ଏବେ ଭାରତର ସାମୁଦ୍ରିକ ବାଣିଜ୍ୟରୁ ହଟିବ ଚୀନ୍, ବଦଳିଲା ପରିବହନ ଠିକା ନିୟମ

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲା : ଭାରତୀୟ ବଜାରରୁ ଚୀନ୍‌ର ପ୍ରଭୁତ୍ୱ କ୍ରମଶଃ ହ୍ରାସ ହେବାରେ ଲାଗିଛି। ଏହି କ୍ରମରେ ସରକାର ପୁଣି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିରେ କେବଳ ଭାରତରେ ନିର୍ମିତ ପାଣି ଜାହାଜ ଅଥବା ଭାରତୀୟ କାର୍ଗୋ କମ୍ପାନୀଙ୍କୁ ପଣ୍ୟ ପରିବହନର ଠିକା ପ୍ରଦାନ କରିବେ ବୋଲି ଜଣାପଡିଛି। ଏଥିଲାଗି ସରକାର ଯେଉଁ ନିୟମ ଲାଗୁ କରିବାକୁ ଯାଉଛନ୍ତି ଏଥିରେ ଭାରତୀୟ କାର୍ଗୋ ବଜାରରୁ ଚୀନ୍‌ ଜାହାଜ ହଟିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ମେକ-ଇନ୍-ଇଣ୍ଡିଆ ପଦକ୍ଷେପକୁ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଇଛି।

{"id":349092,"width":577,"height":286,"sizeSlug":"large"}

ମେକ୍-ଇନ୍-ଇଣ୍ଡିଆ ପ୍ରୋତ୍ସାହନରେ ଭାରତୀୟ ସିପିଙ୍ଗ ମନ୍ତ୍ରାଳୟ କୋଇଲା ଓ କ୍ରୁଡ ପରିବହନ ଲାଗି ଆଗକୁ ଠିକା ପ୍ରଦାନରେ କେବଳ ଭାରତରେ ନିର୍ମିତ କାର୍ଗୋ ସିପ୍‌କୁ ପ୍ରାଧାନ୍ୟ ଦିଆଯିବ। ଅର୍ଥାତ ଯେଉଁ ଠିକାଦାର ଭାରତରେ ନିର୍ମିତ ସିପ୍‌ରେ ପରିବହନ କରିବେ ଠିକା ପ୍ରଦାନରେ ତାଙ୍କୁ ପ୍ରାଧାନ୍ୟ ମିଳିବ।  ଏଥିଲାଗି ମନ୍ତ୍ରାଳୟ ୩ ପ୍ରକାରର ପ୍ରାଥମିକତା ନିର୍ଦ୍ଧାରିତ କରିଛନ୍ତି।

{"id":349093,"width":580,"height":386,"sizeSlug":"large"}

ଏଥିରେ ସିପ୍‌ ଭାରତରେ ନିର୍ମିତ ହୋଇଥିବ ଅଥବା ଭାରତୀୟ ଫ୍ଲାଗ୍‌ର ହୋଇଥିବ ଅର୍ଥାତ କାର୍ଗୋ କମ୍ପାନୀ ମଧ୍ୟ ଭାରତୀୟ ହୋଇଥିବ ତେବେ ପରିବହନ ଠିକା ପ୍ରଦାନରେ ପ୍ରାଥମିକତା ପାଇବେ। ସେହିପରି ବିଦେଶୀ ଜାହାଜ ହୋଇଥିଲେ ବି କାର୍ଗୋ କମ୍ପାନୀ ଯଦି ଭାରତୀୟ ତେବେ ଠିକା ମିଳିପାରିବ।  ବିଦେଶୀ କମ୍ପାନୀ ହୋଇଥିଲେ ବି ଜାହାଜ ଭାରତ ନିର୍ମିତ ହୋଇଥିଲେ ପରିବହନ ଲାଗି ପ୍ରାଥମିକତା ମିଳିବ।

{"id":349097,"width":581,"height":151,"sizeSlug":"large"}

କେବଳ ପରିବହନ ନୁହେଁ ଭାରତରେ ସିପ୍‌ ବିଲ୍ଡିଂ କଲେ ସରକାର ୨୦ ପ୍ରତିଶତ ସବସିଡି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହା ଦ୍ୱାରା ଭାରତରେ ମେକ୍-ଇନ୍-ଇଣ୍ଡିଆକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି। ସାମୁଦ୍ରିକ ବାଣିଜ୍ୟ ଚୀନ୍, ନରୱେ, ଜାପାନ, କୋରିଆ ଓ ତାଇୱାନ ଜାହାଜ ଓ କମ୍ପାନୀଙ୍କ ଏକାଧିକାରରେ ରହିଛି। ସ୍ୱାଧୀନତା ପରଠାରୁ ସାମୁଦ୍ରିକ ବାଣିଜ୍ୟରେ ଏପର୍ଯ୍ୟନ୍ତ କେବଳ ଭାରତୀୟ କମ୍ପାନୀଙ୍କୁ ପ୍ରାଥମିକତା ଦିଆଯାଉଥିଲା। ହେଲେ ସିପିଂ ମନ୍ତ୍ରାଳୟଙ୍କ ନୂଆ ନିଷ୍ପତ୍ତି ପରେ ଭାରତରେ ନିର୍ମିତ ଜାହାଜକୁ ମଧ୍ୟ ପଣ୍ୟ ପରିବହନରେ ପ୍ରାଥମିକତା ଦିଆଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.