କରତାରପୁର ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ପାକ୍ ସରକାର ଛାଡିଥିବା ଭିଡିଓରୁ ଆସିଛି ଷଡଯନ୍ତ୍ରର ଗନ୍ଧ : ପ୍ରକଳ୍ପ ମାଧ୍ୟମରେ ପଞ୍ଜାବରେ ଆତଙ୍କବାଦର ମଞ୍ଜି ବୁଣିବାକୁ ଚାହୁଁଛି ପାକିସ୍ତାନ

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ ୮।୧୧: ମୋଦିଙ୍କ ଏ ନିଷ୍ପତ୍ତି ଭାରତ ପାଇଁ ବୁମେରାଂ ହେବନି ତ ?  କରତାରପୁର କରିଡରକୁ ସବୁଜ ସଙ୍କେତ ଭାରତ ପାଇଁ ବିପଦ ଡାକି ଆଣିବନି ତ ? ଆତଙ୍କୀଙ୍କ ପାଇଁ ନୂଆ କରିଡର ହେବନି ତ  କରତାରପୁର ?  ପୁଣି ମୁଣ୍ଡ ଟେକିବନି ତ ଖଲିସ୍ତାନ ଆନ୍ଦୋଳନ ? ଅଶାନ୍ତ ହେବନି ତ ପଞ୍ଜବ ? କାଶ୍ମୀର ରାଗ କରତାରପୁରରେ ସୁଝେବାକୁ ଷଡଯନ୍ତ୍ର ରଚୁନି ତ ଇସଲାମାବାଦ ? କରତାରପୁର କରିଡର ଖୋଲିବା ପୂର୍ବରୁ ଏ ସବୁ ପ୍ରଶ୍ନ ସବୁ ଭାରତୀୟଙ୍କୁ ଆନ୍ଦୋଳିତ କରି ସ୍ବାଭାବିକ ।

{"id":180759}

ଏ ପ୍ରଶ୍ନ ଏଇଥି ପାଇଁ ମନକୁ ଆସୁଛି ଯେତେବେଳେ ପାକିସ୍ତାନ କରିଡରକୁ ନେଇ ଡବଲ ଗେମ୍ ଖେଳୁଛି ।  ଧର୍ମ ଆଉ ଶାନ୍ତି ନାଁରେ ସେନା ସହ ମିଶି ଷଡଯନ୍ତ୍ର ରଚୁଛି । ପୁଣି ଖଲିସ୍ତାନ ଆନ୍ଦୋଳନକୁ ବଳ ଦେଉଛି । ସେତେବେଳେ ପାକିସ୍ତାନର ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ଯେଉଁ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରସିଦ୍ ଅଲଭି ।

{"id":180760}

ପ୍ରକଳ୍ପ ଉଦଘାଟନ ପୂର୍ବରୁ ପାକ୍ ସରକାର ଛାଡିଥିବା ଭିଡିଓରୁ ଆସିଛି ଷଡଯନ୍ତ୍ରର ଗନ୍ଧ । ଆତଙ୍କୀସ୍ତାନର ଅସଲ ଉଦ୍ଦେଶ୍ୟ ପର୍ଦ୍ଦାଫାସ୍ ହୋଇଛି । କରତାରପୁର ପ୍ରକଳ୍ପ ମାଧ୍ୟମରେ ପାକିସ୍ତାନ ପୁଣି ପଞ୍ଜାବରେ ଆତଙ୍କବାଦର ମଞ୍ଜି ବୁଣିବାକୁ ଚାହୁଥିବା ସ୍ପଷ୍ଟ ହୋଇଛି । ଠିକ୍ ଏହି ଆଶଙ୍କା କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ଯିଏ ପ୍ରଥମରୁ ଏହାକୁ ବିରୋଧ କରି ଆସିଛନ୍ତି ।

