Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଫାରୁକ୍‌ ଅବଦୁଲ୍ଲାଙ୍କୁ ତାଲିବାନ କବୁଲ୍‌ : କହିଲେ,‘ସେମାନଙ୍କ ସହିତ ସମ୍ପର୍କ ରଖିଲେ କଣ କ୍ଷତି ହୋଇଯିବ?’

25/09/2021 at 4:43 PM

ଶ୍ରୀନଗର ୨୫/୦୯ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କନଫରେନ୍ସ ପାର୍ଟି ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା ତାଲିବାନ ଆତଙ୍କବାଦୀଙ୍କ ପ୍ରେମରେ ପଡିଯାଇଛନ୍ତି । ଫାରୁକ୍‌ ଅବଦୁଲ୍ଲା ଏବେ ତାଲିବାନକୁ ନେଇ ମୋଦି ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଭାରତ ପକ୍ଷରୁ ଆଫଗାନିସ୍ତାନର ତାଲିବାନ ସରକାର ସହିତ କଥାବାର୍ତ୍ତା କରାଯାଉ । ଆଫଗାନିସ୍ତାନରେ ଭାରତ କରିଥିବା ପୁଞ୍ଜି ନିବେଶର ଦ୍ବାହି ଦେଇ ଫାରୁକ କହିଛନ୍ତି, ତାଲିବାନ ଏବେ ସେଠାରେ କ୍ଷମତାରେ ରହିଛି ତେଣୁ ସେମାନଙ୍‌କ ସହିତ କଥାବାର୍ତ୍ତା ହେବା ଉଚିତ । ସେ ଏହା ମଧ୍ୟ କହିଛନ୍ତି ‘ତାଲିବାନ ସହିତ ସମ୍ପର୍କ ରଖିଲେ କ୍ଷତି କଣ ବା କଣ ହୋଇଯାଇଛି ?’

ଫାରୁକ୍ ଅବଦୁଲ୍ଲା କହିଛନ୍ତି, ତାଲିବାନ ଏବେ ଆଫଗାନିସ୍ତାନରେ କ୍ଷମତାରେ ଅଛି । ଭାରତ ପୂର୍ବରୁ ସେଠା​‌ରେ ହଜାର ହଜାର କୋଟି ଟଙ୍କା ନିବେଶ କରିଛି । ବିଭିନ୍ନ ଯୋଜନା ମାଧ୍ୟମରେ ସେଠାରେ ପୁଞ୍ଜି ନିବେଶ କରାଯାଇଛି । ତେଣୁ ଆଫଗାନିସ୍ତାନରେ ବର୍ତ୍ତମାନ କ୍ଷମତାରେ ଥିବା ତାଲିବାନ ସହିତ କଥାବାର୍ତ୍ତା କରାଯିବା ଉଚିତ । ଯେହେତୁ ଏତେ ପୁଞ୍ଜି ନିବେଶ କରିଛେ ତେଣୁ ସେମାନଙ୍କ ସହିତ ସମ୍ପର୍କ ରଖିଲେ କ୍ଷତି କଣ ହେବ ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ ତାରିଖ ଅର୍ଥାତ ଭାରତର ସ୍ବାଧିନତା ଦିବସରେ କାବୁଲ କବ୍‌ଜା କରିନେଇଥିଲା ତାଲିବାନ । ଏହା ପରେ ପୁରା ଆଫଗାନିସ୍ତାନ ଉପରେ ନିଜର ଆଧିପତ୍ୟ ଜାହିର କରି ଆରମ୍ଭ କରିଦେଇଥିଲା ବର୍ବରତା । କିନ୍ତୁ ଭାରତ, ତାଲିବାନ ଠାରୁ ଦୂରତା ବଜାୟ ରଖିଥିଲା । ବର୍ତ୍ତମାନ ମଧ୍ୟ ଭାରତ ସମ୍ପୂର୍ଣ୍ଣ ଭାବେ ତାଲିବାନ ଠାରୁ ଦୂରେଇ ରହିଛି । ତାଲିବାନର କଳା ଇତିହାସକୁ ଦୃଷ୍ଟିରେ ରଖି ଦେଖିଚାହିଁ ଆଗକୁ ବଢୁଛନ୍ତି କେନ୍ଦ୍ର ସରକାର ।

   Related Posts