Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଅର୍ଥନୀତି ଚିନ୍ତାଜନକ: ଆଇଏମଏଫର ଆକଳନ ୨୦୨୦ରେ ଭାରତର ମୁଣ୍ଡପିଛା ଜିଡିପି ବାଂଲାଦେଶ ତଳକୁ ଖସିବ

17/10/2020 at 1:37 PM

ନୂଆଦିଲ୍ଲୀ ୧୭/୧୦: ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ଏକ ରିପୋର୍ଟ ଅନୁସାରେ ମୁଣ୍ଡ ପିଛା ଜିଡିପି ମାମଲାରେ ବାଂଲାଦେଶ ଭାରତକୁ ପଛରେ ପକାଇ ଆଗକୁ ଯିବାକୁ ପ୍ରସ୍ତୁତ। ମଙ୍ଗଳବାର ଜାରି ହୋଇଥିବା ଆଇଏମଏଫର ରିପୋର୍ଟ ଓ୍ବାଲ୍ଡ ଇକୋନମିକ ଆଉଟଲୁକ (ଡବ୍ଲୁଇଓ) ଅନୁସାରେ ୨୦୨୧ ମାର୍ଚ ୩୧ରେ ଶେଷ ହେଉଥିବା ଏ ଆର୍ଥିକ ବର୍ଷରେ ବାଲାଂଦେଶର ମୁଣ୍ଡ ପିଛା ଜିଡିପି ୪% ବଢ଼ି ୧୮,୮୮ ଡଲାର ହେବା ଆଶା ରହିଥିବା ବେଳେ ଭାରତରେ ମୁଣ୍ଡ ପିଛା ଜିଡିପି ୧୦.୩ ପ୍ରତିଶତ ହ୍ରାସ ପାଇ ୧,୮୭୭ ଡଲାର ରହିବ। ତେବେ ଏହା ଗତ ଚାରି ବର୍ଷ ଠାରୁ ସବୁଠୁ କମ୍। ଆଇଏମଏଫ ଅନୁମାନ କରିଛି ଏହି ବର୍ଷ ଭାରତର ଜିଡ଼ିପି ୧୦.୩ ପ୍ରତିଶତ ହ୍ରାସ ପାଇପାରେ।

ଭାରତ ପାଇଁ ଆଇଏମଏଫର ଏହି ଆକଳନ ଜୁନ ପୂର୍ବାନୁମାନ ଠାରୁ ଖୁବ୍ କମ୍। ଯେଉଁଥିରେ କୁହାଯାଇ ଥିଲା କରୋନା ଭାଇରସ ମହାମାରୀ ଯୋଗୁ ବଜାରରେ ବଡ଼ କ୍ଷତି ଦେଖିବାକୁ ମିଳିପାରେ। ଅର୍ଥାତ ୪.୫ ପ୍ରତିଶତ କମ୍ ହୋଇଯିବ।

ଏହି ରିପୋର୍ଟ ଅନୁସାରେ ଭାରତ ଦକ୍ଷିଣ ଏସିଆରେ ତୃତୀୟ ସବୁଠୁ ଗରିବ ଦେଶ ଦିଗରେ ଅଗ୍ରସର ହେଉଛି। କେବଳ ପାକିସ୍ତାନ ଓ ନେପାଳର ମୁଣ୍ଡ ପିଛା ଜିଡିପି ଭାରତ ଠାରୁ କମ୍ ହେବ। ମାତ୍ର ବାଂଲାଦେଶ, ଭୁଟାନ, ଶ୍ରୀଲଙ୍କା ଓ ମାଳଦ୍ବୀପ ଭଳି ଦେଶ ଭାରତଠାରୁ ଆଗରେ ରହିବେ।

ଆଇଏମଏଫ ଅନୁସାରେ ୨୦୨୧ରେ ପ୍ରଭାବଶାଳୀ ୮.୮ ପ୍ରତିଶତର ବିକାଶ ଦର ସହ ଭାରତ ଏସିଆର ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ରୂପରେ ପୁଣି ଫେରିବ। ଏହି ଅର୍ଥବ୍ୟବସ୍ଥା ସ୍ଥିତିକୁ ପୁଣି ଥରେ ହାସଲ କରି ଭାରତ ଚୀନର ବିକାଶ ଦର ୮.୨ ପ୍ରତିଶତକୁ ଟପି ଯାଇପାରେ।

ଆଇଏମଫ ଓ ବିଶ୍ବ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଏହି ରିପୋର୍ଟ ଜାରି କରାଯାଇଛି। ଏଥିରେ କୁହାଯାଇଛି ୨୦୨୦ରେ ବିଶ୍ବ ଅର୍ଥବ୍ୟବସ୍ଥାରେ ୪.୪ ପ୍ରତିଶତ ହ୍ରାସ ଆସିବ ଓ ୨୦୨୧ରେ ଏହା ୫.୨ ପ୍ରତିଶତ ବୃଦ୍ଧି ପାଇବ। ରିପୋର୍ଟ ଅନୁସାରେ ୨୦୨୦ରେ ଆମେରିକା ଅର୍ଥବ୍ୟବସ୍ଥାରେ ୫.୮ ପ୍ରତିଶତ ହ୍ରାସ ଆସିପାରେ। ଆସନ୍ତା ବର୍ଷ କିନ୍ତୁ ଏହା ୩.୯ ପ୍ରତିଶତ ବୃଦ୍ଧି ପାଇବ। ଚଳିତବର୍ଷ ଦୁନିଆର ପ୍ରମୁଖ ଅର୍ଥବ୍ୟବସ୍ଥାରେ କେବଳ ଚୀନ ଏକମାତ୍ର ଦେଶ ହେବ ଯାହାର ୧.୯ ପ୍ରତିଶତ ବୃଦ୍ଧି ରେକର୍ଡ କରାଯିବ।

   Related Posts