦ ଘରୋଇ ସିଜିନ୍ ଆରମ୍ଭ ହେବ। ପୁଣି ଏହି ମ୍ୟାଚ୍ ରୁ ଆସନ୍ତାବର୍ଷ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ଲାଗି ଭାରତର ପ୍ରସ୍ତୁତି ଆରମ୍ଭ ହେବ।

ତେବେ ଏହି ମ୍ୟାଚ୍ ରେ ସମସ୍ତଙ୍କ ନଜର ଋଷଭ ପନ୍ଥଙ୍କ ଉପରେ ରହିବ। ଅସ୍ଥିର ପ୍ରଦର୍ଶନ ପାଇଁ ଋଷଭ ପନ୍ଥଙ୍କ ଉପରେ ଚାପ ମଧ୍ୟ ବଢ଼ିଛି। ପନ୍ଥ ଯେପରି ୱିକେଟ୍ ଫିଙ୍ଗୁଛନ୍ତି ତାହା ଉପରେ ଧ୍ୟାନଦେବା ପାଇଁ ଏହି ବାମହାତିଙ୍କୁ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଜଣାଇ ଦେଇଛନ୍ତି।

ଧୋନିଙ୍କ ଅନୁପସ୍ଥିତିରେ ସୁଯୋଗ ହାତଛଡ଼ା ନ କରିବା ଲାଗି ପନ୍ଥଙ୍କୁ ଜଣାଇ ଦିଆଯାଇଛି। ୨୦୧୭ ଫେବୃଆରୀରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ପନ୍ଥ ଆଉ ଦଳ ପାଇଁ ଯୁବ ଖେଳାଳି ନୁହନ୍ତି।

175 Views

   ସମ୍ବନ୍ଧିତ ଖବର