Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭାରତରେ କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ହିଁ ଭଲ ଉପାୟ, ପରାମର୍ଶ ଦେଲେ ଆମେରିକାର ବରିଷ୍ଠ ଡାକ୍ତର

1/05/2021 at 3:45 PM

ନୂଆଦିଲ୍ଲୀ ୧/୫:  ଭାରତରେ କରୋନା ସଂକ୍ରମଣ ଥିମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୪ ଲକ୍ଷ ପାର କରିଛି। ଦେଶରେ କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବାକୁ ହେଲେ ପୁଣି ଥରେ ଲକ୍‌ଡାଉନ୍‌ ଲଗାଇବାକୁ ପଡ଼ିବ। ସଂକ୍ରମଣ ରୋକିବାକୁ ହେଲେ ଗତବର୍ଷ ଭଳି ଏଥର ଭରତ ସରକାର ଲକ୍‌ଡାଉନ୍‌ ଲଗାଇବା ଦରକାର ବୋଲି ଆମେରିକାର ଜଣେ ବରିଷ୍ଠ ଏପିଡେମିଓଲୋଜିଷ୍ଟ ଆନ୍ଥୋନୀ ଫାଓଚି କହିଛନ୍ତି। ଭାରତରେ କିଛି ସପ୍ତାହ ପାଇଁ ଲକଇଡାଉନ୍‌ ଲାଗୁ ହେଲେ ସଂକ୍ରମଣ ଉପରେ କାବୁ ଆସିପାରିବ ବୋଲି ସେ କହିଛନ୍ତି।

ଗୋଟିଏ ଦିନରେ ସଂକ୍ରମିତଙ୍କ ୪ ଲକ୍ଷ ପାର କରିଥିବା ବେଳେ ଆନ୍ଥୋନୀ ଫାଓଚିଙ୍କ ଏହି ପରାମର୍ଶ ଆସିଛି। ଏହା ବ୍ୟତୀତ କରୋନାକୁ ରୋକିବା ପାଇଁ ସେ ଅନ୍ୟ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି। ଯେଉଁଭଳି ଭାବେ ଭାରତରେ କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଛି ଏପରି ସ୍ଥଳେ ତତ୍କାଳ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହି ସମୟରେ କିଛି ସପ୍ତାହ ପାଇଁ ଲକ୍‌ଡାଉନ୍‌ ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇପାରେ। ଫାଓଚି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା ମଧ୍ୟ ଅଛନ୍ତି।

 ଡାକ୍ତର ଫାଓଚି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଔଷଧ, ଅକ୍ସିଜେନ୍‌,ପିପିଇ କିଟର ଶୀଘ୍ର ଉପଲବ୍ଧତା ଉପରେ ଗୁରୁତ୍ବ ଦେବା ଦରକାର। ଭାରତ ଯେଉଁଭଳି ସଙ୍କଟ ଦେଇ ଗତି କରୁଛି ଏହି ସମୟରେ ସଙ୍କଟ ହରଣ ସମୂହକୁ ଏକତ୍ରିତ କରିବାର ସମୟ ଆସିଛି। ଏହା ଦ୍ବାରା କରୋନାକୁ ରୋକିବା ପାଇଁ ଯଥାସମ୍ଭବ ଉପାୟ ଅବଲମ୍ବନ କରାଯାଇପାରିବ। ଏହା ସହ ସେ କୌଣସି ଦେଶର ନାଁ ନନେଇ ସେ କହିଛନ୍ତି, ‘ ସମୟ ପୂର୍ବରୁ ବିଜୟ ଘୋଷଣା କରିବା ଅପରିପକ୍ବତା ଅଟେ।’  ଏବେ ଭାରତ ସରକାର ଯଥାସମ୍ଭବ ଦେଶକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି ।

ଚୀନର ଉଦାହରଣ ଦେଇ ସେ କହିଛନ୍ତି, ଗତବର୍ଷ ଚୀନରେ ସଂକ୍ରମଣ ବିସ୍ଫୋରଣ ଦେଖିବାକୁ ମିଳିବା ପରେ ସେଠାକାର ସରକାର ପୂରା ଦେଶକୁ ବନ୍ଦ କରିଦେଇଥିଲେ। କିନ୍ତୁ ଏବେ ଦେଶକୁ ୬ ମାସ ପୂରା ବନ୍ଦ କରିବାର ଆବଶ୍ୟକତା ନଥିଲେ ବି ଆବଶ୍ୟକତା ଅନୁସାରେ ଅସ୍ଥାୟୀ ଭାବେ ଲକ୍‌ଡାଉନ୍‌ ଲଗାଯିବା ଦରକାର। ଲକ୍‌ଡାଉନ୍‌ ଦ୍ବାରା ସଂକ୍ରମଣ ଗତି କମିବ। କୌଣସି ସରକାର ନିଜ ଦେଶକୁ ବନ୍ଦ କରିବାକୁ ପସନ୍ଦ କରିବେ ନାହିଁ। କିନ୍ତୁ ଅସ୍ଥାୟୀ ଭାବେ ଲକ୍‌ଡାଉନ୍‌ ଲଗାଇବା ଉପରେ ବିଚାର କରିବା ଦରକାର ବୋଲି ଡାକ୍ତର ଆନ୍ଥୋନୀ ଫାଓଚି କହିଛନ୍ତି।

   Related Posts