{"id":180761}

କୁହାଯାଉଛି କରତାରପୁର ପ୍ରକଳ୍ପ ଇମ୍ରାନ ସରକାରଙ୍କ ଚିନ୍ତାଧାରା ନୁହେଁ । ଏହା ପାକ୍ ସେନା ଏବଂ ଆଇଏସ୍ଆଇର ଯୋଜନା । କଶ୍ମୀରରେ ଫେଲ୍ ମାରିବା ପରେ ପାକ୍ ସେନା କରତାରପୁର ଯୋଜନା ରଚିଛି । ଭାରତ ବିରୋଧରେ ଏହି ଯୋଜନା କରିଛନ୍ତି ପାକ୍ ସେନା ମୁଖ୍ୟ ବାଜଓ୍ବା । ନହେଲେ ସରକାର ଯୋଜନା କରିବା ପୂର୍ବରୁ ପାକ୍ ସେନାମୁଖ୍ୟ ପ୍ରକଳ୍ପ କଥା ଜାଣିଲେ କେମିତି ? ବହୁ ଆଗରୁ ଜେନରାଲ କମର ବାଜଓ୍ବା କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଏନେଇ ସୂଚନା ଦେଇଥିବା କୁହାଯାଉଛି ।

{"id":180762}

ଇଏ ସେଇ ନବଜ୍ୟୋତ ସିଂହ ସିଦ୍ଧୁ ଯାହାଙ୍କ ସହ ଇମ୍ରାନଙ୍କ ସଂପର୍କ ବିଷୟରେ କାହାକୁ ଅଛପା ନାହିଁ । ଯାହାଙ୍କୁ କରତାରପୁର ପ୍ରକଳ୍ପ ଉଦଘାଟନରେ ଯୋଗ ଦେବାକୁ ବହୁ ଆଗରୁ ନିମନ୍ତ୍ରଣ କରିଛନ୍ତି ଇମ୍ରାନ । ପ୍ରକଳ୍ପ ପାଇଁ ଇମ୍ରାନଙ୍କ ସହ ଯାହାଙ୍କୁ ଶ୍ରେୟ ଦିଆଯାଇ ପଞ୍ଜାବର ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର । ଏମିତିକି କରତାରପୁର କରିଡରର ହିରୋ ଭାବେ ଯାହାକୁ ଚିତ୍ରଣ କରାଯାଇଛି ପୋଷ୍ଟରରେ । ଇଏ ସେଇ ସିଦ୍ଧୁ ଯିଏ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରିତ ଅତିଥି ହୋଇଯାଇଥିଲେ । ପାକ୍ ସେନାମୁଖ୍ୟଙ୍କୁ କୋଳାଗ୍ରତ କରି ବଡ ବିବାଦକୁ ଆସିଥିଲେ ।

{"id":180764}

ଭାରତର ପଞ୍ଜାବ ସୀମାଠୁ ମାତ୍ର ୪ କିଲୋମିଟର ଦୂରରେ ରହିଛି କରତାରପୁର ଗୁରୁଦ୍ବାର । ଏହି କରିଡର ପଂଜାବରେ ଆତଙ୍କବାଦୀ କାର୍ଯ୍ୟକଳାକୁ ବଢାଇବ ବୋଲି କୁହାଯାଉଛି । ପ୍ରତିରକ୍ଷା ବିଶେଷଜ୍ଞ ଏବଂ ଗୁଇନ୍ଦା ଅଧିକାରୀ ଠିକ୍ ଏହି ସନ୍ଦେହ କରିଛନ୍ତି । ବନ୍ଦ ହୋଇଯାଇଥିବା ଖଲିସ୍ତାନ ଆନ୍ଦୋଳନ ପୁଣି ତେଜିବ । ପ୍ରକଳ୍ପ ସଂପର୍କରେ ଦୁଇ ଦେଶ ମଧ୍ୟରେ  ଆଲୋଚନା ବେଳେ ଜଣେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀର ଉପସ୍ଥିତିକୁ ନେଇ ଭାରତ ପ୍ରଶ୍ନ କରିଥିଲା ।

{"id":180765}

ଏହା ସତ୍ବେ ବି ପାକିସ୍ତାନ ଜାରି କରିଥିବା ଭିଡିଓରେ ୩ ଜଣ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ହିରୋ ଭାବେ ଚିତ୍ରଣ କରାଯାଇ ପାକିସ୍ତାନର ଭିତିରି ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଇଛି ।  ଏସବୁ ଦିଗକୁ ନେଇ ଭାରତକୁ ସତର୍କ ଆଉ ସଜାଗ ରହିବାକୁ ପଡିବ । ନଚେତ୍ ବାଜେପାୟୀଙ୍କ ଲାହୋର ଶାନ୍ତି ଯାତ୍ରା ପରେ ଯେମିତି କାର୍ଗିଲ ଯୁଦ୍ଧ ଉପହାର ଭାବେ ମିଳିଥିଲା ସେମିତି ଫଳ ଭୋଗିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.